ଯଦି ଆପଣ ଧନ ସମ୍ବନ୍ଧୀୟ ସମସ୍ୟାରେ ଅଛନ୍ତି, ତେବେ ପାଳନ କରନ୍ତୁ ଶୋଇବା ପୂର୍ବରୁ ଏହି ଛୋଟ ଉପାୟଟି ।

Spread the love

ଏହି ଦୁନିଆରେ ପ୍ରତି ବ୍ୟକ୍ତିର ଜୀବନରେ ସୁଖଦୁଃଖ ଲାଗି ରହିଥାଏ । ମନୁଷ୍ୟର ଜୀବନରେ ଅନେକ ପ୍ରକାରର ସମସ୍ୟା ଭୋଗିବା ପାଇଁ ପଡିଥାଏ । କିଛି ବ୍ୟକ୍ତିଙ୍କ ପାଖରେ ବହୁତ ଧନ ଥିବା ବେଳେ କିଛି ବ୍ୟକ୍ତିଙ୍କ ପାଖରେ ସୁଖ ସମୃଦ୍ଧି ରହିଥାଏ । କିଛି ବ୍ୟକ୍ତିଙ୍କ ପାଖରେ ମୁଠାଏ ଖାଦ୍ୟ ଖାଇବା ପାଇଁ ମଧ୍ୟ ନଥାଏ । ଯଦି ଆପଣଙ୍କ ପାଖରେ ଧନ ଅଛି, ତେବେ ଆପଣଙ୍କ ପାଖରେ ସୁଖ ସୁବିଧାର ଅଭାବ ରହିବ ନାହିଁ । ଯଦି ଆପଣଙ୍କ ପାଖରେ ଧନ ନାହିଁ, ତେବେ କୌଣସି ମଧ୍ୟ ସମ୍ପର୍କ ଆପଣଙ୍କ ପାଖରେ ରହିବ ନାହିଁ । ଯଦି ଆପଣଙ୍କ ଜୀବନରେ ଧନର ସମସ୍ୟା ରହିଛି ଏବଂ ଆପଣ ମଧ୍ୟ ଧନ ଉପାର୍ଜନ କରିବା ପାଇଁ ଚାହୁଁଛନ୍ତି; ତେବେ ଆପଣ ଜୋତିଷ ଶାସ୍ତ୍ରର ସହାୟତାରେ ନିଜ ଜୀବନଙ୍କୁ ସୁଖୀ ଏବଂ ସମୃଦ୍ଧି କରି ପାରିବେ । ଜୋତିଷ ଶାସ୍ତ୍ରରେ ପ୍ରତିଟି କାର୍ଯ୍ୟ କରିବା ପାଇଁ ଏକ ନିର୍ଦ୍ଧାରିତ ସମୟ ରହିଥାଏ, ଯେପରି ସୂର୍ଯ୍ୟଦୟ ଠାରୁ ଆରମ୍ଭ କରି ସୂର୍ଯ୍ୟାସ୍ତ ପର୍ଯ୍ୟନ୍ତ ଏକ ନିର୍ଦ୍ଧାରିତ ସମୟ ରହିଛି । ଠିକ ସେହିପରି ଦିନର ପଞ୍ଚମ ଏବଂ ଷଷ୍ଠ ପ୍ରହର କାମଦେବଙ୍କ ପତ୍ନୀ ରତୀଙ୍କୁ ସମର୍ପିତ ଅଟେ ଏବଂ ଏହାକୁ ହିଁ ରାତ୍ରି କୁହାଯାଇଥାଏ ।

ଆସନ୍ତୁ ଜାଣିବେ ରାତିରେ କେଉଁ କାର୍ଯ୍ୟ କରିବା ଉଚିତ୍ :

* ଯଦି ଆପଣ ନିଜ ଘରର ମନ୍ଦିରରେ ରାତ୍ର ସମୟରେ ଦୀପ ପ୍ରଜ୍ୱଳନ କରନ୍ତି, ତେବେ ଘରେ ଧନର ଦେବୀ ମାତା ଲକ୍ଷ୍ମୀଙ୍କ ବାସ ହୋଇଥାଏ ଏବଂ ସର୍ବଦା ପାଇଁ ଧନର ଦେବୀ ମାତା ଲକ୍ଷ୍ମୀଙ୍କ କୃପା ଆପଣଙ୍କ ଉପରେ ବଜାୟ ରହିବ ।

* ଯଦି ଆପଣଙ୍କ ଘରେ ପ୍ରେମର ଅଭାବ ରହିଛି କିମ୍ବା ଆପଣଙ୍କ ଘରେ ସର୍ବଦା ଚିନ୍ତାଯୁକ୍ତ ପରିସ୍ଥିତି ରହୁଛି; ତେବେ ଏଥିରୁ ମୁକ୍ତି ପାଇବା ପାଇଁ ନିଜ ଶୟନ କକ୍ଷରେ ରାତ୍ର ସମୟରେ କର୍ପୂର ଜଳାଇବା ଦ୍ୱାରା ଆପଣଙ୍କ ଘରେ ସକାରାତ୍ମକ ଉର୍ଜାର ଆଗମନ ହୋଇଥାଏ, ଯାହାଫଳରେ ପତିପତ୍ନୀଙ୍କ ମଧ୍ୟରେ ସମ୍ବନ୍ଧ ଠିକ ହୋଇଥାଏ ।

ଧନ ପ୍ରାପ୍ତି ନିମନ୍ତେ ଅନ୍ୟ ଉପାୟ :

• ଯଦି ଆପଣ ନିଜ ଘରର ବୃଦ୍ଧବୃଦ୍ଧା କିମ୍ବା ପିତାମାତା ଶୋଇବା ପରେ ଆପଣ ଶୁଅନ୍ତି, ତେବେ ଏହା ଦ୍ୱାରା ଆପଣଙ୍କ ଘରର ବାତାବରଣ ଠିକ ହୋଇଥାଏ । ତେଣୁ ଘରର ବୟୋଜ୍ୟେଷ୍ଟ କିମ୍ବା ପିତାମାତା ଶୋଇବା ପରେ ହିଁ ଆପଣ ଶୋଇବା ପାଇଁ ଯାଆନ୍ତୁ ।

• ଆପଣ ନିଜ ଘରର ଦକ୍ଷିଣ ଏବଂ ପଶ୍ଚିମ ଦିଗରେ ରାତ୍ର ସମୟରେ ଦୀପ କିମ୍ବା ଲାଇଟ ଲଗାନ୍ତୁ । ଏହା ଦ୍ୱାରା ଆପଣଙ୍କ ପିତୃ ପକ୍ଷ ପ୍ରସନ୍ନ ହୋଇଥାନ୍ତି ଏବଂ ଘରେ ଖୁସିର ବାତାବରଣ ବଜାୟ ରହିଥାଏ ।

• ଆପଣ ଘିଅ ଦୀପ ପ୍ରଜ୍ବଳନ କରି ମାତା ଲକ୍ଷ୍ମୀଙ୍କ ଶୃତି ପାଠ କରନ୍ତୁ ଏବଂ ମାତା ଲକ୍ଷ୍ମୀଙ୍କୁ ପୁଷ୍ପ ଅର୍ପଣ କରନ୍ତୁ । ଯଦି ଆପଣ ଏହିଭଳି କରନ୍ତି; ତେବେ ନିଶ୍ଚିନ୍ତ ରୂପେ ଆପଣଙ୍କୁ ଲାଭ ମିଳିବ ।

ଆଶା କରୁଛୁ, ଅନୁଛେଦଟି ଆପଣଙ୍କୁ ନିଶ୍ଚୟ ଭଲ ଲାଗିବା । ଯଦି ଆପଣଙ୍କୁ ଭଲ ଲାଗେ ତେବେ କମେଣ୍ଟ ବାକ୍ସରେ ନିଜର ମତାମତ ଦିଅନ୍ତୁ । ଆମ ସହ ଏହିପରି ସହଯୋଗରେ ରୁହନ୍ତୁ, ଆମେ ଏହିପରି ଅନେକ ଅନୁଛେଦ ଆଣିବୁ । ଧନ୍ୟବାଦ !