କେନ୍ଦ୍ର ସରକାରଙ୍କ ନୂଆ ନିୟମ : ଆଧାର କାର୍ଡ ମାଗିଲେ ଦେବାକୁ ହେବ ୧କୋଟିର ଜରିମାନା ଓ କର୍ମଚାରୀ ଯିବେ ଜେଲ୍‌

Spread the love

ନୂଆଦିଲ୍ଲୀ: ଦେଶରେ ଦ୍ରୁତ ଗତିରେ ହେଉଥିବା ବିଭିନ୍ନ ନିୟମର ପରିବର୍ତ୍ତନକୁ ଦେଖି ଭାରତ ସରକାର ବିଭିନ୍ନ ପ୍ରକାରର ନୂଆ ନିୟମ ଲାଗୁ କରୁଛନ୍ତି । ସରକାର ଏହି ଆଧାର କାର୍ଡ ଲୋକମାନଙ୍କୁ ସୁବିଧା କରିବା ପାଇଁ କରିଛନ୍ତି । ଆଧାର କାର୍ଡ କରିବାରେ ସରକାରଙ୍କର ମୁଖ୍ୟ ଉଦ୍ଦେଶ୍ୟ ହେଉଛି, ଦେଶରୁ ଭ୍ରଷ୍ଟାଚାର ଓ କଳାବଜାରକୁ ସମ୍ପୂର୍ଣ ରୁପେ ସମାପ୍ତ କରିବା । ସରକାରଙ୍କ ଗାଇଡ଼ଲାଇନ୍ ରେ ଘୋଷଣା କରିଯାଇଛି ଯେ, ସମସ୍ତ ନାଗରିକ ସେମାନଙ୍କ ଆଧାର କାର୍ଡକୁ ବ୍ୟାଙ୍କ, ପାନ କାର୍ଡ ଲିଙ୍କ କରିବା ଅର୍ନିବର୍ଜ୍ୟ । ଆଧାର କାର୍ଡରେ ଆମ ବ୍ୟାଙ୍କ ଆକାଉଣ୍ଟ ନମ୍ବର, ଫୋନ ନମ୍ବର ଓ ନିଜର ସବୁ ଗୋପନୀୟ ତଥ୍ୟ ରହିଥାଏ । ଆପଣଙ୍କ ଆଧାର କାର୍ଡର ନମ୍ବର ମାଧ୍ୟମରେ, ଆପଣଙ୍କ ସମ୍ପୂର୍ଣ ତଥ୍ୟକୁ ଅନ୍ୟମାନେ ହାସଲ କରି ପାରିବେ । ତେଣୁ କାହାରିକୁ ଆଧାର କାର୍ଡର ନମ୍ବର ଦିଅନ୍ତୁ ନାହିଁ ।

ଆଧାରକୁ ଏକମାତ୍ର ପରିଚୟ ପ୍ରମାଣ ଓ ଠିକଣା ପ୍ରମାଣ ଭାବେ ଗ୍ରହଣ କରି ନ ଥିବାରୁ ସବୁ କ୍ଷେତ୍ରରେ ଆଧାରର ବ୍ୟବହାର ବାଧ୍ୟତାମୂଳକ ନୁହେଁ । ମାତ୍ର କେତେକ ଟେଲିକମ୍‌ କମ୍ପାନି ଓ ବ୍ୟାଙ୍କ ଗ୍ରାହକମାନଙ୍କୁ ଏବେ ମଧ୍ୟ ଆଧାର ବାଧ୍ୟତାମୂଳକ ବୋଲି କହୁଥିବା ଅଭିଯୋଗ ହେଉଛି । ଏପରି ଟେଲିକମ୍‌ କମ୍ପାନି ଓ ବ୍ୟାଙ୍କଙ୍କୁ ଦଣ୍ଡିତ କରିବା ଲାଗି ନୂଆ ଆଇନ ଆଣିଛନ୍ତି କେନ୍ଦ୍ର ସରକାର ।

ଯେଉଁ ଟେଲିକମ୍‌ କମ୍ପାନି ଗ୍ରାହକଙ୍କୁ ମୋବାଇଲ ସଂଯୋଗ ଦେବା ଲାଗି ଆଧାର ମାଗିବେ କିମ୍ବା ଯେଉଁ ବ୍ୟାଙ୍କ ଗ୍ରାହକଙ୍କୁ ଆଧାର ମାଗିବେ ସେମାନେ ୧କୋଟି ଟଙ୍କା ପର୍ଯ୍ୟନ୍ତ ଜରିମାନା ଦେବା ସହ ୩ ରୁ ୧୦ ବର୍ଷ ପର୍ଯ୍ୟନ୍ତ ଜେଲ୍‌ଦଣ୍ଡ ଭୋଗିବେ, ସୁପ୍ରିମ କୋର୍ଟ ରାୟ ଦେଇଛି । ସୁପ୍ରିମକୋର୍ଟର ଏହି ରାୟ ବିରୋଧରେ ଗଲେ ଆଇନ ଅନୁଯାୟୀ ଉଭୟ ଅର୍ଥ ଦଣ୍ଡ ଓ ଜେଲ୍‌ଦଣ୍ଡ ଭୋଗିବେ ।

ସରକାରୀ ସୂତ୍ରରୁ ପ୍ରକାଶ ସୁପ୍ରିମକୋର୍ଟଙ୍କ ରାୟ ଅନୁସାରେ ଇଣ୍ଡିଆନ୍‌ ଟେଲିଗ୍ରାଫ୍‌ ଆକ୍ଟ ଏବଂ ପ୍ରିଭେନ୍‌ସନ୍‌ ଅଫ୍‌ ମନି ଲଣ୍ଡରିଂ ଆକ୍ଟରେ ପରିବର୍ତ୍ତନ ଅଣାଯାଇଛି । ସଂଶୋଧିତ ଆଇନ ଅନୁସାରେ କେବଳ ଜନମଙ୍ଗଳ କାର୍ଯ୍ୟକ୍ରମ କ୍ଷେତ୍ରରେ ଆଧାର ବାଧ୍ୟତାମୂଳକ, ଯେଉଁଠାରୁ ହିତାଧିକାରୀ ସରକାରୀ ଅର୍ଥ ଗ୍ରହଣ କରୁଛନ୍ତି ।