ଖଞ୍ଜାଗୁଡିକରେ ବ୍ୟଥା (Joint Pain) ଯୋଗୁଁ ଆପଣ ଚିନ୍ତିତ ରହୁଛନ୍ତି କି ? ତେବେ ବ୍ୟବହାର କରନ୍ତୁ ଏହି ଅଦ୍ଭୁତ ଘରଇ ଉପଚାର ।

Spread the love

ଆପଣ ନିଶ୍ଚୟ ଜାଣିଥିବେ ଆଜିକାଲିର ଲୋକମାନଙ୍କୁ କୌଣସି ନା କୌଣସି କାରଣରୁ ଖଞ୍ଜା ବା ଆଣ୍ଠୁ ଗଣ୍ଠିଗୁଡିକରେ ଅସହ୍ୟ ଯନ୍ତ୍ରଣା ହୋଇଥାଏ । ଅଧିକାଂଶ ସମୟରେ ଲୋକଙ୍କର ୪୦ ବର୍ଷ ପାର ହେବାପରେ ସେହି ଖଞ୍ଜାମାନଙ୍କରେ ବ୍ୟଥା ଆରମ୍ଭ ହୋଇଯାଇଥାଏ । କାରଣ ସେମାନଙ୍କ ଶରୀରରେ କ୍ୟାଲସିଅମ୍ ର ମାତ୍ରା କମିବାକୁ ଲାଗିଥାଏ ଓ ହାଡ଼ ଦୁର୍ବଳ ହେବାକୁ ଲାଗିଥାଏ । କିନ୍ତୁ ଆପଣ ଯଦି ଏହି ଘରଇ ଉପଚାର ପ୍ରୟୋଗ କରିବେ, ତେବେ ଆପଣଙ୍କ ଶରୀରରେ ସବୁବେଳେ କ୍ୟାଲସିୟମ୍ ଭରପୁର ମାତ୍ରାରେ ମହଜୁଦ ହୋଇ ରହିବ ଓ ଆପଣଙ୍କ ଖଞ୍ଜାଗୁଡିକରେ ଅର୍ଥାତ ଆଣ୍ଠୁ ଗଣ୍ଠିରେ ଯନ୍ତ୍ରଣା ଅନୁଭବ ମଧ୍ୟ ହେବ ନାହିଁ । ତେଣୁ ଆଜି ଆମେ ଆପଣଙ୍କୁ କିଛି ଏଭଳି ଘରଇ ଉପଚାର ବିଷୟରେ କହିବାକୁ ଯାଉଛୁ, ଯାହାଦ୍ୱାରା କି ଆପଣଙ୍କୁ କେବେ ମଧ୍ୟ ଆଣ୍ଠୁ ଗଣ୍ଠି (ଖଞ୍ଜା)ରେ ବ୍ୟଥା ଅନୁଭବ କରିବେ ନାହିଁ ।

ଖଞ୍ଜା ସନ୍ଧି ମାନଙ୍କରେ ବ୍ୟଥା ଦୂର କରିବାପାଇଁ କିଛି ଘରଇ ଉପଚାର –

ଅଖରୋଟର ସେବନ –

ଅଖରୋଟରେ ଭରପୁର ମାତ୍ରାରେ ପ୍ରୋଟିନ, କ୍ୟାଲସିୟମ୍, ମ୍ୟାଗ୍ନେସିୟମ୍, ଫୋସ୍ଫୋରସ୍ ଓ ଅନ୍ୟ ପୋଷାକ ତତ୍ତ୍ୱ ରହିଛି । ଯଦି ଆପଣ ପ୍ରତ୍ୟେକ ଦିନ ରାତ୍ରରେ ଗୋଟିଏ ଗ୍ଲାସ କ୍ଷୀରରେ ଦୁଇଟି ଅଖରୋଟ ପକେଇ ପିଇଲେ ଆପଣଙ୍କୁ ଜୀବନରେ କେବେ ମଧ୍ୟ ଖଞ୍ଜା ବ୍ୟଥା (Joint Pain)ରେ ପୀଡିତ ହେବାକୁ ପଡ଼ିବ ନାହିଁ ।

ଓଡସୀ ମଞ୍ଜିର ଚୂର୍ଣ୍ଣ –

ଅଡସୀ ବୀଜର ଚୂର୍ଣ୍ଣ ଖଞ୍ଜା ଗୁଡିକରେ ହେଉଥିବା ବ୍ୟଥାକୁ ଦୁରେଇବା ପାଇଁ ବହୁତ ଉପଯୋଗୀ ବୋଲି କୁହାଯାଇଥାଏ । ଏଥିରେ ପୋଷାକ ତତ୍ତ୍ୱ ଥାଏ, ଯାହାକି ଆମ ଶରୀରରେ କେବେ କ୍ୟାଲସିଅମ୍ ର ମାତ୍ରାକୁ କମିବାକୁ ଦେଇନଥାଏ । ଆପଣ ରାତ୍ରରେ ଶୋଇବା ବେଳେ ୨ ଗ୍ରାମ ଅଡସୀ ବୀଜର ଚୂର୍ଣ୍ଣକୁ ଗୋଟିଏ ଗ୍ଲାସ କ୍ଷୀରରେ ମିଶାଇ ପିଇଲେ ଜୀବନରେ ଖଞ୍ଜା ଜନିତ ପୀଡା ବା ବ୍ୟଥା ଆଦୌ ପାଖତଡ ଲାଗିବ ନାହିଁ ।

ସେଓର ସେବନ –

ପ୍ରତ୍ୟେକ ଦିନ ସକାଳେ ଖାଲି ପେଟରେ ଗୋଟିଏ ସେଓ ଖାଇଲେ ଅନେକ ଫାଇଦା ମିଳିଥାଏ । ଯେଉଁଥିରେ ଖଞ୍ଜା ଜନିତ ବ୍ୟଥା ମଧ୍ୟ ସାମିଲ ଅଛି । ଯଦି ଆପଣ ପ୍ରତ୍ୟେକ ଦିନ ସକାଳେ ଖାଲି ପେଟରେ ଗୋଟିଏ ସେଓ ଖାଇବେ, ତେବେ ଆପଣଙ୍କୁ ଡାକ୍ତରଙ୍କ ପାଖକୁ ଯିବାକୁ ଆବଶ୍ୟକ ପଡ଼ିବ ନାହିଁ ।

ହଳଦୀ ମିଶାଇ କ୍ଷୀର ପିଇବା –

ସପ୍ତାହରେ ଥରେ କ୍ଷୀରରେ ହଳଦୀ ମିଶାଇ ପିଇଲେ, ଖଞ୍ଜା ଜନିତ ବ୍ୟଥାରୁ ମୁକ୍ତି ମିଳିବା ସହ ଶରୀରକୁ ଶକ୍ତି ମଧ୍ୟ ମିଳିଥାଏ । ଚେହେରାରେ ଚମକ ଆସିଥାଏ ଓ ଅନେକ ସମସ୍ୟା ଠାରୁ ସୁରକ୍ଷିତରେ ରଖିଥାଏ ।