ଯଦି ଆପଣ ବିବାହିତ ଅଟନ୍ତି; ତେବେ ବ୍ୟାଙ୍କରେ ଏହି ଆକାଉଣ୍ଟ ଖୋଲନ୍ତୁ । ମିଳିବ ୫୦ ଲକ୍ଷ ଟଙ୍କା । ଜଣାନ୍ତୁ କିପରି ମିଳିବ ?

Spread the love

ଯଦି ଆପଣ ବିବାହିତ ଅଟନ୍ତି; ତେବେ ଆମ ପାଖରେ ଆପଣଙ୍କ ପାଇଁ ଏକ ଖୁସି ଖବର ରହିଛି । ବ୍ୟାଙ୍କରେ ଏକ ବିଶେଷ ପ୍ରକାରର ଆକାଉଣ୍ଟ ଖୋଲିବା ଦ୍ୱାରା କିଛି ବର୍ଷ ମଧ୍ୟରେ ଆପଣ ଲକ୍ଷପତି ହୋଇଯିବେ । ମୋଦି ସରକାରଙ୍କ ଦ୍ୱାରା ବିବାହିତ ବ୍ୟକ୍ତିଙ୍କ ପାଇଁ ଏକ ସ୍କିମ ଆରମ୍ଭ କରିଛନ୍ତି । ଯଦି ବିବାହିତ ବ୍ୟକ୍ତିମାନେ ନିଜର ଭବିଷ୍ୟତକୁ ନେଇ ଚିନ୍ତିତ ଅଛନ୍ତି ଏବଂ ନିବେଶ କରିବା ପାଇଁ ଚିନ୍ତାରେ ଅଛନ୍ତି; ତେବେ ଆମେ ଆପଣଙ୍କୁ ଏକ ସ୍କିମ ବିଷୟରେ କହିବୁ, ଯାହା ଆପଣଙ୍କ ଭବିଷ୍ୟତକୁ ଠିକ୍ କରିଦେବ । ଆମେ କହିବା ପାଇଁ ଚାହୁଁଛୁ, ପବ୍ଲିକ ପ୍ରୋଭିଡେଣ୍ଟ ଫଣ୍ଡ ଆକାଉଣ୍ଟ ବିଷୟରେ । ଆସନ୍ତୁ ଜାଣିବେ ଏହା କଣ ଅଟେ ?

ପବ୍ଲିକ ପ୍ରୋଭିଡେଣ୍ଟ ଫଣ୍ଡ ଆକାଉଣ୍ଟ (PPF) କଣ ଅଟେ ?

ଟିକସରୁ ବଞ୍ଚିବା ପାଇଁ ଯଦି ଆପଣ କିଛି ପଢିଥିବେ, ତେବେ ସେଥିରେ PPF ଆକାଉଣ୍ଟ ବିଷୟରେ ନିଶ୍ଚିୟ ଶୁଣିଥିବେ । କିନ୍ତୁ ଏହି ବିଷୟରେ ଅନେକ ଲୋକେ ଜାଣି ନ ଥିବା କାରଣରୁ ଲୋକେ ବେଳେବେଳେ ଧୋକ୍କାର ଶିକାର ହୋଇପଡନ୍ତି । ଆପଣଙ୍କୁ କହିବା ପାଇଁ ଚାହୁଁଛୁ, ପିପିଏଫ ସ୍କିମରେ ନିବେଶ କରି ଆପଣ ଭଲ ଲାଭ ପାଇପାରିବେ । ଏହି ସ୍କିମର ଏକ ଭଲ ଗୁଣ ହେଉଛି, ଏଥିରେ କୌଣସି ହାନି ହୋଇନଥାଏ । ଏହାର କାରଣ ହେଉଛି; ଏହା ବିଷୟରେ ଆପଣ ଟିଭି ଏବଂ ଅନ୍ୟ ମିଡିଆରେ ପ୍ରଚାର କମ ହୋଇଥାଏ ।

ପବ୍ଲିକ ପ୍ରୋଭିଡେଣ୍ଟ ଫଣ୍ଡ ଆକାଉଣ୍ଟରେ କିପରି ନିବେଶ କରିବେ :

ପବ୍ଲିକ ପ୍ରୋଭିଡେଣ୍ଟ ଫଣ୍ଡ ଆକାଉଣ୍ଟ କଣ ଅଟେ, ଏହା ଆପଣ ଜାଣି ସାରିଥିବେ । ଏହା ଏପରି ଏକ ଆକାଉଣ୍ଟ ଯେଉଁଥିରେ ଆପଣ ଏବଂ ଆପଣଙ୍କ ପତ୍ନୀ ଉଭୟ ମିଳିତ ରୂପେ ଆକାଉଣ୍ଟ ଖୋଲିପାରିବେ । ଏହା ଅନ୍ୟ ଆକାଉଣ୍ଟ ଠାରୁ ଅଧିକ ସୁରକ୍ଷିତ ଅଟେ । ପବ୍ଲିକ ପ୍ରୋଭିଡେଣ୍ଟ ଫଣ୍ଡ ଆକାଉଣ୍ଟରେ ନିବେଶ କରିବା ସବୁଠୁ ଭଲ ନିବେଶ ଅଟେ । ଏଥିରେ ନିବେଶ କରିବା ଫଳରେ ଆପଣଙ୍କୁ ଭଲ ଲାଭ ହୋଇଥାଏ । ଯଦି ଆପଣ ନିଜ ପତ୍ନୀଙ୍କ ନାମରେ ଏହି ଆକାଉଣ୍ଟ ଖୋଲିଛନ୍ତି ଏବଂ ସେଥିରେ ଆପଣ ୧.୫ ଲକ୍ଷ ଟଙ୍କା ୧୫ ବର୍ଷ ପାଇଁ ଜମା ରଖନ୍ତି; ତେବେ ମେଚ୍ୟୁରିଟି ପରେ ଆପଣଙ୍କୁ ୫୦ ଲକ୍ଷ ଟଙ୍କା ମିଳିବ ।

ପବ୍ଲିକ ପ୍ରୋଭିଡେଣ୍ଟ ଫଣ୍ଡ ଆକାଉଣ୍ଟରେ ସର୍ତ୍ତ କଣ ରହିଛି ?

ଏହି ଆକାଉଣ୍ଟରେ ବାର୍ଷିକ ଆପଣଙ୍କୁ ୭.୮ ପ୍ରତିଶତ ରିଟର୍ଣ୍ଣ ମିଳିବ । ଏହି ହିସାବରେ ୧୫ ବର୍ଷ ପର୍ଯ୍ୟନ୍ତ ୧.୫ ଲକ୍ଷ ଜମା ରଖିଲେ ସୁଧ ସହ ୧୫ ବର୍ଷ ପରେ ଆପଣଙ୍କର ୪୩ ଲକ୍ଷ ଟଙ୍କା ହୋଇଯିବ । ଆଗାମୀ ଦିନଗୁଡିକରେ ରିଟର୍ଣ୍ଣ ମୂଲ୍ୟ ବଢିବ ଏବଂ ଆପଣଙ୍କୁ ଅଧିକ ଲାଭ ହେବ । ୧୫ ବର୍ଷ ପର୍ଯ୍ୟନ୍ତ ପ୍ରତି ବର୍ଷ ୧.୫ ଲକ୍ଷ ଜମା କଲେ ଆପଣ ୫୦ ଲକ୍ଷ ଟଙ୍କାର ମାଲିକ ହୋଇଯିବେ ।

ଯୋଜନା ଅନୁସାରେ ଆପଣ ନିଜର ଖାତା କୌଣସି ପୋଷ୍ଟ ଅଫିସ କିମ୍ବା ବ୍ୟାଙ୍କରେ ଖୋଲିପାରିବେ । ଏହି ଆକାଉଣ୍ଟ ଖୋଲିବା ପାଇଁ ଆପଣଙ୍କୁ ଫର୍ମ, ପ୍ରମାଣପତ୍ର, ଜମାକାରୀର ପରିଚୟ ପତ୍ର ଦରକାର ପଡିଥାଏ । ଏହି ଯୋଜନାର ଫର୍ମ ଆପଣଙ୍କୁ ପୋଷ୍ଟ ଅଫିସ କିମ୍ବା ବ୍ୟାଙ୍କରେ ମିଳିଯିବ ।