ଯଦି ଜୀବନରେ କିଛି ଅଘଟଣ ହେବାର ସଂକେତ ମିଳେ ତେବେ ଆପଣନ୍ତୁ ଏହି ଅମୋଘ ଉପାୟ । ସଙ୍କଟରୁ ମିଳିଥାଏ ମୁକ୍ତି…

Spread the love

ଜୀବନରେ କିଛି ଅଘଟଣ ହେବା ପୁର୍ବରୁ ଆମକୁ ତାହା ବିଷୟରେ ସଙ୍କେତ ମିଳି ଯାଇଥାଏ । ଯେଉଁ ଲୋକମାନେ ଏହି ସଙ୍କେତକୁ ବୁଝି ଯାଉଛନ୍ତି; ସେମାନେ ସମୟ ଥାଉ ଥାଉ ସମ୍ଭାଳି ଯାଆନ୍ତି ଏବଂ ସେହି ଅଘଟଣରୁ ମୁକ୍ତି ପାଇ ଯାଆନ୍ତି । ଆମର ଶାସ୍ତ୍ରରେ କିଛି ଏମିତି ସଙ୍କେତ ବିଷୟରେ କୁହାଯାଇଛି, ଯାହା ଭବିଷ୍ୟତରେ କିଛି ଅଘଟଣ ସହ ସମ୍ପୃକ୍ତ ଥାଏ । ଏଥିପାଇଁ ଯଦି ଆପଣଙ୍କ ସହ ତଳେ କୁହା ଯାଇଥିବା ଅଶୁଭ ସଙ୍କେତ ଦେଖାଦିଏ, ତେବେ ଆପଣ ବୁଝିଯିବେ ଯେ ଆପଣଙ୍କ ସହ କିଛି ଖରାପ ହେବାକୁ ଅଛି ।

ଅଘଟଣ ହେବା ପୂର୍ବରୁ ଏହି ଘଟଣାଗୁଡିକ ଘଟିଥାଏ :

ଚୌକୀ ଭାଙ୍ଗୀ ଯିବା :

ଯଦି ଆପଣଙ୍କ ଘରେ ଥିବା ଚୌକୀ କିମ୍ବା କାଠରେ ନିର୍ମିତ କୌଣସି ବସ୍ତୁ ହଠାତ ଭାଙ୍ଗି ଯାଏ, ତେବେ ଆପଣ ବୁଝି ଯାଆନ୍ତୁ ଯେ ଆପଣଙ୍କ ସହ କିଛି ଖରାପ ହେବାର ଅଛି ଏବଂ ଘରର କୌଣସି ସଦସ୍ୟଙ୍କୁ ଆଘାତ ହୋଇପାରେ ।

ସୁନା ହଜିଯିବା :

ସୁନା ହଜିଯିବା ଏକ ଅଶୁଭ ସଂକେତ ଅଟେ । ଆମର ଶାସ୍ତ୍ର ଅନୁସାରେ ଯଦି ସୁନା କିମ୍ବା କୌଣସି ମୂଲ୍ୟବାନ ବସ୍ତୁ ହଜି ଯାଇଥାଏ; ତେବେ ଆପଣ ଜୀବନରେ ଆସୁଥିବା ଆଗାମୀ ଅସୁବିଧାକୁ ଇଂଙ୍ଗିତ କରେ ।

ସ୍ଵପ୍ନରେ ଷୋହଳ ଶ୍ରୀଙ୍ଗାର କରିଥିବା ମହିଳା ଦେଖା ଦେଲେ :

ଯଦି ଆପଣଙ୍କ ସ୍ଵପ୍ନରେ କୌଣସି ଷୋହଳ ଶ୍ରୀଙ୍ଗାର କରିଥିବା ମହିଳା ଦେଖାଯାଏ, ତେବେ ଭାବି ନେବେ ଯେ କିଛି ଅମଙ୍ଗଳ ବିଷୟ ହେବାକୁ ଯାଉଅଛି ।

ଢୋଲରୁ ଖରାପ ଧ୍ୱନି ବାହାରିବା :

ଢୋଲ ବଜାଇବା ସମୟରେ ସେଥିରୁ ଖରାପ ଧ୍ୱନି ବାହାରିବା କିମ୍ବା ଢୋଲ ଫାଟିଯିବା ମଧ୍ୟ ଅଶୁଭ ବୋଲି କୁହାଯାଏ । ଏହା ଜୀବନରେ ଆସୁଥିବା କିଛି ଖରାପ ଘଟଣାକୁ ଇଙ୍ଗିତ କରିଥାଏ ।

ହଠାତ କ୍ଷୀର ପଡିଯିବା :

ହଠାତ କ୍ଷୀର କିମ୍ବା ଲୁଣ ପଡି ଯିବାକୁ ଅଶୁଭ ବୋଲି କୁହାଯାଏ । ଏହି ଘଟଣା ଧନ ସମ୍ପତିରେ ହେବାକୁ ଥିବା କ୍ଷତିକୁ ଇଙ୍ଗିତ କରେ ।

ଅଘଟଣ ସହ ଜଡିତ ଥିବା ସଙ୍କେତ ମିଳିଲେ ଏହି ଉପାୟ ବ୍ୟବହାର କରନ୍ତୁ :

ଯଦି ଉପରେ କୁହାଯାଇଥିବା କୌଣସି ଘଟଣା ଆପଣଙ୍କ ସହ ହୁଏ, ତେବେ ଆପଣ ଏହି ଉପାୟଗୁଡିକୁ କରିବା ଦ୍ଵାରା ଭବିଷ୍ୟତରେ ହେବାକୁ ଥିବା ଖରାପ ଘଟଣା କିଛି ମାତ୍ରାରେ କମ୍ କରି ଦିଆଯାଇ ପାରେ ।

– ଯଦି ଆପଣଙ୍କ ଦ୍ଵାରା ସୁନାର କୌଣସି ବସ୍ତୁ ହଜିଯାଏ, ତେବେ ଆପଣ ପ୍ରତି ସୋମବାରରେ ଶିବଙ୍କ ଠାରେ ଜଳ ଚଢାନ୍ତୁ । ଏହା ଦ୍ଵାରା ଆପଣ ଖରାପ ପ୍ରଭାବରୁ ବଞ୍ଚି ପାରିବେ ।

– କୌଣସି ବେକାର ସ୍ଵପ୍ନ ଦେଖିଲେ ହନୁମାନ ଚାଲିଶା ପଢନ୍ତୁ । ଏହା ଦ୍ଵାରା କୌଣସି ଖରାପ ସ୍ଵପ୍ନ ଆସେ ନାହିଁ ଏବଂ ଆପଣଙ୍କ ସହ କୌଣସି ଅଘଟଣ ମଧ୍ୟ ଘଟିବ ନାହିଁ ।

– ହଠାତ ଢୋଲ ଫାଟିଗଲେ ତାକୁ ପିପିଲି ଗଛ ତଳେ ରଖି ଆସନ୍ତୁ ଏବଂ ମନ୍ଦିରରେ ଗୋଟିଏ ନଡିଆ ଭାଙ୍ଗି ଦିଅନ୍ତୁ ।

– ଘରେ କାଠର କୌଣସି ବସ୍ତୁ ଭାଙ୍ଗିଗଲେ, ଆପଣ ମନ୍ଦିରରେ ତେଲ ଦୀପ ଜଳାଇ ଦିଅନ୍ତୁ । ଏହା କରିବା ଦ୍ଵାରା ହେବାକୁ ଥିବା ଅଘଟଣରୁ ମୁକ୍ତି ପାଇପାରିବେ ।

– ହଠାତ କ୍ଷୀର ପଡିଗଲେ ଆପଣ ଶିବଲିଙ୍ଗ ଉପରେ କ୍ଷୀର ଚଢାଇ ଆସନ୍ତୁ ଏବଂ ଭିକାରୀକୁ କ୍ଷୀର ଦାନ କରନ୍ତୁ, ସେହିପରି ଲୁଣ ପଡିଗଲେ ଲୁଣ ଦାନ କରନ୍ତୁ ।

ଉପରେ କୁହାଯାଇଥିବା ଉପାୟକୁ କରିଲେ ଭବିଷ୍ୟତରେ ହେବାକୁ ଥିବା ସମସ୍ତ ଖରାପ ଘଟଣାରୁ ସହଜରେ ବଞ୍ଚି ପାରିବେ ।