ଆପଣ ମଧ୍ୟ ହସ୍ପିଟାଲ୍ ରେ ଠକେଇର ଶିକାର ହେଉଛନ୍ତି କି ? ତେବେ ଏହି 3ଟି କାରଣ ଜାଣନ୍ତୁ, କୌଣସି ଘରୋଇ ହସ୍ପିଟାଲ ଆପଣଙ୍କୁ ଠକି ପାରିବ ନାହିଁ…..

Spread the love

ହସ୍ପିଟାଲ ବା ଡାକ୍ତରଖାନାକୁ ଯିବା ଇଚ୍ଛା ନଥିଲେ ମଧ୍ୟ ବାଧ୍ୟ ହୋଇ ଯିବାକୁ ପଡେ । ଆଜିକଲି ଯେଉଁଭଳି ଭାବରେ ଲୋକ ସଂଖ୍ୟା ବୃଦ୍ଧି ପାଉଛି ସେହି ଅନୁସାରେ ଲୋକଙ୍କ ସ୍ୱାସ୍ଥ୍ୟ ଜନିତ ସମସ୍ୟା ମଧ୍ୟ ବଢ଼ିବାରେ ଲାଗିଛି । କିନ୍ତୁ ଦୁଃଖର ବିଷୟ କୌଣସି ବ୍ୟକ୍ତି ନିଜ ସ୍ୱାସ୍ଥ୍ୟ ଜନିତ ସମସ୍ୟା ପାଇଁ ସରକାର ହସ୍ପିଟାଲକୁ ଯିବାକୁ ଆଗ୍ରହ ପ୍ରକାଶ କରେ ନାହିଁ କାରଣ ସରକାରୀ ହସ୍ପିଟାଲମାନଙ୍କରେ ରୋଗୀଙ୍କୁ ଉପଯୁକ୍ତ ଚିତ୍କିସା କରିବା ପାଇଁ ସେମିତି କିଛି ସୁବିଧା ନଥାଏ । ଯାହାଦ୍ୱାରା ବାଧ୍ୟ ହୋଇ ରୋଗୀ ବା ରୋଗିଗ୍ରସ୍ଥ ପରିବାର ଘରୋଇ ହସ୍ପିଟାଲ ଯାଉଛନ୍ତି । କିନ୍ତୁ ସେହି ଘରୋଇ ହସ୍ପିଟାଲ ଗୁଡିକ ମଶା ମାଛି ଯେପରି ଶରୀରରୁ ରକ୍ତ ଶୋଷନ୍ତି ଠିକ ସେହିପରି ନିରୀହ ଜନତାଙ୍କ ଟଙ୍କା ଲୁଟିଥାନ୍ତି । ଆଜି ଆମେ ଆପଣଙ୍କୁ ଏହି 3ଟି ଅଧିକାର କହିବାକୁ ଯାଉଛୁ ଯାହାକି ଦେଶର ସମସ୍ତ ରୋଗୀ ଜାଣିବା ଦରକାର ।

ବ୍ୟୟ ଜାଣିବାର ଅଧିକାର :-

ପ୍ରତ୍ୟେକ ରୋଗୀ ସେମାନଙ୍କ ବ୍ୟୟ ବିଷୟରେ ଜାଣିବା ହେଉଛି, ସେମାନଙ୍କ ଅଧିକାର । ଆପଣଙ୍କୁ କ’ଣ ରୋଗ ହୋଇଛି ଓ ଏହାର ଚିକିତ୍ସା ଦ୍ୱାରା କେତେ ଟଙ୍କା ଖର୍ଚ୍ଚ ହେବ ଏଗୁଡିକ ବିଷୟରେ ଜାଣିବା ଦରକାର । ଏହି ଅଧିକାର ସମସ୍ତ ରୋଗୀଙ୍କୁ ମିଳିଅଛି ଏବଂ ରୋଗୀ ନିଜେ ହସ୍ପିଟାଲ ଓ ଡାକ୍ତରଙ୍କ ପାଖରୁ ଜାଣି ପରିବେ ।

ଅପାତକାଳୀନ ହସ୍ପିଟାଲର ସାହାଯ୍ୟ ଅଧିକାର :-

ଦ୍ଵିତୀୟ ଅଧିକାର ହେଉଛି ଅପାତ କାଳୀନ ହସ୍ପିଟାଲର ସାହାଯ୍ୟ । ଯଦି ଆପଣ କୌଣସି ରୋଗୀଙ୍କୁ ଆପତ କାଳୀନ ସ୍ଥିତିରେ ଘରୋଇ କିମ୍ଭା ସରକାରୀ ହସ୍ପିଟାଲ କିମ୍ବା ଅନ୍ୟ କୌଣସି ହସ୍ପିଟାଲକୁ ନିଅନ୍ତି, ତା’ହାଲେ ପ୍ରଥମେ ସେହି ରୋଗୀର ପ୍ରାଥମିକ ଚିକିତ୍ସା କରିବା ଆପଣଙ୍କ ଅଧିକାର ଅଟେ । କୌଣସି ଡାକ୍ତର କାଗଜ ପତ୍ର କାରବାରର ବାହାନା କରି ପ୍ରତ୍ୟାଖ୍ୟାନ କରି ପାରିବେ ନାହିଁ ।

ମେଡ଼ିକାଲ ରିପୋର୍ଟ ଓ ରେକର୍ଡ଼ ଅଧିକାର :-

ତୃତୀୟ ଅଧିକାର ହେଉଛି ଆପଣଙ୍କ କେଉଁ ରୋଗ ହୋଇଛି ସେହି ରୋଗ ସମ୍ପର୍କିତ ସମସ୍ତ ରେକର୍ଡ଼ ନେବା ଦରକାର । ଯଦି ଆପଣ ହସ୍ପିଟାଲରୁ ଡିସଚାର୍ଜ ନେଉଛନ୍ତି ତା’ହାଲେ ଆପଣ ରୋଗ ଠାରୁ ଆରମ୍ଭ କରି ଚିକତ୍ସା ଓ ଅନ୍ୟାନ୍ୟ ଅନୁସନ୍ଧାନର ସମସ୍ତ ରିପୋର୍ଟ ମାଗି ପାରିବେ । ହସ୍ପିଟାଲ ଆପଣଙ୍କୁ 24 ରୁ 72 ଘଣ୍ଟା ମଧ୍ୟରେ ଦେବା ଦରକାର ।