ଝଡୁଥିବା କେଶ ପାଇଁ ଯଦି ଆପଣ ବ୍ୟସ୍ତ ଅଛନ୍ତି; ତାହେଲେ ଆପଣାନ୍ତୁ ଏହି ଉପଯୋଗୀ ଉପାୟ, ଯାହାର ଲାଭ ଦେଖି ଆପଣ ଚକିତ ହୋଇଯିବେ ।

Spread the love

ମନୁଷ୍ୟ ଚେହେରାର ସୁନ୍ଦରତା ମଧ୍ୟରେ ତାହାର କେଶ ମଧ୍ୟ ଅଧିକ ମହତ୍ତ୍ୱପୂର୍ଣ୍ଣ ହୋଇଥାଏ । ଭଲ ହେୟାର ଷ୍ଟାଇଲ କଲେ, ଚେହେରା ମଧ୍ୟ ଆକର୍ଷକ ଦେଖାଯାଏ । କିନ୍ତୁ ଆଜିକାଲି କେଶ ଝଡ଼ିବା ସମସ୍ୟା ହେବା ଦ୍ଵାରା ଲୋକଙ୍କ ଚେହେରାର ସେହି ଆକର୍ଷଣ କମିଯାଉଛି । ଅଧିକାଂଶ ଲୋକ ଆଜିକାଲିର ସମୟରେ କେଶ ଝଡ଼ିବା ସମସ୍ୟାରୁ ବ୍ୟସ୍ତ ଅଛନ୍ତି । ବଜାରରେ ବହୁତ ଉତ୍ପାଦ ବିକ୍ରି ହେଉଛି; ଯାହା କେଶ ଝଡ଼ିବା ସମସ୍ୟାକୁ ସମାଧାନ କରିବ ବୋଲି କହୁଛି ଏବଂ ଏହି କଥାରେ ଆସି ଲୋକମାନେ ମଧ୍ୟ କେଶ ଝଡ଼ିବା ସମସ୍ୟାରୁ ମୁକ୍ତି ପାଇବା ପାଇଁ ଭିନ୍ନ ଭିନ୍ନ ପ୍ରକାର ସାମ୍ପୁ ଓ ତେଲର ବ୍ୟବହାର କରିବାକୁ ଲାଗନ୍ତି । କିନ୍ତୁ ଏହି ରସାୟନର ପ୍ରୟୋଗ କେଶ ପାଇଁ ହାନିକାରକ ହୋଇଥାଏ ଓ କେଶ ଝଡ଼ିବା ବନ୍ଦ ହେବା କେଶ ଅଧିକ ଝାଇଥାଏ । ଏହି ପରିସ୍ଥିତିରେ, ଏହି ହାନିକାରକ ରସାୟନ ବଦଳରେ ଆମେ କିଛି ଘରୋଇ ଉପଚାର ପ୍ରୟୋଗ କରିବା ଶ୍ରେୟସ୍କାର । କାରଣ ଏହି ଘୋରାଇ ଉପଚାର କାମ ଦେବା ସହିତ କିଛି ହାନିକାରକ ମଧ୍ୟ ଘଟାଏ ନାହିଁ, ସେଥିପାଇଁ ଆଜି ଆମେ ଆପଣଙ୍କୁ କେଶ ଝଡ଼ିବା ସମସ୍ୟାରୁ ମୁକ୍ତି ପାଇବା ପାଇଁ ଏମିତି କିଛି ଉପାୟ କହିବାକୁ ଯାଉଛୁ ।

ମେହେନ୍ଦୀ କେଶ ପାଇଁ ଉଚିତ ଉପାୟ ଅଟେ । ଏହାର ବ୍ୟବହାର ଦ୍ଵାରା ଆପଣଙ୍କ କେଶ ଝଡ଼ିବା ବନ୍ଦ ହୋଇଥାଏ ଏବଂ ଆପଣଙ୍କ କେଶ ପୂର୍ବ ପରି ବହୁତ ଆକର୍ଷିତ ହୋଇପାରିବ । ଏହାର ବ୍ୟବହାର ପାଇଁ ଆପଣ ରାତିରେ ମେହେନ୍ଦୀ ପାଉଡର ପାଣିରେ ଭିଜେଇ ରଖନ୍ତୁ… । ସକାଳେ ଏଥିରେ ଅଣ୍ଡା ମିଶାଇ ଭଲ ଭାବରେ ଫେଣ୍ଟି ଦିଅନ୍ତୁ ଓ ପରେ ଏହି ମିଶ୍ରଣକୁ କେଶର ଜଡ (ମୂଳ)ରୁ ସମ୍ପୂର୍ଣ୍ଣ ଲମ୍ବାରେ ଲଗାଇ ଦିଅନ୍ତୁ । ୨ ରୁ ୩ ଘଣ୍ଟା ଏହାକୁ ଶୁଖିବାକୁ ଦିଅନ୍ତୁ ଓ ଏହା ପରେ କେଶକୁ ଭଲ ଭାବରେ ଧୋଇ ଦିଅନ୍ତୁ । ଚାହିଁଲେ ଆପଣ କେଶ ଧୋଇବା ପାଇଁ ସାମ୍ପୁ ବ୍ୟବହାର କରିପାରିବେ । ଏହିପରି ମେହେନ୍ଦୀର ପ୍ରୟୋଗରୁ ଶୀଘ୍ର କେଶ ଝଡ଼ିବା ସମସ୍ୟାରୁ ମୁକ୍ତି ମିଳି ପାରିବ ।

ଆପଣମାନେ ଜାଣନ୍ତି, କେଶ ପାଇଁ ନଡ଼ିଆ ତେଲ ଓ ଅଲିଭ ତେଲ ଉପକାରୀ ଅଟେ କିନ୍ତୁ ଅଲିଭ ତେଲ କେଶ ଝଡ଼ିବା ସମସ୍ୟାରୁ ମୁକ୍ତି ଦେବା ପାଇଁ ଉପଯୋଗୀ ଅଟେ । ଏହାକୁ ମୁଣ୍ଡରେ ମାଲିସ କରିବା ଦ୍ଵାରା କେଶ ମଜବୁତ ହୋଇଥାଏ, ଏହାର ବ୍ୟବହାର କରିବା ପାଇଁ ଆପଣ ଉଷୁମ ଅଲିଭ ତେଲରେ ଏକ ଚାମୁଚ ଡାଲଚିନି ଓ ଏକ ଚାମୁଚ ମହୁ ମିଶାଇ ତାକୁ କେଶରେ ୧୫ ମିନିଟ ପର୍ଯ୍ୟନ୍ତ ଲଗାଇ ରଖନ୍ତୁ… । ଏହା ପରେ ମୁଣ୍ଡ ଧୋଇ ଦିଅନ୍ତୁ ।

ବେସନ ଓ ଦହିର ମିଶ୍ରଣରୁ ମଧ୍ୟ କେଶ ଝଡ଼ିବା ସମସ୍ୟାରୁ ମୁକ୍ତି ମିଳିପାରିବ… । ଏଥିପାଇଁ ଆପଣ ଗୋଟିଏ ଗିନାରେ ସତେଜ ଦହି ନେଇ ସେଥିରେ ୩ ରୁ ୪ ଚାମୁଚ ବେସନ ମିଶାନ୍ତୁ… । ସେହି ଦୁଇଟି ଅର୍ଥାତ ଦହି ଓ ବେସନର ମିଶ୍ରଣ ପ୍ରସ୍ତୁତ କରି ଏହାକୁ କେଶରେ ୧୫ ମିନିଟ ପାଇଁ ଲଗାଇ ଛାଡି ଦିଅନ୍ତୁ । ଏହା ପରେ ମୁଣ୍ଡ ଧୋଇ ଦିଅନ୍ତୁ । ଏହା ପରେ ଆପଣଙ୍କ କେଶ ଝଡ଼ିବାର ସମସ୍ୟା ଧୀରେ ଧୀରେ କମିଯିବ ଓ କେଶ ମଧ୍ୟ ଚକଚକ ଦେଖାଯିବ ।

ରୁପିର କାରଣରୁ ମଧ୍ୟ କେଶ ଝଡ଼ିବା ସମସ୍ୟା ଉତ୍ପନ୍ନ ହୋଇଥାଏ… । ତେଣୁ କେଶ ଝଡ଼ିବା ସମସ୍ୟାକୁ ରୋକିବାକୁ ଚାହୁଁଛନ୍ତି ଯଦି ତେବେ ଆପଣଙ୍କ କେଶରୁ ରୁପି ମୁକ୍ତି କରିବାକୁ ହେବ ଓ ଏଥିପାଇଁ କଞ୍ଚା ଅମୃତଭଣ୍ଡାର ଲେପ ଅତି କମ ୧୫ ରୁ ୨୦ ମିନିଟ ପର୍ଯ୍ୟନ୍ତ ଲଗାଇ ରଖିବାକୁ ପଡିବ । ଏହା ଦ୍ଵାରା ଆପଣଙ୍କ ରୁପିର ସମସ୍ୟା ଓ କେଶ ଝଡ଼ିବା ବନ୍ଦ ହୋଇଯିବ ।

କେଶ ଝଡ଼ିବାରୁ ମୁକ୍ତି ପାଇବା ପାଇଁ ଏହି ଉପାୟ ଗୁଡିକ ଉପଯୋଗୀ ଅଟେ କିନ୍ତୁ ଏହାର ବ୍ୟବହାର ଦ୍ୱାରା ଆପଣଙ୍କୁ ନିଜର ଜୀବନଶୈଳୀରେ ମଧ୍ୟ ଆବଶ୍ୟକ ପରିବର୍ତ୍ତନ କରିବାକୁ ପଡିବ । ଯେପରିକି ଆପଣ ଅଯଥା ଚିନ୍ତାରୁ ମୁକ୍ତି ପାଇବାକୁ ପଡିବ । କାହିଁକି ନା କେଶ ଝଡ଼ିବାର ଏକ ମୁଖ୍ୟ କାରଣ ଚିନ୍ତା ମଧ୍ୟ ଅଟେ ଓ ସେହି ଚିନ୍ତା ଉପରେ ନିୟନ୍ତ୍ରଣ ପାଇଗଲେ କେଶ ଝଡିବାରୁ ମଧ୍ୟ ବଞ୍ଚି ପାରିବେ । ଦ୍ଵିତୀୟତଃ ଆପଣଙ୍କୁ ନିଜ ଖାଦ୍ୟପେୟର ମଧ୍ୟ ପରିବର୍ତ୍ତନ କରିବାକୁ ପଡିବ ଓ ମସଲା ଯୁକ୍ତ ଭୋଜନ ବଦଳରେ ସୁଷମ ଆହାର ଗ୍ରହଣ କରିବାକୁ ହେବ, ଯାହାଦ୍ଵାରା କି କେଶକୁ ଠିକ ପୋଷଣ ମିଳିପାରିବ । ଏହା ସହିତ ଆପଣଙ୍କୁ କିଛି ନିୟମିତ କିଛି ସମୟ ବ୍ୟାୟାମ କରିବାକୁ ପଡିବ, ଯାହାଦ୍ଵାରା ଆପଣଙ୍କ ମୁଣ୍ଡରେ ରକ୍ତର ଠିକ ସଞ୍ଚାଳନ ହେବ । ଯାହାଫଳରେ ଆପଣଙ୍କ କେଶର ଠିକ ବିକଶିତ ହୋଇପାରିବ ।