ଅକାଳ ମୃତ୍ୟୁ ଠାରୁ ବଞ୍ଚିବାକୁ ଚାହୁଁଛନ୍ତି, ତେବେ ଭୁଲରେ ମଧ୍ୟ ଏହି ଦିନମାନଙ୍କରେ କରନ୍ତୁ ନାହିଁ ଏହି କାମ । ନଚେତ୍ ପରିଣାମ ଭୟଙ୍କର ହୋଇପାରେ !

Spread the love

ଆମ ଜୀବନରେ ପ୍ରତ୍ୟେକ ମନୁଷ୍ୟର ଅଭ୍ୟାସ, ସ୍ଵଭାବ ସଂପୂର୍ଣ୍ଣ ରୂପେ ଭିନ୍ନ ଭିନ୍ନ ହୋଇଥାଏ । ଯାହା ଆମ ଜୀବନରେ ଗଭୀର ପ୍ରଭାପ ପକାଇଥାଏ । ଯେଉଁଥିରେ କିଛି ଅଭ୍ୟାସ ଏଭଳି ଥାଏ, ଯାହାକି ଜୀବନ ପାଇଁ ଭୟଙ୍କର ହୋଇପାରେ ଓ କେତେକ ଅଭ୍ୟାସ ବହୁତ ଭଲ ଥାଏ । ହିନ୍ଦୁ ଜ୍ୟୋତିଷ ଶାସ୍ତ୍ର, ବସ୍ତୁ ଶାସ୍ତ୍ର, ସାମୁଦ୍ରିକ ଶାସ୍ତ୍ରରେ ଏଭଳି କିଛି ବିଧି ରହିଛି, ଯାହାର ପ୍ରୟୋଗରେ ଆମ ଜୀବନରେ ଆସୁଥିବା ସଙ୍କଟକୁ ଦୁରେଇ ପାରିବା । ଅସୁବିଧା ସମୟରେ ଏହି ଶାସ୍ତ୍ରୀୟ ଉପାୟକୁ ପ୍ରୟୋଗ କରନ୍ତୁ କିନ୍ତୁ ଆଜି ଆମେ ଆପଣଙ୍କୁ କହିବାକୁ ଯାଉଛୁ କିଛି ଏଭଳି ଆବଶ୍ୟକ କଥା ଯାହାକୁ ଜାଣି ଆପଣ ମଧ୍ୟ ଚକିତ ହୋଇ ରହିଯିବେ ।

ମନୁଷ୍ୟ ସବୁବେଳେ ନିଜର ଆସୁଥିବା ମୃତ୍ୟୁ ପାଇଁ ମନରେ ଡର ରହିଥାଏ । ଯେତେବେଳେ କି ସମସ୍ତେ ଜାଣନ୍ତି ଯେ, ପୃଥିବୀରେ ଯିଏ ଜନ୍ମ ହୋଇଥାନ୍ତି, ସେମାନଙ୍କର ମୃତ୍ୟୁ ସୁନିଶ୍ଚିତ ଅଟେ । ଏହା ଜାଣିବା ସତ୍ତ୍ୱେ ଅଧିକାଂଶ ଲୋକମାନେ ଅକାଳ ମୃତ୍ୟୁରେ ମୃତ୍ୟୁ ବରଣ କରିବା ପାଇଁ ଚାହାନ୍ତି ନାହିଁ । ଯଦି ଆପଣ ମଧ୍ୟ ଅକାଳ ମୃତ୍ୟୁ ଠାରୁ ଦୂରେଇ ରହିବାକୁ ଚାହୁଁଛନ୍ତି, ତେବେ ଏହି କାମ ଗୁଡ଼ିକୁ କରନ୍ତୁ ନାହିଁ ।

ଆମ ବୟସକୁ ଟାଣି ନେଇଯାଇଥାଏ ଯଦି ମଙ୍ଗଳବାର ଦିନ ଏହି କାମ ଗୁଡ଼ିକୁ କରିଥାଉ –

୧) ପବନ ପୁତ୍ର ହନୁମାନ ହିଁ ଅଛନ୍ତି ଯିଏ କି ଗ୍ରହମାନଙ୍କର ପ୍ରକୋପ ଠାରୁ ମନୁଷ୍ୟକୁ ବଞ୍ଚାଇଥାନ୍ତି । ବୋଧ ହୁଏ ଏହି କାରଣରୁ ହିଁ ହନୁମାନ ଭଗବାନଙ୍କୁ କଳିଯୁଗର ଦେବତା କୁହାଯାଇଥାଏ । ମଙ୍ଗଳ, ଶନି, ରାହୁ, କେତୁ ଭଳି ଗ୍ରହମାନଙ୍କର ଦୃଷ୍ଟ ପ୍ରଭାବରୁ ବଞ୍ଚିବାକୁ ଚାହୁଁଛନ୍ତି; ତେବେ ହନୁମତଙ୍କ ଆରାଧନା ହିଁ କେବଳ ଗୋଟିଏ ଉପାୟ ଅଛି ।

୨) ସପ୍ତାହର ମଙ୍ଗଳବାର ଦିନଟି ପ୍ରଭୁ ହନୁମାନଙ୍କ ବହୁତ ପ୍ରିୟ ଅଟେ । ଏଭଳି ମାନ୍ୟତା ଅଛି ଯେ, ଏହି ଦିନ ପବନପୁତ୍ରଙ୍କ ପୂଜା ବିଶେଷ ରୂପରେ ଫଳ ପ୍ରଦାୟକ ହୋଇଥାଏ । ଏତିକି ହିଁ ନୁହେଁ, ମଙ୍ଗଳବାରର ଦିନ କ୍ଷତ୍ରିୟ ଗ୍ରହ ମଙ୍ଗଳ ସହ ମଧ୍ୟ ଯୋଡିତ, ତେଣୁ ମଙ୍ଗଳବାର ଦିନ ହନୁମାନଙ୍କୁ ଆରାଧନା କରିବା ଦ୍ଵାରା ମଙ୍ଗଳ ଦୋଷ ମଧ୍ୟ ଦୂର ହୋଇଥାଏ ଓ ମନୁଷ୍ୟ ଜୀବନରେ ସଙ୍କଟ ମଧ୍ୟ ଘୁଞ୍ଚି ଯାଇଥାଏ ।

୩) ମଙ୍ଗଳବାର ଦିନ ହନୁମାନଙ୍କ ପୂଜା ଅର୍ଚ୍ଚନା କରିବା ବହୁତ ଭଲ ବୋଲି କୁହାଯାଇଥାଏ । ଯେଉଁ ଲୋକ ହନୁମାନଙ୍କ ଧ୍ୟାନ କରିଥାନ୍ତି, ସେମାନଙ୍କ ମଙ୍ଗଳ ଦୋଷ କଟି ଯାଇଥାଏ ଓ ସେହି ଲୋକ ଉପରେ କୌଣସି ପ୍ରକାରର ମଧ୍ୟ ନାକରାତ୍ମକ ପ୍ରଭାବ ପଡିନଥାଏ ।

୪) ମଙ୍ଗଳବାର ଦିନ ହନୁମାନଙ୍କ ଆରାଧନା କରିବା ଲାଭକାରୀ ବୋଲି କୁହାଯାଏ । କିନ୍ତୁ ବହୁତ ଲୋକଙ୍କ ସହିତ ଏହାର ବିପରୀତ ପ୍ରଭାବ ମଧ୍ୟ ପଡିଯାଇଥାଏ । ମଙ୍ଗଳ ଗ୍ରହ ଆୟୁର ମଧ୍ୟ ପ୍ରତିନିଧି ଅଟେ, ଏଥିପାଇଁ ଏହି ଦିନ କରାଯାଇଥିବା ଛୋଟ ଭୁଲ୍ ମଧ୍ୟ ଆୟୁର ନାଶ କରି ଦେଇଥାଏ ।

୫) ମଙ୍ଗଳବାର ଦିନ ମିଠା ଦାନ କରିବା ଉତ୍ତମ ବୋଲି କୁହାଯାଏ କିନ୍ତୁ ସେହି ମିଠାକୁ ନିଜେ କେବେ ବି ଖାଆନ୍ତୁ ନାହିଁ । ଯେଉଁ ଦିନ ଆପଣ କୌଣସି ଜିନିଷ ଦାନ କରନ୍ତି, ଆପଣ ସେହି ଜିନିଷକୁ ସ୍ୱୟଂ ଗ୍ରହଣ କରନ୍ତୁ ନାହିଁ ।

୬) ମଙ୍ଗଳବାର ଦିନ ମାଂସ ଓ ମଦର ସେବନ କରିବା ଉଚିତ ନୁହେଁ । ଏହାଛଡା ଏହି ଦିନରେ ଘରେ ବା ଦୋକାନରେ ଯଜ୍ଞ କରିବା ଉଚିତ ନୁହେଁ । ଏହି ଦିନ ନଖ କାଟନ୍ତୁ ନାହିଁ ଓ କେଶକୁ ମଧ୍ୟ ଭୁଲ୍ ବଶତଃ କାଟିନ୍ତୁ ନାହିଁ ।

୭) ମଙ୍ଗଳବାର ଦିନ ଛୁରୀ, କଣ୍ଟା, କଇଁଚି ଆଦିର ବ୍ୟବହାର କରନ୍ତୁ ନାହିଁ । ଘରେ ଭୋଜନ କରିବା ସମୟରେ ବିଶେଷ ସାବଧାନ ପାଳନ କରିବାକୁ ପଡ଼ିବ ଓ ଏହି ବିଷୟ ଉପରେ ଧ୍ୟାନ ରଖିବେ କି ଭୋଜନ ଯେପରି ରୋଷେଇ କରିବା ସମୟରେ ପୋଡିବା ନାହିଁ ।

ଅନୁଛେଦଟି ପସନ୍ଦ ଆସିଲେ ଗୋଟିଏ ଲାଇକ କରନ୍ତୁ ଏବଂ Comment Boxରେ “ଜୟ ହନୁମାନ” ଲେଖନ୍ତୁ ! ଦିନଟି ଆପଣଙ୍କ ପାଇଁ ମଙ୍ଗଳମୟ ହେଉ ।