ଘରେ ଝିଟିପିଟି ଦେଖିଲେ ତୁରନ୍ତ ପକାଇ ଦିଅନ୍ତୁ ଏହି ଜିନିଷ । ଧନର ଅପାର ବର୍ଷା ହେବ ।

Spread the love

ସଧାରଣତଃ ଲୋକେ ଘରେ ଝିଟିପିଟିକୁ ଦେଖିବା ପରେ ଡରି ଯାଇଥାନ୍ତି କିନ୍ତୁ ସେମାନଙ୍କୁ ଜଣା ନଥାଏ ଭୟଙ୍କର ଦେଖାଯାଉଥିବା ଝିଟିପିଟି କେତେ ଶୁଭଙ୍କର ହୋଇଥାଏ । ଜୋତିଷ ଶାସ୍ତ୍ର ଅନୁସାରେ ଏହାର ବିଶେଷ ମହତ୍ତ୍ୱ ରହିଛି । ଭାରତର କିଛି ମନ୍ଦିରରେ ଝିଟିପିଟିର ପୂଜା କରାଯାଇଥାଏ । ଶ୍ରୀ ରଙ୍ଗମ ରଙ୍ଗନାଥ ସ୍ୱାମୀ ମନ୍ଦିରର କାନ୍ଥରେ ଝିଟିପିଟିର ଚିତ୍ର ଖୋଦିତ ହୋଇଛି । ମାନ୍ୟତା ରହିଛି ଝିଟିପିଟିର ଦର୍ଶନ କରିବା ଭଗବାନଙ୍କ ଦର୍ଶନ ସହ ସମାନ ଅଟେ । ଆଜି ଆମେ ଆପଣଙ୍କୁ ଝିଟିପିଟି ସହ ଜଡିତ ବିଶେଷ ଶୁଭଫଳ ଦାୟକ ଉପାୟ ବିଷୟରେ କହିବା ପାଇଁ ଯାଉଛୁ; ଯାହାକୁ ପାଳନ କରିବା ଫଳରେ ମାତା ଲକ୍ଷ୍ମୀ ଆପଣଙ୍କ ଉପରେ କୃପା ଦୃଷ୍ଟି ପକାଇବେ ଏବଂ ଧନର ଅପାର ବର୍ଷା ହେବ ।

ଝିଟିପିଟି ଦେଖିବାର ସୁଗୁଣ :

ଘରେ ସାଧାରଣତଃ ଦେଖା ଯାଉଥିବା ଝିଟିପିଟି ଭାବିଷ୍ୟରେ ଘଟିବ ପାଇଁ ଥିବା କିଛି ଘଟଣାର ସଂକେତ ବିଷୟରେ ସୁଚାଇଥାଏ । ଶକୁନ ଶାସ୍ତ୍ର ଅନୁସାରେ, ଯଦି ଦିନରେ ଭୋଜନ କରିବା ସମୟରେ ଝିଟିପିଟିର ଶବ୍ଦ ଶୁଣାଯାଏ; ତେବେ ବହୁତ ଶୀଘ୍ର ଆପଣଙ୍କୁ କୌଣସି ଶୁଭ ଖବର ମିଳିବ କିମ୍ବା କୌଣସି ଶୁଭଫଳ ମିଳିବ । ଯଦି ଝିଟିପିଟି ସମାଗମ କରୁଥାଏ; ତେବେ ଆପଣଙ୍କ କୌଣସି ପୁରୁଣା ମିତ୍ରଙ୍କ ସହ ଭେଟ ହେବାର ସମ୍ଭାବନା ରହିଛି ।

ଝିଟିପିଟି ଝଗଡା କରୁଥିବାର ଦେଖିଲେ, ଆପଣଙ୍କ କୌଣସି ବ୍ୟକ୍ତିଙ୍କ ସହ ଝଗଡା ହୋଇପାରେ ଏବଂ ଝିଟିପିଟି ଝଗଡରୁ ପରସ୍ପର ଠାରୁ ଅଲଗା ହେଉଥିବା ଦେଖିଲେ କୌଣସି ପ୍ରିୟଜନଙ୍କ ଠାରୁ ବିଚ୍ଛେଦ ହେବାର ସମ୍ଭାବନା ରହିଥାଏ । ଏହାସହ ଦୀପାବଳି ଦିନ ଘରେ ଝିଟିପିଟି ଦେଖିବା ଶୁଭ ହୋଇଥାଏ । ମାନ୍ୟତା ରହିଛି; ଦୀପାବଳି ଦିନ ଝିଟିପିଟି ଦେଖିବା ଫଳରେ ବର୍ଷ ତମାମ ସୁଖସମୃଦ୍ଧି ବଜାୟ ରହିଥାଏ । ଆଜି ଆମେ ଝିଟିପିଟିର ଉପାୟ ବିଷୟରେ କହିବା ପାଇଁ ଯାଉଛୁ ଯାହାକୁ ପାଳନ କରିଲେ ଶୁଭଫଳ ମିଳିବା ସହ ଏବଂ ସମସ୍ତ ସମସ୍ୟା ଦୂର ହୋଇଥାଏ ।

ଝିଟିପିଟି ଦେଖିବା ପରେ ଏହି ଉପାୟ କରନ୍ତୁ :

ଏହି ଉପାୟ ପାଇଁ ଆପଣଙ୍କୁ କେବଳ ଆପଣଙ୍କୁ କେବଳ ଏତିକି କରିବାର ଅଛି ଯେ, ଯେବେ ମଧ୍ୟ ଆପଣ ନିଜ ଘରର କାନ୍ଥ ଉପରେ ଝିଟିପିଟି ଦେଖୁଛନ୍ତି ତେବେ ତୁରନ୍ତ ଘରର ମନ୍ଦିରରେ ଥିବା ଚାଉଳ ଆଣି ଝିଟିପିଟି ଉପରେ ଛିଞ୍ଚି ଦିଅନ୍ତୁ ଏବଂ ଯଦି ସମ୍ଭବ ତେବେ କ୍ଷୀର ମଧ୍ୟ ଛିଞ୍ଚି ଦିଅନ୍ତୁ । ଏହିପରି କରିବା ସମୟରେ ନିଜ ମନର ଇଚ୍ଛା ମନରେ ହିଁ ପରିପ୍ରକାଶ କରନ୍ତୁ । ଏହିପରି କରିବା ଫଳରେ ଆପଣଙ୍କ ମନୋସ୍କାମନା ପୂର୍ଣ୍ଣ ହୋଇଥାଏ । ଶାସ୍ତ୍ର ଅନୁସାରେ ମାନ୍ୟତା ରହିଛି ଝିଟିପିଟିର ପୂଜା କରିବା ଫଳରେ ଧନ ସମ୍ବନ୍ଧୀୟ ସମସ୍ୟା ଦୂର ହୋଇଥାଏ ଏବଂ ଧନ ପ୍ରାପ୍ତିର ନୂତନ ମାର୍ଗ ଖୋଲିଥାଏ ।