ଜୀବନରେ ଯଦି କେବେ ହାର୍ଟ ଆଟାକ୍ ନ ହବାକୁ ଚାହୁଁଛନ୍ତି, ତେବେ ଏହି ୭ଟି ବିଷୟରେ ଜାଣିବା ନିହାତି ଆବଶ୍ୟକ ।

Spread the love

ହାର୍ଟ ଆଟାକ୍ ବା ହୃଦରୋଗ ଦ୍ୱାରା ମଣିଷର ଜୀବନ ଚାଲି ଯାଇପାରେ । ଏହା ଅଧିକାଂଶ ଲୋକମାନଙ୍କ ମଧ୍ୟରେ ଦେଖିବାକୁ ମିଳୁଛି । ହାର୍ଟ ଆଟାକ୍ ହେବାର ସିଧା ସମ୍ବନ୍ଧ ହେଉଛି ହୃଦୟ ଦୁର୍ବଳ ହେବା । ତେଣୁ ଆମକୁ ସାବଧାନରେ ରହିବା ଆବଶ୍ୟକ ।

ଆଜି ଆମେ ଆପଣଙ୍କୁ କିଛି ଏଭଳି ବିଷୟ କହିବାକୁ ଯାଉଛୁ ଯାହା ଦ୍ୱାରା କି, ଆପଣଙ୍କ ଜୀବନରେ ହାର୍ଟ ଆଟାକ୍ ଆସିବାର ସମ୍ଭାବନା କମିଯାଏ ଏବଂ ଏକ ସୁଖଦ ଜୀବନ ବିତାଇପାରିବେ । ଆସନ୍ତୁ ହୃଦୟକୁ ସୁରକ୍ଷାରେ ରଖିବା ପାଇଁ କିଛି ଖାସ୍ ବିଷୟ ଜାଣିବା ।

୧) ସର୍ବପ୍ରଥମେ ଆପଣଙ୍କୁ ଏହି ବିଷୟରେ ଧ୍ୟାନ ଦେବା ଉଚିତ କି, ଭୋଜନ କରିବା ସମୟରେ ଅଧିକ ତୈଳଯୁକ୍ତ ଖାଦ୍ୟ ଠାରୁ ଦୁରେଇ ରୁହନ୍ତୁ । ଖାସ୍ କରି ଜଙ୍କ ଫୁଡ୍ ଖାଆନ୍ତୁ ନାହିଁ । କାରଣ ଏଥିରେ ଅଧିକ ତୈଳାଂଶ ଥାଏ । ଅଧିଲ ତେଲ ହୃଦୟ ପାଇଁ ବହୁତ କ୍ଷତିକାରକ ଅଟେ । ତେଣୁ ଏଭଳି ଖାଦ୍ୟଠାରୁ ଦୁରେଇ ରହିବା ହିଁ ଉଚିତ ।

୨) ମୋଟା ହେବ ଠାରୁ ବଞ୍ଚନ୍ତୁ, କାରଣ ମୋଟା ହେବା ହୃଦୟ ରୋଗର ପ୍ରଥମ ଚରଣ ଅଟେ । ଯଦି ଆପଣ ମୋଟା ଅଟନ୍ତି, ତେବେ ଆପଣଙ୍କୁ ହାର୍ଟ ଆଟାକ୍ ହବାର ସମ୍ଭାବନା ଅଧିକ ଥାଏ । ଅଧିକ ଓଜନ ହେବା ଯୋଗୁଁ ହାର୍ଟକୁ ଅଧିକ ରକ୍ତ ଓ ଅଧିକ ଉର୍ଜ୍ଜା ପମ୍ପ କରିବାକୁ ପଡିଥାଏ । ଯାହା ଯୋଗୁଁ କମଳ ହୃଦୟ ଉପରେ ବହୁତ ଚାପ ପଡିଥାଏ ।

୩) ଉଚିତ ଓ ସନ୍ତୁଳନ ଖାଦ୍ୟ ଗ୍ରହଣ କରିବା ହୃଦୟ ପାଇଁ ଭଲ ଅଟେ । ଭୋଜନ କରିବା ସମୟରେ ନିଶ୍ଚୟ ଧ୍ୟାନ ଦେବା କି ଆପଣ ସନ୍ତୁଳନ ନା ଅସନ୍ତୁଳନ ଖାଦ୍ୟ ଗ୍ରହଣ କରୁଛନ୍ତି ।

୪) ମଳ, ମୂତ୍ରର ବେଗକୁ କେବେ ବି ଅଟକେଇବେ ନାହିଁ । ମଳ, ମୂତ୍ରର ବେଗ ଅଧିକ ହେଲେ ଆପଣଙ୍କୁ ସେହି କ୍ଷଣ ବା ପରେ ନିଶ୍ଚୟ ଯିବେ । କିନ୍ତୁ ଏହି ବେଗକୁ ଦବାଇ ଅଧିକ ସମୟ ରହିଲେ ହୃଦୟ ଉପରେ ବହୁତ ଖରାପ ପ୍ରଭାବ ପଡିଥାଏ ଓ ସଂକ୍ରମଣର କାରଣ ମଧ୍ୟ ହେବ । ତେଣୁ ଏହି ଭୁଲ୍ କରିବା ଠାରୁ ଦୂରେଇ ରୁହନ୍ତୁ ।

୫) ଚିନ୍ତାଗ୍ରସ୍ତ ରହିବା କଦାପି ଭଲ ନୁହଁ । କାରଣ ଏହା ହୃଦୟ ପାଇଁ କ୍ଷତିକାରକ ଅଟେ, ତେଣୁ ଏହା ଠାରୁ ଦୁରେଇ ରୁହନ୍ତୁ । କାରଣ ଅତ୍ୟାଧିକ ଚିନ୍ତାଗ୍ରସ୍ତ କରିବା ବା ଗଭୀର ଚିନ୍ତିତ କରିବେ ତେବେ ହୃଦୟର କାର୍ଯ୍ୟ କରିବାର ଗତି ଧୀମା ହୋଇଯାଏ ଓ ରକ୍ତର ସଞ୍ଚାଳନ ହେବା ମଧ୍ୟ ଧୀର ହୋଇଯାଇ ଥାଏ । ତେଣୁ ଅତ୍ୟଧିକ ଚିନ୍ତା କରନ୍ତୁ ନାହିଁ ।

୬) ନିଜର ରକ୍ତର ଚାପ ଚେକ୍ କରୁଥିବେ । ଏହାଦ୍ୱାରା ଆପଣ ଜାଣି ପାରିବେ କି ହୃଦୟ ଉପରେ ଅଧିକ ଚାପ ପଡୁଛି ନା ନାହିଁ । ସମୟ ସମୟରେ ନିଜ ରକ୍ତଚାପକୁ ଚେକ କରୁଥାଅ । ଉଚ୍ଚ ରକ୍ତଚାପ ଥିଲେ ହାର୍ଟ ଆଟାକ୍ ହବାର ସମ୍ଭାବନା ବଢିଯାଏ ।

୭) ଖୁସିରେ ଓ ସକାରାତ୍ମକ ରୂପେ ରହିବା ଆବଶ୍ୟକ । ମୃତ୍ୟୁ ତ’ସଭିଁଙ୍କୁ ଦିନେ ନା ଦିନେ ନିଶ୍ଚୟ ଆସିଥାଏ । ତେଣୁ ଅଧିକ ଚିନ୍ତା ନକରି ସବୁ ଖୁସିରେ ରୁହନ୍ତୁ ଓ ଅନ୍ୟକୁ ଖୁସିରେ ରଖନ୍ତୁ । ଖୁସିହୋଇ ରହିବା ମଧ୍ୟ ହୃଦୟ ପାଇଁ ଭଲ ଅଟେ ।