ଯେତେବେଳେ ଆପଣ, ଘରୁ ବାହାରକୁ ଯାଉଛନ୍ତି ଓ ହଠାତ୍ ଆପଣଙ୍କ ସହ ଏହିପରି କିଛି ଘଟେ; ତେବେ ଜାଣନ୍ତୁ କଣ ହେବ ଆପଣଙ୍କ ସହ ।

Spread the love

ଘରୁ ବାହାରକୁ ଯିବା ସମୟରେ ମିଳିଥାଏ କିଛି ସଂକେତ, ତେବେ ଜାଣନ୍ତୁ ଏହି ସଂକେତର ଅର୍ଥ କଣ ?

ଭାରତରେ ଅନେକ କାର୍ଯ୍ୟ ହିନ୍ଦୁ ଧର୍ମ ଅନୁସାରେ ହୋଇଥାଏ, ଅନେକ ସମୟରେ ଆମେ କୌଣସି କାମ କରିବା ସମୟରେ ଶୁଭ ସମୟ ଦେଖିଥାଉ । କୌଣସି ଶୁଭ କାର୍ଯ୍ୟ କରିବା ପୂର୍ବରୁ ଶୁଭ ମୁହୂର୍ତ୍ତ ବାହାର କରାଯାଇଥାଏ । ଆପଣମାନେ ଜାଣିଥିବେ କୌଣସି ଅଶୁଭ କାର୍ଯ୍ୟ ଆମ ଜୀବନରେ ଘଟିଥିଲେ, ତାହାର ସଂକେତ ଆମକୁ ପ୍ରଥମରୁ ମିଳି ଯାଇଥାଏ କିନ୍ତୁ ଅନେକ ସମୟରେ ଲୋକେ ସେହି ସଂକେତଗୁଡିକ ଉପରେ ଧ୍ୟାନ ଦେଇନଥାନ୍ତି ।

ଜୋତିଷ୍କ ମାନଙ୍କ ଅନୁସାରେ, ଯଦି ଆମ ଜୀବନରେ କିଛି ଘଟିବା ପାଇଁ ଯାଏ; ତେବେ ତାହାର ସଂକେତ ଆମକୁ ପୂର୍ବରୁ ମିଳି ଯାଇଥାଏ କିନ୍ତୁ ଆମେ ସେହି ସଂକେତ ଗୁଡିକ ଉପରେ ଧ୍ୟାନ ଦେଇନଥାଉ । ଯେପରି କଳା ବିଲେଇ ରାସ୍ତାରେ ଆସିଯିବା, ଘରୁ ବାହାରକୁ ବାହାରିବା ସମୟରେ ଖାଲି ବାଲଟି ଦେଖିବା, ପଛରୁ କେହି ଡାକିବା, ଏହି ସବୁ ଘଟଣା ଆମର କାର୍ଯ୍ୟରେ ବାଧା ସୃଷ୍ଟି କରିଥାଏ । ଆଜି ଆମେ ଆପଣଙ୍କୁ ଏପରି କିଛି ସଂକେତ ବିଷୟରେ କହିବୁ; ଯାହା ପ୍ରାୟତଃ ଆପଣଙ୍କ ଜୀବନରେ ଘଟୁଥିବ କିନ୍ତୁ ଆପଣ ସେହି ଘଟଣା ଗୁଡିକ ପ୍ରତି ଧ୍ୟାନ ଦେଉନଥିବେ ।

ଛିଙ୍କ ଆସିବା :

ଅନେକ ଥର ଏପରି ହୋଇଥିବ ଘରୁ ବାହାରକୁ ଯିବା ସମୟରେ ଆପଣଙ୍କୁ କିମ୍ବା ଅନ୍ୟ କୌଣସି ବ୍ୟକ୍ତିଙ୍କୁ ଛିଙ୍କ ଆସିଥାଏ । ତେବେ ଆପଣ କିଛି ସମୟ ପାଇଁ ଅଟକି ଯାଇ କିଛି ସମୟ ପରେ ପାଣି ଟିକେ ପିଇ ଘରୁ ବାହାରକୁ ଯାଇଥାନ୍ତି । ଘରୁ ବାହାରକୁ ଯିବା ସମୟରେ ଛିଙ୍କ ଆସିବା ଅଶୁଭ ଅଟେ । ମାନ୍ୟତା ରହିଛି ଘରୁ ବାହାରକୁ ଯିବା ସମୟରେ ଛିଙ୍କ ଆସିଲେ, ଆପଣଙ୍କ ଦିନ ଖରାପ ଯାଇପାରେ । କିନ୍ତୁ ଛିଙ୍କ ବାରମ୍ବାର ଆସିଲେ ଏହାକୁ ଶୁଭ ମନା ଯାଇଥାଏ ।

ସାର୍ଟର ବୋତାମ ଛିଣ୍ଡିବା :

ଘରୁ ବାହାରକୁ ବାହାରିବା ସମୟରେ ସାର୍ଟର ବୋତାମ ଯଦି ଉପରେ କିମ୍ବା ତଳେ ଭୁଲରେ ଲାଗିଯାଏ, ତେବେ ଏହା ଅଶୁଭ ସଂକେତ ଅଟେ । କିନ୍ତୁ ଆପଣ ଘରୁ ବହାରକୁ ବାହାରିବା ସମୟରେ ଆପଣଙ୍କ ସାର୍ଟର ବୋତାମ ଛିଣ୍ଡି ଯାଏ, ଏହା ଶୁଭ ସଂକେତ ଅଟେ ।

କୁକୁର ଭୋକିବା :

ଯଦି ଆପଣ ଘରେ କୁକୁର ପାଳିଛନ୍ତି, ତେବେ ଆପଣଙ୍କ କୁକୁର ଆପଣଙ୍କ ସହ ଘଟିବାକୁ ଥିବା ଅଶୁଭକୁ ପ୍ରଥମରୁ ଜାଣି ପାରିଥାଏ । ଯଦି ଆପଣଙ୍କ କୁକୁର ଆପଣ ଘରୁ ବାହାରିବା ସମୟରେ ବାରମ୍ବାର ଭୁକେ କିମ୍ବା ଆପଣଙ୍କୁ ଦେଖି ଚମକି ପଡେ, ତେବେ ଏହା ଆପଣଙ୍କ ପାଇଁ ଅଶୁଭ ସଂକେତ ଅଟେ । ଏହିପରି ଘଟିବା ଦ୍ୱାରା ଆପଣ କିଛି ସମୟ ରହି ଯାଆନ୍ତୁ ଓ କିଛି ସମୟ ପରେ ଘରୁ ବାହାରକୁ ଯାଆନ୍ତୁ ।

ଖାଲି ବାଲଟି ଦେଖିବା :

ଘରୁ ବାହାରକୁ ଯିବା ସମୟରେ ଯଦି ଆପଣ ଖାଲି ବାଲଟି ଦେଖନ୍ତି; ତେବେ ଏହା ଅଶୁଭ ସଂକେତ ଅଟେ । ଏପରି ମାନ୍ୟତା ରହିଛି; ଯଦି ଘରୁ ବହାରକୁ ଯିବା ସମୟରେ ଆପଣ ଖାଲି ବାଲଟି ଦେଖନ୍ତି; ତେବେ ଆପଣଙ୍କ କୌଣସି ମଧ୍ୟ କାମ ସଫଳ ହୋଇନଥାଏ । ଯଦି ଆପଣ ପାଣି ଭର୍ତ୍ତି ହୋଇଥିବା ବାଲଟି ଦେଖନ୍ତି, ତେବେ ଏହା ଆପଣଙ୍କୁ ଶୁଭଫଳ ଦେଇଥାଏ ।

ପଛରୁ ଡାକିବା :

କାର୍ଯ୍ୟସ୍ଥଳକୁ ବାହାରିବା ସମୟରେ ଯଦି କେହି ଆପଣଙ୍କୁ ପଛରୁ ଡାକିଥାଏ; ତେବେ ଏହାକୁ ଅଶୁଭ ମାନା ଯାଇଥାଏ । ମାନ୍ୟତା ରହିଛି ଯଦି କେହି ଆପଣ କାମକୁ ଯିବା ସମୟରେ ଆପଣଙ୍କୁ ପଛରୁ ଡାକିଥାଏ, ତେବେ ଏହାକୁ ଅଶୁଭ ମାନା ଯାଇଥାଏ ଓ ଆପଣଙ୍କ କାର୍ଯ୍ୟ ସଫଳ ହୋଇନଥାଏ ।