ଯଦି ଆପଣ କୌଣସି ବିବାହିତ ମହିଳାଙ୍କ ଆଡକୁ ଆକୃଷ୍ଟ ହେଉଛନ୍ତି ତେବେ ଜାଣନ୍ତୁ ଏହି ୪ଟି କଥା ।

Spread the love

ଆଜିକାଲିର ଯୁବକମାନେ ବହୁତ ଆଗକୁ ମାଡି ଚାଲିଲେଣି । ଯୁବକମାନେ ନିଜର ଚିନ୍ତାଧାରା ବଦଳାଇ ନେଇଛନ୍ତି । ଆପଣ ପ୍ରେମ, ଆକର୍ଷଣ ବିଷୟରେ ଅନେକ କଥା ଶୁଣିଥିବେ । କିନ୍ତୁ ଆଜି ଆମେ ଯେଉଁ ବିଷୟରେ କହିବା ପାଇଁ ଚାହୁଁଛୁ, ତାହା ଶୁଣି ସାରିବା ପରେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ ।

ସର୍ବ ପ୍ରଥମେ କହିବା ପାଇଁ ଚାହୁଁଛୁ; ବିବାହ ପରେ ମହିଳା ମାନଙ୍କ ଚେହେରାର ପରିବର୍ତ୍ତନ ଆସି ଯାଇଥାଏ, ଯାହାଫଳରେ ସେମାନେ ବହୁତ ସୁନ୍ଦର ଦେଖା ଯାଇଥାନ୍ତି ।ହୋଇଥାଇ ପାରେ ଏହି କାରଣ ପାଇଁ ଅବିବାହିତ ଯୁବକମାନେ ବିବାହିତ ମହିଳାଙ୍କ ପ୍ରତି ଆକୃଷ୍ଟ ହୋଇ ପଡନ୍ତି । ଏହି ପରିପ୍ରେକ୍ଷୀରେ ଯେତେବେଳେ ବିବାହର ବହୁ ବର୍ଷ ପରେ ସମ୍ପର୍କରେ ସେହି ଭଲ ପାଇବା ମିଳି ନଥାଏ ତେବେ ମହିଳା କିମ୍ବା ପୁରୁଷ ଅନ୍ୟତ୍ର ସମ୍ପର୍କ ଆରମ୍ଭ କରିଦିଅନ୍ତି ।

ବହୁତ ସମୟରେ ଦେଖାଯାଇ ଥାଏ ବିବାହିତ ମହିଳାମାନେ ଅବିବାହିତ ମହିଳାଙ୍କ ତୁଳନାରେ ଅଧିକ ଆତ୍ମବିଶ୍ୱାସୀ ହୋଇଥାନ୍ତି । ଯାହାଫଳରେ ସେମାନେ ଯୁବକଙ୍କୁ ଆକୃଷ୍ଟ କରିପାରନ୍ତି । ଜଣା ଅଜଣାରେ ସେମାନେ ପୁରୁଷଙ୍କୁ ଆକୃଷ୍ଟ କରି ଦେଇଥାନ୍ତି । ବିବାହିତ ମହିଳାମାନେ ପୁରୁଷଙ୍କ ମନକୁ ଠିକ ରୂପେ ଜାଣି ପାରନ୍ତି ଏବଂ ସେହି ହିସାବରେ ସେମାନେ ପୁରୁଷଙ୍କ ଚିନ୍ତାଧାରାକୁ ଜାଣିପାରି ସେମାନଙ୍କୁ ଆକୃଷ୍ଟ କରି ନିଜ ଆଡକୁ ଆକର୍ଷଣ କରିପାରନ୍ତି ।

ଏହି କାରଣ ପାଇଁ ହିଁ ବିବାହିତ ମହିଳାମାନେ ପୁରୁଷଙ୍କ ନିଜ ଆଡକୁ ଆକୃଷ୍ଟ କରି ଦିଅନ୍ତି । କିନ୍ତୁ ଆପଣ ଜାଣିନଥିବେ କେବଳ ପୁରୁଷ ହିଁ ଏହି ସବୁଥିରେ ଯୋଗ ଦେଇଥାନ୍ତି, ନାରୀମାନେ ମଧ୍ୟ ଏହି କାମ କରିବାରେ ପଛାଇ ନଥାନ୍ତି । ସେଥିପାଇଁ ଆଜିକାଲି ଖବରକାଗଜ ଗୁଡିକରେ ଟିଭିରେ ବିବାହିତ ମହିଳା ଏବଂ ପୁରୁଷଙ୍କ ଅତିରିକ୍ତ ସମ୍ପର୍କ ବିଷୟରେ ଦେଖିବା ଓ ଶୁଣିବାକୁ ମିଳୁଛି । କହିବା ପାଇଁ ଚାହୁଁଛୁ; ଯଦି କୌଣସି ଅବିବାହିତ ପୁଅ କିମ୍ବା ଝିଅ ବିବାହିତ ପୁରୁଷ କିମ୍ବା ମହିଳାଙ୍କ ପ୍ରତି ଆକର୍ଷିତ ହୁଅନ୍ତି, ତେବେ କିଛି ବିଷୟ ପ୍ରତି ଧ୍ୟାନ ରଖିବା ନିହାତି ଜରୁରୀ ଅଟେ ।

ଆସନ୍ତୁ ଜାଣିବେ କେଉଁ ବିଷୟ ପ୍ରତି ଧ୍ୟାନ ରଖିବା ଜରୁରୀ ଅଟେ ।

୧) ଯେତେବେଳେ କୌଣସି ବିବାହିତଙ୍କ ପ୍ରତି ଆପଣ ଆକୃଷ୍ଟ ହେଉଛନ୍ତି, ତେବେ ପୂର୍ବରୁ ବହୁ ଥର ଭାବି ନେବା ଉଚିତ୍ କାରଣ ଏହି ପ୍ରକାରର ସମ୍ପର୍କର ଭବିଷ୍ୟତ ନ ଥାଏ ।

୨) ଯଦି କୌଣସି ବିବାହିତଙ୍କ ପ୍ରେମରେ ଆପଣ ପଡିଯାଆନ୍ତି; ତେବେ ବିଶେଷ ଧ୍ୟାନ ରଖନ୍ତୁ ଯେପରି ଶାରୀରିକ ସମ୍ପର୍କ ନ ରଖନ୍ତି । କାରଣ ଶାରୀରିକ ସମ୍ପର୍କ ରଖିବା ଫଳରେ ସମ୍ପର୍କ ମଜଭୁତ ହୋଇପଡ଼ିଥାଏ ପରେ ଭିନ୍ନ ହେବାରେ କଷ୍ଟ ଅନୁଭୂତ ହୋଇଥାଏ ।

୩) ବହୁତ ସମୟରେ ଏପରି ମଧ୍ୟ ହୋଇଥାଏ, ପୁରୁଷମାନେ ନିଜ କର୍ମକ୍ଷେତ୍ରରେ କାର୍ଯ୍ୟରତ ମହିଳା କର୍ମୀଙ୍କ ପ୍ରତି ଆକୃଷ୍ଟ ହୋଇପଡନ୍ତି; ସେ ବିବାହିତ ମହିଳା ହୋଇଥାନ୍ତୁ କିମ୍ବା ଅବିବାହିତ । ହୋଇଥାଇ ପାରେ ଭବିଷ୍ୟତରେ ଏହି ସମ୍ପର୍କର କୌଣସି ମୂଲ୍ୟ ରହିନଥାଏ ।

୪) ଧ୍ୟାନ ରଖନ୍ତୁ; ଯଦି କୌଣସି ବିବାହିତ ମହିଳାଙ୍କ ପ୍ରତି ଆପଣ ଆକୃଷ୍ଟ ହୁଅନ୍ତି ତାହା ପୂର୍ବରୁ ନିଜ ମନକୁ ସମ୍ଭାଳି ନେବା ଉଚିତ୍ । ଏହା ମଧ୍ୟ ମନେ ରଖିବା ଉଚିତ୍ ସେହି ମହିଳା ନିଜ ସ୍ୱାମୀ ପରିବାରକୁ ଛାଡି ଆପଣଙ୍କ ସହ ସମ୍ପର୍କ ବଜାୟ ରଖି ପାରିବେ ନାହିଁ । ଏହି ପ୍ରକାରର ମହିଳା କୌଣସି କ୍ଷେତ୍ରରେ ମଧ୍ୟ ଆପଣଙ୍କୁ ନିଜ ଜୀବନରୁ ବାହାର କରିପାରନ୍ତି ।