ଯଦି ଆପଣ ନିଜ ମାଆଙ୍କୁ ଭଲ ପାଉଛନ୍ତି ତେବେ ଏହି ଲେଖାଟି ନିଶ୍ଚିନ୍ତ ପଢନ୍ତୁ ।

Spread the love

ଆଜି ଆମେ ଆପଣଙ୍କ ପାଇଁ କିଛି ଏପରି ନେଇ ଆସିଛୁ ଯାହା ଅମୂଲ୍ୟ ଅଟେ । ଜଣେ ମାଆ ନିଜ ଝିଅକୁ ଦେଇଥିବା ଶିକ୍ଷା ଯାହାକୁ ପଢିବା ପରେ ଆପଣଙ୍କ ଆଖିରୁ ଲୁହ ବାହାରି ଆସିବ ।

ମାଆଙ୍କ ଶିକ୍ଷା ।

ସକାଳ ଚାରିଟାରେ ହଠାତ୍ ଫୋନର ଘଣ୍ଟି ବାଜିଥିଲା । ମୋର ନିଦ ଭାଙ୍ଗି ଯାଇଥିଲା । ମାନ୍ୟତା ରହିଛି ସକାଳ ଚାରିଟାରେ ଫୋନ ରିଙ୍ଗ୍ ହେବା ଅର୍ଥ କୌଣସି ଅନର୍ଥ ହୋଇପାରେ । ମୁଁ ଦେଖୁଥିଲି ପାପାଙ୍କ ଫୋନ ବାଜିଛି ଯାହା ଦେଖିବା ପରେ ମୋ ହାତ ଗୋଡ଼ ଥରି ଯାଇଥିଲା । କାରଣ କିଛି ଦିନ ହେଲା ମାଆଙ୍କ ଦେହ ଠିକ ନ ଥିଲା । ସେହି ସମୟରେ ମୋ ପତି କହିଥିଲେ ଫୋନ ଉଠାଅ ।

ମୁଁ ଫୋନ ଉଠାଇ ଥିଲି ଏବଂ କହିଥିଲି ହେଲୋ ପାପା ।

ପାପା କହିଲେ- ଝିଆ ଯେତେ ଶୀଘ୍ର ପାରୁଛୁ ଘରକୁ ଚାଲି ଆସେ…

ମୁଁ କହିଥିଲି- କଣ ହୋଇଛି ପାପା… । ମାଆ ଠିକ୍ ଅଛି ନା.. ଉତ୍ତରରେ ଶୀଘ୍ର ଘରକୁ ଆସେ, କହି ପାପା ଫୋନ ରଖି ଦେଇଥିଲେ । ମୁଁ ଚିନ୍ତାରେ ପଡିଯାଇଥିଲି ଏବଂ କାନ୍ଦିବାରେ ଲାଗି ପଡିଲି । ସେହି ସମୟରେ ମୋ ପତି କହିଥିଲେ, କାନ୍ଦିବା ବନ୍ଦ କର ଏବଂ ଶୀଘ୍ର ପ୍ରସ୍ତୁତ ହୁଅ ଘରକୁ ଯିବା ।

ଏକ ଘଣ୍ଟାର ଯାତ୍ରା ପରେ ଆମେ ଘରେ ପହଂଚି ଥିଲୁ । ମାଆ ମୁଁ ଚାଲି ଆସିଛି । ମାଆ ବହୁ କଷ୍ଠରେ ନିଜର ଆଖି ଖୋଲି ମୋତେ ଦେଖିଥିଲେ ଏବଂ କହିଥିଲେ ଝିଅ ତୁ ଠିକ ଅଛୁ ? ନିଜେ ମୃତ୍ୟୁ ସହ ଲଢୁଥିଲେ କିନ୍ତୁ ମୋତେ ପଚାରିଥିଲେ ତୁ ଠିକ ଅଛୁ । ଏହି ପରିସ୍ଥିତିରେ ମଧ୍ୟ ନିଜ ସନ୍ତାନର ଚିନ୍ତା ରହିଛି । ମୁଁ କହିଥିଲି ମୁଁ ଠିକ ଅଛି ତୁମେ ଚିନ୍ତା କର ନାହିଁ । ଶୀଘ୍ର ଭଲ ହୋଇଯାଅ, ପରେ ବାହାରକୁ ଯିବା । ଝିଅ ମୋ ପାଖରେ ବଂଚିବା ପାଇଁ ବହୁତ ସମୟ ନାହିଁ । ଏହା କହି ମାଆ ମୋତେ ଏକ ଚିଠି ଦେଇଥିଲେ । ଏହା କଣ ବୋଲି ଲୁହ ଭରା ଆଖିରେ ମୁଁ ପଚାରିଥିଲି । ସେ କହିଥିଲେ, ଏହା ମୋର ଶେଷ ଶିକ୍ଷା ଅଟେ ଏବଂ କିଛି ଜରୁରୀ କଥା ମଧ୍ୟ ରହିଛି । ଏହି କଥା ଶୁଣିବା ପରେ ମୋ ନିଜ ଦୁଃଖକୁ ରଖି ନପାରି ମାଆଙ୍କୁ କୁଣ୍ଢାଇ ଖୁବ୍ ଜୋରରେ କାନ୍ଦିଥିଲି । ସେହି ସମୟରେ ପାପା ମୋ କାନ୍ଧରେ ହାତ ରଖି କହିଥିଲେ, ବାସ୍ ଝିଅ ମାଆ ଆଉ ଏହି ଦୁନିଆରେ ନାହିଁ ।

ଆଜି ମୋ ସାଙ୍ଗ, ଶିକ୍ଷକ, ମାଆ ସବୁ କିଛି ମୋତେ ଛାଡି ଚାଲି ଯାଇଥିଲେ । ମୋତେ ଲାଗିଥିଲା ମୋ ଶରୀରର କିଛି ଗୋଟିଏ ଅଙ୍ଗ ଚାଲିଯାଇଛି । ମାଆଙ୍କ ଅନ୍ତିମ ସଂସ୍କାର ପରେ ମୁଁ ମାଆ ଦେଇଥିବା ଚିଠି ଖୋଲିଥିଲି । ସେଥିରେ ଲେଖା ହୋଇଥିଲା ଝିଅ, ଯେତେବେଳେ ତୁ ଏହି ଚିଠି ପଡ଼ିବୁ ସେହି ସମୟରେ ମୁଁ ଶାରୀରିକ ରୂପେ ତୋ ପାଖରେ ନ ଥିବି, ମୁଁ ତୋ ଠାରୁ ଅଲଗା ହୋଇଯାଇ ଥିବି । କିନ୍ତୁ ମୋର ଶିକ୍ଷା, ସଂସ୍କାର ତୋତେ ମୋ କଥା ମନେ ପକାଉଥିବ । ଏଥିରେ ମାଆ ମୋ ପାଇଁ ତିନୋଟି ଶିକ୍ଷା ଲେଖିଥିଲେ । ମାଆବାପାଙ୍କ ପରେ ଭାଇ ଭାଉଜଙ୍କୁ ମାଆ ବାପା ବୋଲି ଭବିବୁ । କଦାପି ଦେବା ନେବା ଭିତରେ ପ୍ରେମକୁ ଆଣିବୁନି ।

ତୋତେ ଏପରି ହେବା ପାଇଁ ପଡିବ; ଯେପରି ତୁ ତୋ ଝିଅକୁ କରିବା ପାଇଁ ଚାହୁଁଛୁ । କାରଣ ତୁ ଆସନ୍ତାକାଲିର ମାଆ ହେବୁ ଏବଂ ମୁଁ ଗତକାଲିର ଝିଅ । ଗୋଟିଏ ସ୍ତ୍ରୀର ପରିଚୟ ତାହାର ତ୍ୟାଗ, ମମତା ଏବଂ ପ୍ରେମ ମାଧ୍ୟମରେ ହୋଇଥାଏ । ଯାହା ସର୍ବଦା ବଜାୟ ରଖିବୁ । ପର ଜନ୍ମରେ ମୁଁ ତୋର ଝିଅ ହୋଇ ଜନ୍ମ ହେବା ପାଇଁ ଚାହୁଁଚି ତୋ ଭିତରେ ଆଗାମୀ ମାଆ ଦେଖିବା ପାଇଁ ଚାହୁଁଚି ।

ତୋର ମାଆ ।