ଯଦି ଆପଣଙ୍କ ପାଖରେ ଏହି ୩ଟି ଅଭ୍ୟାସ ରହିଛି; ତେବେ ନିଜକୁ ସମ୍ଭାଳି ନିଅନ୍ତୁ, ନଚେତ ଧୀରେ ଧୀରେ ଆପଣଙ୍କୁ ମଧ୍ୟ ହୋଇପାରେ….

Spread the love

ଯଦି ଆପଣଙ୍କ ପାଖରେ ଏହି ୩ଟି ଅଭ୍ୟାସ ରହିଛି; ତେବେ ନିଜକୁ ସମ୍ଭାଳି ନିଅନ୍ତୁ, ନଚେତ ଧୀରେ ଧୀରେ ଆପଣଙ୍କୁ ମଧ୍ୟ ହୋଇପାରେ ଶାରୀରିକ ଦୁର୍ବଳତା ।

ଆଜିର ଏହି ଚଳଚଞ୍ଚଳ ଦୁନିଆରେ କେହି ମଧ୍ୟ ନିଜର ଧ୍ୟାନ ରଖନ୍ତି ନାହିଁ । ସଭିଁଙ୍କ ପାଖରେ କିଛି ଅଭ୍ୟାସ ରହିଛି, ଯାହା ସେମାନଙ୍କୁ କୌଣସି ରୋଗର ଦ୍ଵାରକୁ ଟାଣି ନେଇଥାଏ । କିଛି ନିଜ ଇଛାରେ ଏବଂ କିଛି ଅଭ୍ୟାସରେ ଏହି କାର୍ଯ୍ୟ ଗୁଡିକ କରିଥାନ୍ତି । ଲୋକଙ୍କ ଜୀବନ ଶୈଳୀ ଏତେ ପରିମାଣରେ ବ୍ୟସ୍ତ ହୋଇଯାଇଛି ଯେ, ଲୋକଙ୍କୁ ନିଜର ସ୍ୱାସ୍ଥ୍ୟର ଯତ୍ନ ନେବା ପାଇଁ ସମୟ ମିଳୁ ନାହିଁ । ଏହା ସାଧାରଣତଃ ପୁରୁଷ ମାନଙ୍କ କ୍ଷେତ୍ରରେ ଦେଖିବା ପାଇଁ ମିଳୁଛି । ପୁରୁଷ ମାନଙ୍କୁ ନିଜ ସ୍ୱାସ୍ଥ୍ୟର ଯତ୍ନ ନେବା ଅପେକ୍ଷା ନିଜ କାର୍ଯ୍ୟ ପ୍ରତି ଅଧିକ ଧ୍ୟାନ ରଖିବା ପସନ୍ଦ ହୋଇଥାଏ । ବେଳେବେଳେ ସେମାନଙ୍କ ଏହି ଅଭ୍ୟାସ ସେମାନଙ୍କ ପାଇଁ ସମସ୍ୟା ସୃଷ୍ଟି କରାଇଥାଏ । ଯଦି ଆପଣଙ୍କର ମଧ୍ୟ ଏହି ୩ଟି ଅଭ୍ୟାସ ରହିଛି ନିଜକୁ ସମ୍ଭାଳି ନିଅନ୍ତୁ, ନଚେତ ସମସ୍ୟା ଉପୁଜି ପାରେ ।

ଯଦି ଆପଣଙ୍କର ମଧ୍ୟ ଏହି ୩ଟି ଅଭ୍ୟାସ ରହିଛି ନିଜକୁ ସମ୍ଭାଳି ନିଅନ୍ତୁ :

ମନୁଷ୍ୟର ଶରୀର ବହୁତ କୋମଳ ହୋଇଥାଏ, ସେ ପୁରୁଷ କିମ୍ବା ମହିଳା କେହି ମଧ୍ୟ ହୁଅନ୍ତୁ । ପ୍ରତି ବ୍ୟକ୍ତିଙ୍କ ଶରୀରର କିଛି ନା କିଛି ଅଂଶ ସମ୍ବେଦନଶୀଳ ହୋଇଥାଏ । ଯଦି ସେହି ସମ୍ବେଦନଶୀଳ ଅଙ୍ଗ ଗୁଡିକରେ କୌଣସି ହାନି ହୋଇଥାଏ, ତେବେ ତାହା ନଷ୍ଟ ହୋଇ ଯାଇଥାଏ । ଆସନ୍ତୁ ଜାଣିବେ, ସେହି ୩ଟି ଅଭ୍ୟାସ ଗୁଡ଼ିକ ବିଷୟରେ ଯାହା ପୁରୁଷଙ୍କୁ ନପୁଂସକ କରି ଦେଇଥାଏ ।

1.  ଗରମ ପାଣିରେ ଗାଧାଇବା :

ଅନେକ ଲୋକ ଏହିଭଳି ଅଛନ୍ତି; ଯେଉଁମାନେ ସର୍ବଦା ଗରମ ପାଣିରେ ଗାଧାଇ ଥାନ୍ତି । କିନ୍ତୁ ପ୍ରତି ସମୟରେ ଗରମ ପାଣିରେ ଗାଧାଇବା କ୍ଷତିକାରକ ହୋଇଥାଏ । ଯଦି ଆପଣ ମଧ୍ୟ ଗରମ ପାଣିରେ ଗାଧାଉଛନ୍ତି; ତେବେ ନିଜକୁ ସମ୍ଭାଳି ନିଅନ୍ତୁ । ଗରମ ପାଣିରେ ଗାଧାଇବା ଦ୍ୱାରା ପୁରୁଷଙ୍କ ଶୁକ୍ରାଣୁ ଉପରେ ଖରାପ ପ୍ରଭାବ ପଡିଥାଏ । ଏକ ପରୀକ୍ଷାରୁ ଜଣା ପଡିଛି ଯେ, କୌଣସି ପୁରୁଷ ଦୀର୍ଘ ସମୟ ପର୍ଯ୍ୟନ୍ତ ଗରମ ପାଣିରେ ୩୦ ମିନିଟ ପର୍ଯ୍ୟନ୍ତ ଗାଧାନ୍ତି; ତେବେ ସେହି ପୁରୁଷଙ୍କ ଶୁକ୍ରାଣୁ ଉତ୍ପାଦନ କ୍ଷମତା ଉପରେ ଖରାପ ପ୍ରଭାବ ପକାଇଥାଏ ।

2.  ଲାପଟପର ଏହିଭଳି ବ୍ୟବହାର :

ଆଜିକାଲି ଲୋକେ ବସି ବସି ଲାପଟପରେ କାମ କରିଥାନ୍ତି କିମ୍ବା ବହୁତ ଲୋକ ଦିନ ତମାମ ଲାପଟପରେ ହିଁ କାର୍ଯ୍ୟ କରିଥାନ୍ତି । ଏହିପରି ପୁରୁଷ ନିଜ ଜଙ୍ଘ ଉପରେ ଲାପଟପ ରଖି କାମ କରିଥାନ୍ତି, ଯାହାଫଳରେ ସେମାନେ ନପୁଂସକତାର ଶିକାର ହୋଇପାରନ୍ତି । ଲାପଟପ ଜଙ୍ଘରେ ରଖି କାମ କରିବା ଦ୍ୱାରା ଟେଷ୍ଟିକଲସର ତାପମାତ୍ରା ବଢିଯିବା ଫଳରେ ଶୁକ୍ରାଣୁର ସ୍ତର ଏବଂ ଗୁଣବତା ଉପରେ ଖରାପ ପ୍ରଭାବ ପକାଇଥାଏ । ଏଣୁ ଲାପଟପକୁ ଟେବୁଲ ଉପରେ ରଖି କାର୍ଯ୍ୟ କରିବା ଉଚିତ୍ ।

3. ଚଡି ଏବଂ ଜିନ୍ସ ପ୍ୟାଣ୍ଟ :

ଟାଇଟ ଜିନ୍ସ ଝିଅ ଏବଂ ପୁଅ ଉଭୟ ପିନ୍ଧିବା ପାଇଁ ପସନ୍ଦ କରିଥାନ୍ତି । ଟାଇଟ ଜିନ୍ସ ପିନ୍ଧିବା ଦ୍ୱାରା ପୁରୁଷଙ୍କ ପ୍ରାଇଭେଟ ପାର୍ଟ ଦବିବାରେ ଲାଗିଥାଏ, ଯାହାଫଳରେ ଶୁକ୍ରାଣୁ ହାନି ହୋଇଥାଏ । ଟାଇଟ ଜିନ୍ସ ପିନ୍ଧିବା ଦ୍ୱାରା ଶୁକ୍ରାଣୁର ସ୍ତର କମିବାରେ ଲାଗିଥାଏ । ଏହି କାରଣରୁ ହିଁ ପ୍ରାଚୀନ କାଳରେ ଲୋକମାନେ ଢିଲା ପୋଷାକ ପିନ୍ଧୁଥିଲେ ।