ଯଦି ଆପଣ ମଧ୍ୟ ଟଏଲଟରେ ଫୋନ ବ୍ୟବହାର କରିବାର ଅଭ୍ୟାସ ଥିବ; ତେବେ ସାବଧାନ ହୋଇ ଯାଆନ୍ତୁ ।

Spread the love

ବିଗତ କିଛି ବର୍ଷ ମଧ୍ୟରେ ମୋବାଇଲ ଫୋନ ଆମ୍ଭ ମାନଙ୍କ ଜୀବନର ଏକ ଅଭିନ୍ନ ଅଙ୍ଗ ପାଲଟି ଯାଇଛି । ମୋର କିମ୍ବା ଆପଣଙ୍କ କୌଣସି କାମ ବିନା ଫୋନରେ ସମ୍ପୂର୍ଣ ହୋଇ ପାରିବ ନାହିଁ । ଘରେ ହେଉ କିମ୍ବା ବାହାରେ ଆମ୍ଭ ମାନଙ୍କୁ ଏହାର ଆବଶ୍ୟକ ପଡିଥାଏ । ରୋଷେଇ ସମୟରେ, ଟିଭି ଦେଖିବା ସମୟରେ ଏହା ବ୍ୟତୀତ କିଛି ଲୋକ ଟଏଲେଟରେ ମଧ୍ୟ ଫୋନର ବ୍ୟବହାର କରିବା ପାଇଁ ପଛାଇ ନଥାନ୍ତି । ଆପଣଙ୍କୁ ଜଣାଇବା ପାଇଁ ଚାହୁଁଛୁ ଯେ, ଯଦି ଆପଣଙ୍କ ମଧ୍ୟ ଟଏଲଟରେ ଫୋନ ବ୍ୟବହାର କରିବାର ଅଭ୍ୟାସ ଥିବ, ତେବେ ସାବଧାନ ହୋଇଯାଆନ୍ତୁ ।

ଟଏଲଟରେ ଫୋନ ବ୍ୟବହାର କଣ ପାଇଁ ହାନିକାରକ ଅଟେ ?

ଟଏଲଟରେ ଫୋନ ବ୍ୟବହାର କରିବା ଦ୍ୱାରା ଅସୁବିଧା ଏହା ଯେ, ଫୋନର ସାମ୍ନା ଏବଂ ପଛ ପଟ ପ୍ରଥମରୁ ମଇଳା ହୋଇଥାଏ । ଦ୍ଵିତୀୟତଃ ଆପଣଙ୍କ ଟଏଲଟ ସିଟରେ ବସିବା କାରଣରୁ ମଇଳା ଆସି ଆପଣଙ୍କ ଫୋନ ଏବଂ ହାତରେ ଲାଖି ଯାଇପାରେ, ଯାହାଫଳରେ ପରେ ଏହା ଆପଣ ଖାଦ୍ୟ ଖାଇବା ସମୟରେ କିମ୍ବା ଅନ୍ୟ କୌଣସି ସମୟରେ ଆପଣଙ୍କ ପେଟକୁ ଚାଲି ଯାଇଥାଏ । ଯାହା ପରେ ଆପଣଙ୍କୁ ହାନି ପହଞ୍ଚାଇ ଥାଏ । କିଛି ସମୟ ପାଇଁ ଯଦି ମାନି ନେବା ଯେ, ଆପଣ ନିଜ ହାତ ହ୍ୟାଣ୍ଡୱାସରେ ଧୋଇ ନେଇଥିବେ କିନ୍ତୁ ଫୋନରେ ଲାଗିଥିବା ମଇଳା ସେମିତି ହିଁ ଲାଗି ରହିଥିବ ଯାହା ଧୀରେ ଧୀରେ ଆପଣଙ୍କ ଶରୀରରେ ପ୍ରବେଶ କରିଥାଏ ।

ଖାଦ୍ୟ ଖାଇବା ସମୟରେ ଫୋନର ବ୍ୟବହାର କରିବା ଅନୁଚିତ :

ଖାଦ୍ୟ ଖାଇବା ସମୟରେ ଫୋନର ବ୍ୟବହାର କରିବା ଅନୁଚିତ । ଏହା ଏକ ଖରାପ ଅଭ୍ୟାସ ଅଟେ । କାରଣ କିଛି ସମୟ ପୂର୍ବରୁ ଆପଣ ନିଜ ଫୋନକୁ ଟଏଲେଟରେ ବ୍ୟବହାର କରିଥିଲେ । ଏହି କଥାରୁ ସ୍ପଷ୍ଟ ଅଟେ ଯେ, ଖାଇବା ସମୟରେ ଫୋନ ବ୍ୟବହାର କଲେ ଫୋନରେ ଲାଗିଥିବା କୀଟାଣୁ ଆପଣଙ୍କ ହାତ ମାଧ୍ୟମରେ ଆପଣଙ୍କ ପେଟକୁ ଚାଲି ଯାଇଥାଏ ଏବଂ ଏହା ମାଧ୍ୟମରେ ଆପଣ ଅନେକ ରୋଗରେ ଗ୍ରାସିତ ହୋଇପାରନ୍ତି । ଏହି କାରଣରୁ ପ୍ରଥମେ ଠିକ ରୂପେ ଖାଦ୍ୟ ଖାଇ ନିଅନ୍ତୁ ଏବଂ ପରେ ଫୋନର ବ୍ୟବହାର କରନ୍ତୁ ।

ଫୋନରେ କିପରି କୀଟାଣୁ ଏବଂ ବ୍ୟାକ୍ଟେରିଆ ଲାଗିଥାଏ :

ଟଏଲେଟରେ ଝାଡା ଫେରିବା ସମୟରେ ତିନି ଚାରି ପ୍ରକାରର ବ୍ୟାକ୍ଟେରିଆ ବାହାରିଥାଏ, ଯାହାର ନାମ ହେଉଛି ସାଲମୋନେଲା, ଶିଗେଲା ଏବଂ କୈମପିଲୋ ବ୍ୟାକ୍ଟେରିଆ । ବର୍ତ୍ତମାନ ପ୍ରଶ୍ନ ହେଉଛି, ଏହି ବ୍ୟାକ୍ଟେରିଆ ଗୁଡିକ କିପରି ଆମ ଫୋନରେ ଲାଗିଥାଏ । ପ୍ରକୃତରେ ଫୋନ ବ୍ୟବହାର କରିବା ସମୟରେ ଫୋନ ଗରମ ହୋଇ ଯାଇଥାଏ ଏବଂ କୀଟାଣୁ ଗୁଡିକ ଗରମ ସ୍ଥାନରେ ହିଁ ରହିଥାନ୍ତି । ଏହି କାରଣରୁ ଟଏଲେଟରୁ ହିଁ କିଟାଣୁ ଗୁଡିକ ଆମ ହାତ ଏବଂ ଫୋନରେ ଲାଗି ଯାଇଥାନ୍ତି ଏବଂ ହାତ ମାଧ୍ୟମରେ ଆମ ପେଟକୁ ଚାଲି ଯାଇଥାନ୍ତି । ଘରର ଟଏଲେଟ ସଫା ଥାଏ କିନ୍ତୁ ଅଫିସ କିମ୍ବା ଅନ୍ୟ ସ୍ଥାନର ଟଏଲେଟରେ ଯଦି ଆପଣ ଫୋନ ବ୍ୟବହାର କରନ୍ତି; ତେବେ ଏହା ଆପଣଙ୍କ ପାଇଁ ହାନିକାରକ ହୋଇଥାଏ । କାରଣ ସେଠାରେ ବହୁତ ଅପରିଷ୍କାର ହୋଇଥାଏ ଏବଂ କିଟାଣୁ ଖୁବ୍ ଶୀଘ୍ର ଆପଣଙ୍କ ଶରୀର ଏବଂ ହାତକୁ ଆକ୍ରମଣ କରିପାରେ ।

ଏହି କାରଣରୁ ଟଏଲେଟକୁ ଫୋନ ନେଇ ଯିବା ଅଭ୍ୟାସକୁ ଛାଡି ଦିଅନ୍ତୁ, ଯାହାଫଳରେ ଆପଣଙ୍କୁ କୌଣସି ପ୍ରକାରର ଶାରୀରିକ ସମସ୍ୟା ଦେଖାଯିବ ନାହିଁ ।