ଯଦି ଆପଣଙ୍କ ଚର୍ମରେ ମଧ୍ୟ ପଡ଼ିଥାଏ ଗାର ଗାର ଦାଗ, ତେବେ କରନ୍ତୁ ଏହି ଘରୋଇ ଉପାୟ ।

Spread the love

ଯେତେବେଳେ ଗୋଟିଏ ମହିଳା ଗର୍ଭବତୀ ହୋଇଥାଏ, ଗୋଟିଏ ପଟେ ଶାରୀରିକ କଷ୍ଟ ସହ୍ୟ କରିଥାଏ ଓ ମାନସିକ ଚିନ୍ତା ମଧ୍ୟ ରହିଥାଏ । କିନ୍ତୁ ଅନ୍ୟ ପଟେ ଦେଖିବାକୁ ଗଲେ ମହିଳାଟି ଯେତେବେଳେ ପ୍ରବାସ କରିଥାଏ, ତାପରେ ପରେ ଅଧିକାଂଶ ମହିଳାଙ୍କ କ୍ଷେତ୍ରରେ ଗର୍ଭବତୀ କାରଣରୁ ଚର୍ମରେ ଷ୍ଟ୍ରେଚ ବା ଗାର ଗାର ଦାଗ ପଡ଼ିଯାଏ, ଯାହା ଦେଖିବାକୁ ଭଲ ଲାଗେ ନାହିଁ । ଯାହାଠୁ ମୁକ୍ତି ପାଇବା ପାଇଁ ବଜାରରେ ମିଳୁଥିବା ଅଧିକ ଦାମିକିଆ କ୍ରୀମ ବ୍ୟବହାର କରନ୍ତି । ତଥାପି ସେହି ଚିହ୍ନ ବା ଷ୍ଟ୍ରେଚ ଯାଇନଥାଏ । ଆଜି ଆମେ ଆପଣଙ୍କ ଏହି ନଉଛେଦ ମାଧ୍ୟମରେ ଷ୍ଟ୍ରେଚ ବା ଏହି ଦାଗରୁ କିପରି ମୁକ୍ତି ପାଇବେ ସେହି ବିଷୟରେ କିଛି ଘରୋଇ ଉପାୟ ନେଇ ଆସିଛୁ ।

ଏହିପରି ଦାଗ କାହିଁକି ହୋଇଥାଏ :

– ପ୍ରସବ ପରେ ମହିଳାମାନଙ୍କ ହରୋମାନରେ ଅସନ୍ତୁଳନ ହେବ ଫଳରେ ଚର୍ମରେ ଏହି ପରି ଷ୍ଟ୍ରେଚ ବା ଦାଗ ହୋଇଥାଏ ।

– ପ୍ରସାବ ପରେ ମହିଳାମାନେ ଅଧିକ ଚିନ୍ତାଗ୍ରସ୍ତ ହୋଇପଡିଥାନ୍ତି । ଯାହାର ପ୍ରଭାବରେ ଚର୍ମ ସମ୍ବନ୍ଧିତ ଅନେକ ସମସ୍ୟା ଦେଖାଦେଇଥାଏ । ସେହି ମଧ୍ୟରୁ ଷ୍ଟ୍ରେଚ ଅନ୍ୟତମ ।

– ପ୍ରସବ ପରେ ମହିଳାମାନେ ଶିଶୁକୁ ଦେଖା ଚହାଁ କରିବାରେ ବ୍ୟସ୍ତ ହୋଇଯାଇଥାନ୍ତି । ଯେଉଁଥି କାରଣରୁ ମହିଳାମାନେ ପୂର୍ଣ୍ଣ ମାତ୍ରାରେ ଶୋଇ ପାରନ୍ତି ନାହିଁ । ତେଣୁ ଚର୍ମ ସମ୍ବନ୍ଧିତ ଅନେକ ସମସ୍ୟା ଦେଖାଦେଇଥାଏ ।

– ପ୍ରସବ ପରେ ମହିଳାମାନେ ଶରୀର ଏବଂ ମାନସିକ ରୂପରେ ଦୁର୍ବଳ ହୋଇଯାଇଥାନ୍ତି । ତେଣୁ ଚର୍ମ ସମ୍ବନ୍ଧିତ ଅନେକ ସମସ୍ୟା ଦେଖାଦେଇଥାଏ ।

ଆସନ୍ତୁ ଜାଣିବା ଷ୍ଟ୍ରେଚ ଦୂର କରିବାର କିଛି ଘରୋଇ ଉପଚାର :

– ଗୋଟେ ବଡ଼ ଚାମଚ ଘି କୁଆଁରି ରସ ଏବଂ କିଛି କେଷ୍ଟ୍ରୋଲ ତେଲ (Castor Oil) ନିଅନ୍ତୁ । ଏହାକୁ ଭଲ ଭାବରେ ମିଶାନ୍ତୁ ଏବଂ ହାଲକା ଗରମ କରନ୍ତୁ । ଉଷୁମ ଥିବା ସମୟରେ ଦାଗ ହୋଇଥିବା ସ୍ଥାନରେ ଲଗାଇ, ରାତିସାରା ଛାଡି ଦିଅନ୍ତୁ । ଏହା ଚର୍ମକୁ ସଙ୍କୁଚିତ କରିବାରେ ସହାୟତା କରେ ।

– ଦୁଇ ଚାମଚ ଆଳୁ ରସକୁ କେଷ୍ଟ୍ରୋଲ ତେଲ (Castor Oil) ସହ ମିଶାନ୍ତୁ । ଏହାକୁ କିଛି ସମୟ ପାଇଁ ଫ୍ରିଜରେ ରଖି ଥଣ୍ଡା କରି ଦିଅନ୍ତୁ । ପରେ ଏହି ମିଶ୍ରଣକୁ ନିଜ ଚର୍ମରେ ୩୦ ମିନିଟ ପର୍ଯ୍ୟନ୍ତ ଘୋଷନ୍ତୁ । ଏହାପରେ ଉଷୁମ ପାଣିରେ ଚର୍ମକୁ ଧୋଇ ଦିଅନ୍ତୁ । ଏହା ଚର୍ମର ଇଲଷ୍ଟୀସିଟିକୁ ସୁଧାରି ଥାଏ ଏବଂ ଚର୍ମର ଷ୍ଟ୍ରେଚ ଦାଗ ରୋକିବାରେ ସହାୟତା କରେ ।

– କେଷ୍ଟ୍ରୋଲ ତେଲକୁ ଉଷୁମ କରି ଦାଗ ହୋଇଥିବା ଜାଗାରେ ଲଗାଇ ଘୋଷନ୍ତୁ । ଏହାକୁ ୩୦ ମିନିଟ ପର୍ଯ୍ୟନ୍ତ ଏମିତ ଛାଡି ଦିଅନ୍ତୁ । ଏହା ପରେ ଉଷୁମ ପାଣିରେ ଗାଧନ୍ତୁ । ଏହା ଚର୍ମରେ ଥିବା ଦାଗକୁ ଦୂର କରିବାରେ ସାହାଯ୍ୟ କରିଥାଏ ।

ସ୍ୱାସ୍ଥ୍ୟ ସମ୍ବନ୍ଧିତ ଅନୁଛେଦଟି ଆପଣଙ୍କୁ କିପରି ଲାଗିଲା Comment କରି ଜାଣନ୍ତୁ ।