ଶରୀରକୁ ଗୋରା କରିବା ପାଇଁ ଚାହୁଁଛନ୍ତି ଯଦି ରାତିରେ ଶୋଇବା ପୂର୍ବରୁ ଲଗାନ୍ତୁ ଏହି ତିନୋଟି ଜିନିଷ…

Spread the love

ଆଜିର ସମୟରେ ପ୍ରତ୍ୟେକ ବ୍ୟକ୍ତି ଇଛା କରଥାନ୍ତି ଯେ, ସେ ନିଜ ଶରୀରରକୁ କିପରି ଗୋରା ଓ ସୁନ୍ଦର କରିପାରିବେ । ଚେହେରାକୁ ଗୋରା ଏବଂ ସୁନ୍ଦର କରିବା ପାଇଁ ଲୋକେ ବ୍ୟୁଟି କ୍ରିମ୍, କସ୍ମେଷ୍ଟିକ ଆଇଟମ୍ ବ୍ୟବହାର କରିଥାନ୍ତି । ଯାହାଦ୍ୱାରା କି ଚେହେରାରେ ସାଇଡ ଇଫେକ୍ଟ ହେବାର ଯଥେଷ୍ଟ ସମ୍ଭାବନା ଥାଏ । ଏହା ଦ୍ଵାରା ଚେହେରାରେ ଦାଗ, ଚିହ୍ନ ଏବଂ ଭ୍ରଣ ଆଦି ହୋଇପାରେ । ସେଥିପାଇଁ ଡାକ୍ତରଙ୍କ ଠାରୁ ପରାମର୍ଶ ନେଇ ବ୍ୟୁଟି କ୍ରିମର ବ୍ୟବହାର କରିବା ଉଚିତ୍ । ଚେହେରାର ରଙ୍ଗକୁ ଗୋରା କରିବା ପାଇଁ ଆଜି ଆମେ ଆପଣଙ୍କୁ କିଛି ସହଜ ଘରୋଇ ଉପାୟ କହିବାକୁ ଯାଉଛୁ । ଆସନ୍ତୁ ଜାଣିବା ସେହି ଉପାୟ ବିଷୟରେ ।

ଗୋରା ହେବାକୁ ଚାହୁଁଛନ୍ତି ଯଦି ରାତିରେ ଶୋଇବା ସମୟରେ ଚେହେରାରେ ଲଗାନ୍ତୁ ଏହି ତିନୋଟି ଜିନିଷ, ତା’ପରେ ଦେଖନ୍ତୁ ଚମତ୍କାର :

ପ୍ରଥମ ଉପାୟ –

ହଲଦୀରେ ଏମିତି ଅନେକ ଆୟୁର୍ବେଦିକ ଗୁଣ ରହିଥାଏ, ଯାହା ଦ୍ଵାରା ଆମର ସୌନ୍ଦର୍ଯ୍ୟ ବଢାଇବା ପାଇଁ ବହୁତ ଫାଇଦା ହୋଇଥାଏ । ସେଥିପାଇଁ ଆପଣ ହଲଦୀରେ ପାଣି ପକାଇ ଏକ ପେଷ୍ଟ ବନାନ୍ତୁ ଏବଂ ଏହି ପେଷ୍ଟକୁ ଚେହେରାରେ ଲଗାଇ ଶୁଖିବାକୁ ଦିଅନ୍ତୁ । ଏହାପରେ ଚେହେରାକୁ ଥଣ୍ଡା ପାଣିରେ ଧୋଇ ନିଅନ୍ତୁ । ଏହି ଉପାୟକୁ ପ୍ରତ୍ୟେକ ଦିନ କରିବା ଦ୍ୱାରା ଚେହେରାର ତ୍ୱଚା କୋମଳ, ସୁନ୍ଦର ଓ ଗୋରା ହୋଇଯିବ ।

ଦ୍ୱିତୀୟ ଉପାୟ :

ରାତିରେ ଶୋଇବା ସମୟରେ ନଡ଼ିଆ ତେଲରେ ଲେମ୍ଭୁ ରସ ମିଶାଇ ଚେହେରାରେ ଲଗାନ୍ତୁ ଏବଂ ମସାଜ୍ କରନ୍ତୁ । ଏମିତି କରିବା ଦ୍ୱାରା ଚେହେରା କିଛି ଦିନ ମଧ୍ୟରେ ଗୋରା ଏବଂ ସୁନ୍ଦର ହୋଇଯିବ ।

ତୃତୀୟ ଉପାୟ :

ଅତୀତରେ ଲୋକମାନେ ଚେହେରା ଧୋଇବା ପାଇଁ ମୂଲତାନି ମାଟିର ବ୍ୟବହାର କରୁଥିଲେ । ମୂଲତାନି ମାଟି ଚେହେରା ପାଇଁ ବହୁତ ଲାଭଦାୟକ ହୋଇଥାଏ । ରାତିରେ ଶୋଇବା ସମୟରେ ମୁଲତାନି ମାଟିର ଲେପ ଚେହେରା ଉପରେ ଲଗାଇ ଶୋଇ ପଡନ୍ତୁ ଏବଂ ସକାଳୁ ଥଣ୍ଡା ପାଣିରେ ଚେହେରା ଧୋଇ ନିଅନ୍ତୁ । ଏହି ଉପାୟ କରିବା ଦ୍ୱାରା ଚେହେରାର ମଇଳା ଅଂଶ ସଫା ହୋଇଯାଏ ଏବଂ ଚେହେରା ଗୋରା, ସୁନ୍ଦର ଏବଂ କୋମଳ ହୋଇଯାଇଥାଏ ।

ସ୍ବାସ୍ଥ୍ୟ ସମ୍ବନ୍ଧିତ ଆମର ଏହି ଖବର ଆପଣଙ୍କୁ ଯଦି ପସନ୍ଦ ଲାଗିଥାଏ, ତେବେ ଏହାକୁ ଲାଇକ୍ ଓ ସେୟାର କରିବାକୁ ଭୁଲନ୍ତୁ ନାହିଁ ଏବଂ ଆଗକୁ ଏମିତି ହିଁ ସୂଚନା ପଢିବା ପାଇଁ ଆମର ପେଜ୍ କୁ ଫୋଲୋ କରନ୍ତୁ ।