ଯଦି ଆପଣଙ୍କୁ ରାତିରେ ଠିକ୍ ରୂପେ ନିଦ ହୋଇନଥାଏ, ତେବେ ଏହି ଉପାୟ ଖାସ୍ ଆପଣଙ୍କ ପାଇଁ ।

Spread the love

ଅଧିକାଂଶ ଲୋକମାନଙ୍କୁ ରାତିରେ ଠିକ୍ ରୂପେ ନିଦ ହୋଇନଥାଏ ବା ଅଳ୍ପ ନିଦ ହେଲେ ମଧ୍ୟ ପୁଣି ନିଦ ଭାଙ୍ଗିଯାଏ । ଯଦି ଏଭଳି ନିରନ୍ତର ହୋଇଥାଏ, ତେବେ ଏହା ଶରୀର ଉପରେ ବହୁତ ଖରାପ ପ୍ରଭାବ ପଡିଥାଏ । କାରଣ ନିଦ ଠିକ୍ ରେ ନ ହେଲେ ଶରୀର ପୁରା ଦୁର୍ବଳ ଲାଗିଥାଏ, କାମ କରିବା ପାଇଁ ଅଳସୁଆ ଲାଗେ ବା ଇଚ୍ଛା ହିଁ ଲାଗି ନ ଥାଏ । ନିଦ ଠିକ୍ ରେ ନ ହେଲେ ଶରୀର ଅସୁସ୍ଥ ହୋଇଯାଏ ।

ନିଦ ଠିକ୍ ରେ ନ ହେଲେ ପୁରା ଶରୀରର କାର୍ଯ୍ୟ କରିବା ପ୍ରଣାଳୀରେ ବାଧା ସୃଷ୍ଟି ହୋଇଥାଏ । ନିଦ ନ ହେଲେ ଶରୀରର ମୁଖ୍ୟ ଅଙ୍ଗ ମସ୍ତିଷ୍କ ଉପରେ ବହୁତ କୁପ୍ରଭାଵ ପଡିଥାଏ । ଯଦି ମସ୍ତିଷ୍କ ଠିକ୍ ରେ କାମ ନ କରିବ ତେବେ ଶରୀରରେ ବହୁତ କିଛି କ୍ଷତି ହୋଇଯାଏ । ତେଣୁ ଜାଗ୍ରତରେ ରୁହନ୍ତୁ । ଆଜି ଆମେ ଏହି ଅନୁଛେଦରେ ଆପଣଙ୍କୁ କିଛି ଏଭଳି ଉପାୟ କହିବାକୁ ଯାଉଛୁ, ଯାହାଦ୍ୱାରା କି ଆପଣଙ୍କୁ ଭଲ ରୁପେ ନିଦ ହେବ ।

ରାତିରେ ଯଦି ଡାଲି ଓ ଭାତ ଖାଇଥାଅ, ତେବେ ଆପଣଙ୍କୁ ଭଲ ନିଦ ହେବ କାରଣ ଏହି ଦୁଇଟି ଅର୍ଥାତ ଡାଲି ଓ ଭାତରେ କାର୍ବହାଇଡ୍ରେଡ଼ ଅଧିକ ମାତ୍ରାରେ ମହଜୁଦ ଥାଏ, ଯାହାଦ୍ୱାରା କି ଖାଦ୍ୟ ଶୀଘ୍ର ହଜମ ହୋଇଯାଏ ଓ ଡାଲିରେ ମେଳାଟୋନିନ୍ ନାମକ ହରୋମାନ ରହିଥାଏ, ଯାହାଦ୍ୱାରା କି ଆମକୁ ଭଲ ନିଦ ଆସିଥାଏ ।

ରାତିରେ ଖାଇବା ସମୟରେ ସଲାଡ୍ ନିଶ୍ଚୟ ଖାଆନ୍ତୁ । କାରଣ ସଲାଡ଼ ଖାଇବା ଦ୍ୱାରା ଲେକ୍ଟୃକେରିଅମ୍ ପାଇଥାଉ ଯାହାଦ୍ୱାରା ଆମ ଶରୀରକୁ ହଲଲ୍କା ଲାଗିଥାଏ ଓ ଭଲ ନିଦ ହୋଇଥାଏ ।

ଖାଇବା ସମୟରେ କାବୁଲି ଚନା ଖାଇବା ମଧ୍ୟ ବହୁତ ଲାଭଦାୟକ ହୋଇଥାଏ । କାରଣ ଏହା ଖାଇଲେ ଭଲ ନିଦ ଲାଗିଥାଏ । ଏଥିରେ ଅଧିକ ମାତ୍ରାରେ ଭିଟାମିନ ବି-୬ ପାଇଥାଉ ଯାହା କି ଶରୀରରେ ମେଳାଟୋନିନ୍ କରିବାରେ ସହାୟତା ହୋଇଥାଏ ।

ରାତିରେ ଶୋଇବା ସମୟରେ ଗୋଟିଏ ଗ୍ଲାସ କ୍ଷୀର ପିଅନ୍ତୁ, ଆପଣଙ୍କୁ ଭଲ ନିଦ ଲାଗିବ ।

ସ୍ୱାସ୍ଥ୍ୟ ସମ୍ବନ୍ଧିତ ଏହି ଅନୁଛେଦଟି ସମସ୍ତଙ୍କ ପାଇଁ ଉପାଦେୟ ଅଟେ । ଯେଉଁମାନଙ୍କୁ ନିଦ ହେଉନାହିଁ, ସେହି ବ୍ୟକ୍ତିମାନେ ଉପର ଦିଆଯାଇଥିବା ତଥ୍ୟକୁ ଆପଣନ୍ତୁ ନିଶ୍ଚୟ ଉପକୃତ ହେବେ ।