କଣ ଆପଣଙ୍କ ଗୋଡ଼ ହାତ ଥରୁଛି କି ? ତେବେ ଆପଣଙ୍କୁ ହୋଇପାରେ ଏହି ରୋଗ । ଜାଣନ୍ତୁ ଲକ୍ଷଣ ଏବଂ ଏହାର ଉପଚାର ।

Spread the love

ପ୍ରାୟତଃ ଲୋକଙ୍କ ମାନ୍ୟତା ରହିଛି; ହାତ ଗୋଡ଼ ଥରିବା କେବଳ ବୃଦ୍ଧବୃଦ୍ଧାଙ୍କୁ ହୋଇଥାଏ କିନ୍ତୁ ସେମାନଙ୍କ ଏହି ଭାବନା ଭୁଲ ଅଟେ । ଶରୀରରେ ଦୁର୍ବଳତା, ଥକ୍କାପଣ ଏବଂ ଅତ୍ୟଧିକ ଚାଲିବା ଦ୍ୱାରା ଗୋଡ଼ହାତ ଥରିଥାଏ । ଆପଣମାନେ ନିଜ ଆଖପାଖରେ ଅନେକ ଲୋକଙ୍କୁ ଦେଖିଥିବେ, ସେମାନଙ୍କ ଗୋଡ଼ହାତ ଥରୁ ଥିବାର ପ୍ରାୟତଃ ଲୋକେ ଭାବିଥାନ୍ତି, ଦୁର୍ବଳତା ଯୋଗୁଁ ଏହିଭଳି ହୋଇଥାଏ କିନ୍ତୁ ଏହା ଜରୁରୀ ନୁହେଁ ଯେ, କେବଳ ଦୁର୍ବଳତା ଯୋଗୁଁ ହିଁ ହାତଗୋଡ଼ କମ୍ପିଥାଏ । ଅନ୍ୟ କାରଣ ଯୋଗୁଁ ମଧ୍ୟ ଆପଣଙ୍କ ହାତଗୋଡ଼ କମ୍ପିଥାଏ ।

ଆଜିର ଲେଖାରେ ଆମେ କହିବୁ, ହାତଗୋଡ଼ କମ୍ପିଲେ କେଉଁ ସବୁ ରୋଗ ଆପଣଙ୍କୁ ହୋଇ ଥାଇପାରେ ଏବଂ ଏହାର ଉପଚାର ସବୁ କଣ ରହିଛି ?

ଆସନ୍ତୁ ଜାଣିବେ ହାତଗୋଡ଼ କମ୍ପିବା ଦ୍ୱାରା କଣ ସବୁ ରୋଗ ହୋଇଥାଏ :

ଏନିମିଆ ମଧ୍ୟ କାରଣ ହୋଇପାରେ :

ଯେଉଁ ବ୍ୟକ୍ତିଙ୍କ ମଧ୍ୟରେ ରକ୍ତର ଅଭାବ ହୋଇଥାଏ, ସେମାନଙ୍କୁ ଏନିମିଆ ହୋଇଥାଏ । ଏହି ରୋଗ ହେବା କାରଣରୁ ହାତଗୋଡ଼ କମ୍ପିବା ଏକ ସାମାନ୍ୟ ଲକ୍ଷଣ ଅଟେ ।ଯେଉଁ ବ୍ୟକ୍ତି ଏନିମିଆର ଶିକାର ହୋଇଥାନ୍ତି; ସେମାନଙ୍କୁ ଦୁର୍ବଳତା ଲାଗିବା ସାଧାରଣ ବିଷୟ ଅଟେ । ଯାହାଫଳରେ ସେମାନଙ୍କ ହାତଗୋଡ଼ କମ୍ପିଥାଏ । ଯଦି ଆପଣଙ୍କୁ ମଧ୍ୟ ଏହି ଭୟ ରହିଛି; ତେବେ ନିଜର ରକ୍ତର ସ୍ତର ପରୀକ୍ଷା କରାଇ ନିଅନ୍ତୁ ।

ମଧୁମେୟ ମଧ୍ୟ କାରଣ ହୋଇପାରେ :

ଯେଉଁ ବ୍ୟକ୍ତିଙ୍କୁ ମଧୁମେୟର ସମସ୍ୟା ରହିଛି; ସେମାନଙ୍କର ମଧ୍ୟ ହାତଗୋଡ଼ କମ୍ପିଥାଏ । କାରଣ ଯେତେବେଳେ ବ୍ୟକ୍ତିର ଶରୀରରେ ସୁଗାର କମ ହୋଇ ଯାଇଥାଏ, ଚିନ୍ତା ବଢ଼ିବାରେ ଲାଗିଥାଏ । ଯାହାଫଳରେ ହାତଗୋଡ଼ କମ୍ପିବାରେ ଲାଗିଥାଏ । ଯଦି ଆପଣଙ୍କର ମଧ୍ୟ ହାତଗୋଡ଼ କମ୍ପୁଥାଏ ଏବଂ ଆପଣଙ୍କ ମଧୁମେୟ ନଥାଏ; ତେବେ ମଧ୍ୟ ଥରେ ଆପଣ ନିଜର ସୁଗାର ପରୀକ୍ଷା କରାଇ ନିଅନ୍ତୁ ।

ରକ୍ତଚାପ ମଧ୍ୟ କାରଣ ହୋଇପାରେ :

ଯେଉଁ ବ୍ୟକ୍ତିମାନଙ୍କୁ ରକ୍ତଚାପ ସମସ୍ୟା ରହିଛି; ସେମାନଙ୍କ ହାତଗୋଡ଼ କମ୍ପିଥାଏ । ରକ୍ତଚାପ ବଢିବା କିମ୍ବା କମିବା ଫଳରେ ଶରୀରର ରକ୍ତଚାପ ବଢି ଯାଇଥାଏ; ଯାହା ଫଳରେ ହାତଗୋଡ଼ କମ୍ପିଥାଏ । ଏହା ବ୍ୟତୀତ ଶରୀରର ସୁଗାର ଲେବଲ ମଧ୍ୟ କମିଗଲେ ହାତଗୋଡ଼ କମ୍ପିଥାଏ । ଯଦି ଆପଣ ବିଗତ କିଛି ଦିନ ହେବ, ଏହିଭଳି ସମସ୍ୟାରେ ଚିନ୍ତିତ ଅଛନ୍ତି; ତେବେ ତୁରନ୍ତ ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ ।

ଷ୍ଟ୍ରୋକ :

ଦୁନିଆରେ ଲୋକଙ୍କ ଜୀବନ ସାଧାରଣତଃ ଷ୍ଟ୍ରୋକ ମାଧ୍ୟମରେ ହିଁ ଚାଲି ଯାଇଥାଏ । ଯେଉଁ ବ୍ୟକ୍ତିମାନଙ୍କୁ ଷ୍ଟ୍ରୋକ ସମସ୍ୟା ରହିଛି; ସେମାନଙ୍କୁ ଚାଳିବାରେ, ସନ୍ତୁଳନର ଅଭାବ, କଥା କହିବାରେ ଅସୁବିଧା, ମୁଣ୍ଡ ପୀଡ଼ା, ପାରାଲିସ, ହାତଗୋଡ଼ କମ୍ପିବା ଏହିପରି ଲକ୍ଷଣ ସବୁ ଦେଖା ଯାଇଥାଏ । ତେଣୁ ଏହି ଲକ୍ଷଣ ଗୁଡିକୁ ସାମାନ୍ୟ ରୂପରେ ନନେଇ ତୁରନ୍ତ ଡାକ୍ତରଙ୍କ ସହ ପରାମର୍ଶ ନିଅନ୍ତୁ । ହାତଗୋଡ କମ୍ପିବା ଷ୍ଟ୍ରୋକର କାରଣ ମଧ୍ୟ ହୋଇପାରେ ।