ପୂଜା କରିବା ସମୟରେ ଯଦି କୌଣସି ଭୂଲ ହୋଇଥାଏ, ତାହାହେଲେ ଏହି ମନ୍ତ୍ରକୁ ଜପ କରନ୍ତୁ ଭଗବାନ ତୁମକୁ ନିଶ୍ଚିତ କ୍ଷମା କରିଦେବେ ।

Spread the love

ପୂଜା ବା ହୋମ କରିବା ବେଳେ ପଣ୍ଡିତ ବହୁତ ମନ୍ତ୍ର ଉଚ୍ଚାରଣ କରନ୍ତି । କିନ୍ତୁ ଏହି ମନ୍ତ୍ର ବିଷୟରେ ଖୁବ୍ କମ ଲୋକଙ୍କ ଧାରଣା ଥାଏ । ସମସ୍ତେ ଏହାକୁ ବୁଝିପାରନ୍ତି ନାହିଁ । ପଣ୍ଡିତ ସହିତ ଆମ୍ଭେମାନେ ମନ୍ତ୍ର ଜପ କରିବା ବେଳେ ଆମର ଅନେକ ଭୁଲ ଉଚ୍ଚାରଣ ହୋଇଥାଏ । ଭୁଲ ଉଚ୍ଚାରଣ ଦ୍ଵାରା ପୂଜାପାଠ ଆମର ସଫଳ ହୁଏ ନାହିଁ । ଏହି ପୂଜା କରିବାର କିଛି ଲାଭ ମିଳେ ନାହିଁ । ତେଣୁ ପୂଜାର୍ଚ୍ଚନା ସରିବା ପରେ ତଳେ ଦିଆଯାଇଥିବା ମନ୍ତ୍ରକୁ ଜପ କଲେ, ଆପଣମାନଙ୍କୁ ଏହାର ସଫଳ ନିଶ୍ଚୟ ମିଳିବ । ତେଣୁ କେବେ ମଧ୍ୟ ଆପଣ ପୂଜା କରିବା ସମୟରେ ଯଦି କିଛି ଭୁଲ ହୋଇଯାଏ; ତାହାହେଲେ ପୂଜାର୍ଚ୍ଚନା ସରିବା ସଙ୍ଗେ ସଙ୍ଗେ ଦୁଇ ହାତକୁ ଯୋଡି ଆଖିବନ୍ଦ କରି ଅତି ଧ୍ୟାନ ପୂର୍ବକ ଏହି ମନ୍ତ୍ରକୁ ଜପ କରନ୍ତୁ ।

ଏହି ମନ୍ତ୍ରକୁ ଜପ କରନ୍ତୁ :

ଅପରାଧସହସ୍ତ୍ରାଣି କ୍ରିୟନ୍ତେଅହର୍ନିଶଂ ମୟା ।

ଦାସୋଅୟମିତି ମାଂ ମତ୍ୱା କ୍ଷମସ୍ଵ ପରମେଶ୍ୱର ।।

ଗତଂ ପାପଂ ଗତଂ ଦୁଃଖ ଗତଂ ଦରିଦ୍ରୟ ମେବ ଚ ।

ଆଗତାଃ ସୁଖ ସମ୍ପତି ପୁଣ୍ଣ୍ଯୋଅହଂ ତବ ଦର୍ଶନାତ୍ ।।

ଏହି ମନ୍ତ୍ରର ଅର୍ଥ କଣ ?

ଏହି ମନ୍ତ୍ରକୁ ଯେତେବେଳେ ପାଠ କରନ୍ତି; ଆପଣ ଭଗବାନଙ୍କୁ ଜଣାନ୍ତି; “ମୁଁ ଦିନ ରାତି ହଜାରେ ପାପ କରୁଛି । ମୁଁ ଆପଣଙ୍କ ଦାସ ଅଟେ । ତେଣୁ ମୋର ସମସ୍ତ ଅପରାଧ କ୍ଷମା କରନ୍ତୁ ।” ଆପଣଙ୍କ ଦର୍ଶନରେ ମୋର ପାପ ଦୁଃଖ ଦୂର ହେଉ । ଆଉ ମୋର ଦରିଦ୍ୟ ଦୂର କରି ସୁଖ ସମ୍ପତି ପ୍ରଦାନ କରନ୍ତୁ । ଏହି ବରଦାନ ମୋତେ ପ୍ରଦାନ କରନ୍ତୁ ।

ଆପଣ ଏହି ମନ୍ତ୍ରକୁ ଯେକୌଣସି ପୁଜା ପରେ ପାଠ କରି ଭଗବାନଙ୍କୁ ନିଜର ପାପ ଓ ଅପରାଧ ପାଇଁ କ୍ଷମା ମାଗି ପାରନ୍ତି । ଯଦି ଆପଣ କୌଣସି ଦେବୀ ପୂଜା କରନ୍ତି; ତାହା ହେଲେ ପରମେଶ୍ୱର ପରିବର୍ତ୍ତେ ପରମେଶ୍ୱରୀ କହି ଏହି ମନ୍ତ୍ରଟିକୁ ପାଠ କରନ୍ତୁ ।

ପୂଜା ସମୟରେ ଏହି କଥାଗୁଡିକ ପ୍ରତି ଧ୍ୟାନ ଦିଅନ୍ତୁ :

କୌଣସି ପୂଜା କିମ୍ବା ହୋମ କରିବା ସମୟରେ ତଳେ ଦିଆଯାଇଥିବା କଥା ପ୍ରତି ଧ୍ୟାନ ଦେବା ସହିତ ସଠିକ୍ ମନ୍ତ୍ର ଉଚ୍ଚାରଣ କରିବା ଉଚିତ । କାରଣ ପୂଜା ବେଳେ ଆମେ ଅଜାଣତରେ କିଛି ଏହିପରି ଭୁଲ୍ କରିଦେଇଥାଉ, ଯାହାଫଳରେ ଆମକୁ ସେହି ପୂଜାର କୌଣସି ଫଳ ମିଳେ ନାହିଁ ।

ପୂଜା ସାମଗ୍ରୀ କେବେ ମଧ୍ୟ ତଳେ ରଖନ୍ତୁ ନାହିଁ :

ପୂଜାରେ ବ୍ୟବହାର ପଦାର୍ଥଗୁଡିକୁ କଦାପି ତଳେ ରଖନ୍ତୁ ନାହିଁ । ପଦାର୍ଥଗୁଡିକୁ କୌଣସି ଥାଳି ବା ପାତ୍ରରେ ରଖନ୍ତୁ । ଫୁଲ, ଫଳ ଇତ୍ୟାଦି ଜମିରେ ରଖିବା ଦ୍ଵାରା ତାହାର ପବିତ୍ରତା ନଷ୍ଟ ହୁଏ । ସେହି ଦ୍ରବ୍ୟକୁ ବ୍ୟବହାର କଲେ, ପୂଜାର କୌଣସି ଫଳ ମିଳେ ନାହିଁ ।

ଷ୍ଟିଲପାତ୍ର କେବେ ମଧ୍ୟ ବ୍ୟବହାର କରିବେ ନାହିଁ :

ପୂଜାରେ କେବଳ ତମ୍ବା କିମ୍ବା ରୂପାର ପାତ୍ର ହିଁ ବ୍ୟବହାର କରନ୍ତୁ । କାରଣ ଧାତୁ ପବିତ୍ର ଅଟେ କିନ୍ତୁ ଷ୍ଟିଲପାତ୍ର ଅପବିତ୍ର ଅଟେ । କାରଣ ଷ୍ଟିଲ ମାନବ ତିଆରି କରିଛି କିନ୍ତୁ ରୁପା ଓ ତମ୍ବା ପ୍ରକୃତିଦତ ଅଟେ ।

ପୂଜାରେ କେବଳ ସଜ ଫୁଲ ବ୍ୟବହାର କରନ୍ତୁ :

ପୂଜା କିମ୍ବା ହୋମ ସମୟରେ ଭଗବାନଙ୍କୁ ଫୁଲ ଲାଗିବା ଆବଶ୍ୟକ । ପୂଜାରେ କେବଳ ସଜ ଫୁଲ ହିଁ ବ୍ୟବହାର କରାଯାଏ । ଆପଣ କଦାପି କଢ଼ କିମ୍ବା ତଳେ ପଡିଥିବା ଫୁଲକୁ ବ୍ୟବହାର କରନ୍ତୁ ନାହିଁ । ଯେଉଁ ସମୟରେ ପୂଜା ହୁଏ, ସେହିଦିନ ହିଁ ଗଛରୁ ଫୁଲ ତୋଳି ପୂଜାରେ ବ୍ୟବହାର କରନ୍ତୁ ।