ଯଦି ଶରୀରରେ ଥାଏ ଏହି ୪ଟି ଦାଗ ବା ଚିହ୍ନ, ତେବେ ଭବିଷ୍ୟତରେ ଆପଣ ମଧ୍ୟ ହୋଇପାରନ୍ତି କୋଟିପତି ।

Spread the love

ହିନ୍ଦୁ ଧର୍ମରେ ମନୁଷ୍ୟ ଶରୀରର ସମସ୍ତ ଭାଗକୁ ଅଲଗା ଅଲଗା ନାମ ଦିଆଯାଇଛି । ସମୁଦ୍ର ଶାସ୍ତ୍ର ଅନୁସାରେ ମନୁଷ୍ୟ ଶରୀରର ସମସ୍ତ ଅଙ୍ଗ ଗୁଡ଼ିକ ସେହି ମନୁଷ୍ୟ ବିଷୟରେ ଅନେକ କିଛି ମହତ୍ୱପୂର୍ଣ୍ଣ ତଥ୍ୟ ପ୍ରଦାନ କରିଥାନ୍ତି । ଗଣତନ୍ତ୍ର ଶାସନରେ ମଧ୍ୟ ଆଜିକା ଦିନରେ ସରକାରଙ୍କ ପଦ୍ରୁଭାବ ଏତେ ବଢିଯାଇଛି ଯେ, ବସ୍ତୁ ଗୁଡ଼ିକର ଦାମ ଦିନକୁ ଦିନକୁ ବଢି ଚାଲିଛି । ଏଥିରେ ଗରୀବ ଲୋକମାନଙ୍କ ପାଇଁ ପେଟ ପାଳନ ମଧ୍ୟ କଠିନ ହେଇଯାଇଛି । ଏହି କଥା ଉପରେ କିଛି ବି ରାୟ ନାହିଁ କି, ଏହି ସଂସାରରେ ସମସ୍ତ ବ୍ୟକ୍ତି ଧନୀ ହେବାକୁ ସ୍ବପ୍ନ ଦେଖି ଥାଆନ୍ତି । କିନ୍ତୁ ଟଙ୍କା ପାଇବା ସମସ୍ତଙ୍କ ଭାଗ୍ୟରେ ନଥାଏ । କିଛି ଲୋକ ଟଙ୍କା ଚକ୍କରରେ ଦିନ ରାତି ପରିଶ୍ରମରେ ଲାଗି ରହିଥାନ୍ତି । କିନ୍ତୁ ଏହା ପରେ ମଧ୍ୟ ସେମାନଙ୍କ ପାଖରେ ଟଙ୍କାର ଅଭାବ ରହିଥାଏ । କିନ୍ତୁ ଜ୍ୟୋତିଷ ଶାସ୍ତ୍ର ଅନୁସାରେ, କିଛି ଲୋକଙ୍କର ଜନ୍ମ ହିଁ ଧନୀ ହେବା ପାଇଁ ହୋଇଥାନ୍ତି । ତାଙ୍କ ଭାଗ୍ୟରେ ଟଙ୍କା, ବିନା ପରିଶ୍ରମରେ ହିଁ ମିଳିଥାଏ । ଏମିତିରେ ଦେଖିବାକୁ ଗଲେ ଏହି ବ୍ୟକ୍ତିମାନେ ସାଧାରଣ ଲୋକଙ୍କ ପରି ହୋଇଥାନ୍ତି । କିନ୍ତୁ ଟଙ୍କା ମାମଲାରେ ଏମାନେ ସବୁଠାରୁ ଆଗରେ ରହିଥାନ୍ତି ।

ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଶରୀରର କିଛି ଅଙ୍ଗ ଉପରେ ଦାଗ ବା ଚିହ୍ନ ରହିବା ବହୁତ ଶୁଭ ବୋଲି ମନେ କରାଯାଇଥାଏ । ଏହି ଦାଗ ବ୍ୟକ୍ତିର ଭାଗ୍ୟ ବଦଳାଇବାର ସଂକେତ ଦେଇଥାଏ । ଆଜିର ଏହି ଅନୁଛେଦରେ ଆମେ ଆପଣଙ୍କ ଶରୀରର ଅଙ୍ଗ ଉପରେ ରହିଥିବା ଏମିତି କିଛି ଦାଗ ବିଷୟରେ କିଛି କହି ରଖୁଛୁ । ଯଦି ଆପଣଙ୍କ ଶରୀରର ଅଙ୍ଗ ଉପରେ ଏହି ଦାଗ ରହିଛି; ତେବେ ଆପଣ ଶୀଘ୍ର ଧନୀ ହେବାର ସୁଯୋଗ ରହିଛି । କାରଣ ଏହି ଦାଗ ଗୁଡିକ ଧନୀ ଲୋକମାନଙ୍କ ସହ ଭଲ ସମ୍ପର୍କ ଯୋଡ଼ି ହୋଇ ରହିଛି । ତେଣୁ ଚାଲନ୍ତୁ ଜାଣିବା ସେହି ଦାଗ ବିଷୟରେ ।

ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଯେଉଁ ବ୍ୟକ୍ତିର ହାତର ମଧ୍ୟ ଭାଗରେ ରଥ, ଚକ୍ର, ବାଣ କିମ୍ବା ଧ୍ୱଜ ଆଦିର ଦାଗ ରହିଥାଏ; ସେହି ଲୋକଙ୍କୁ ଅଧିକ ସୁଖସମୃଦ୍ଧି ମିଳିଥାଏ । ଏହିଭଳି ଲୋକମାନଙ୍କ ଜନ୍ମ ଅନ୍ୟ ଲୋକ ମାନଙ୍କ ପ୍ରତି ଶାସନ କରିବା ପାଇଁ ହୋଇଥାଏ । ଏମାନଙ୍କର ସମାଜରେ ପ୍ରତିଷ୍ଠା ଲାଗି ରହିଥାଏ । ଏହି ଲୋକ କୌଣସି ବି ବ୍ୟକ୍ତିର ହୃଦୟକୁ ସହଜରେ ବୁଝି ପାରିଥାନ୍ତି । ତାଙ୍କର ଦାମ୍ପତ୍ୟ ଜୀବନରେ ସଦାସର୍ବଦା ତାଳମେଳ ଏବଂ ଭଲ ପାଇବା ଲାଗି ରହିଥାଏ । ଏମାନଙ୍କୁ ବେପାର ବାଣିଜ୍ୟ, ଚାକିରିରେ ଅଧିକ ଉନ୍ନତି ମିଳିଥାଏ । ଏମାନେ ଯେଉଁ କାମରେ ହାତ ଦେଇଥାନ୍ତି; ସେହି କାମରେ ସଫଳତା ମିଳିଥାଏ । କହିବାକୁ ଗଲେ ଏହି ଲୋକଙ୍କର ଭାଗ୍ୟରେ ଧନୀ ହେବାର ସୁଯୋଗ ରହିଥାଏ ।

ମନୁଷ୍ୟର ଶରୀରରେ ହୃଦୟ ରହିବା ସାଧାରଣ କଥା । ଯଦି ଏହି ହୃଦୟର ଚିହ୍ନ ଆପଣଙ୍କ ହାତର ପାପୁଲିରେ ରହିଥାଏ, ତେବେ ଆପଣଙ୍କ ପାଇଁ ଶୁଭ ଏବଂ ଲାଭଦାୟକ ସିଦ୍ଧ ହୋଇଥାଏ । ପାପୁଲିର ମଝିରେ ହୃଦୟ ଚିହ୍ନ ରହିଥିବା ବ୍ୟକ୍ତି ବହୁତ ଧନବାନ ଓ ବଡ଼ ହୃଦୟ ଵାଲା ହୋଇଥାନ୍ତି । ସାମାଜିକ ରୂପରେ ସେମାନଙ୍କ ମାନ-ସମ୍ମାନ ପ୍ରାପ୍ତ କରିଥାନ୍ତି । ଏମାନେ ନିଜ ଜୀବନରେ ଅଧିକ ସଂଘର୍ଷ କରିବାକୁ ପଡ଼ିଥାଏ । କିନ୍ତୁ ଦିନେ ନା ଦିନେ ଏମାନଙ୍କୁ ସଫଳତା ମିଳିଥାଏ । ଏମାନେ ନିଜ ପରିବାରର ସମସ୍ତଙ୍କ ଠାରୁ ଅଧିକ ସ୍ନେହୀ ହୋଇଥାନ୍ତି । ଏମାନଙ୍କ ସାଥି ବା ବନ୍ଧୁ ମାନଙ୍କ ପ୍ରତି ସମ୍ବନ୍ଧ ଯୋଡ଼ି ରହିଥାଏ । ଏମାନେ ଅଧିକ ରୋମାଣ୍ଟିକ ସ୍ଵଭାବର ହୋଇଥାନ୍ତି ।

ଯେଉଁ ମାନଙ୍କ ପାଦର ତଳ ଭାଗରେ ତିଳ ବା ଚକ୍ର ରହିଥାଏ, ସେହି ବ୍ୟକ୍ତି ବହୁତ ବଡ଼ ଶାସକ ବୋଲି ମନେ କରାଯାଇଥାଏ । ସେହି ବ୍ୟକ୍ତିକୁ ସମସ୍ତ ପ୍ରକାରର ସୁଖ ଏବଂ ଯଶ ପ୍ରାପ୍ତ ହୋଇଥାଏ । ସ୍ୱତନ୍ତ୍ର ରୂପରେ ଜୀବନରେ ଆଗକୁ ବଢି ଚାଲିବା ତାଙ୍କର ଏକମାତ୍ର ଲକ୍ଷ୍ୟ ରହିଥାଏ । ସେମାନେ ନିଜ ଲକ୍ଷ୍ୟର ପୂର୍ତ୍ତି ପାଇଁ ସମସ୍ତ ପ୍ରକାର କଠିନ ତପସ୍ୟା କରିଥାନ୍ତି । ଏହିଭଳି ଲୋକମାନଙ୍କର ସମାଜରେ ଅଧିକତର ଉଚ୍ଚ ପ୍ରତିଷ୍ଠା ପାଉଥିଲେ । ଧନର ମାମଲାରେ ଏମାନେ ଅଧିକ ଖୁସି ଓ ସୌଭାଗ୍ୟ ସମ୍ପର୍ଣ୍ଣ ବ୍ୟକ୍ତି ହୋଇଥାଆନ୍ତି । ଏମାନଙ୍କୁ ଧନ ନିଜର ବାପାଙ୍କ ଠାରୁ କିମ୍ବା ଦାଦାଙ୍କ ଠାରୁ ବରଦାନ ରୂପରେ ମିଳିଥାଏ । ଏମାନେ ସମସ୍ତ କାମ ମନ ଲଗେଇ କରିଥାନ୍ତି । ଦିନେ ନା ଦିନେ ସଫଳତା ହାସଲ କରିଥାନ୍ତି ।