ପତ୍ନୀ ମାଆ ଘରକୁ ଯିବା ପରେ ପତି ଘରେ ଏହି 5ଟି କାମ କରନ୍ତି । ଚତୁର୍ଥ କାମ ବିଷୟରେ ପ୍ରାୟତଃ ପତ୍ନୀ ଜାଣନ୍ତି ନାହିଁ ।

Spread the love

ପ୍ରାୟତଃ ପ୍ରତି ଘରେ ପତ୍ନୀ ମୁଖ୍ୟ ହୋଇଥାନ୍ତି । ପତି ବାହାରେ ଯେତେ ମଧ୍ୟ ଟାଣୁଆ ହୋଇଥାନ୍ତୁ ନା କାହିଁକି କିନ୍ତୁ ଘରେ ପତ୍ନୀଙ୍କ ହିଁ କଥା ରହିଥାଏ । ପତ୍ନୀ ଘରେ ଯେଉଁ ନୀତି ନିୟମ ପ୍ରସ୍ତୁତ କରନ୍ତି ପତି ସେହି ନୀତି ନିୟମ ମାନିବା ପାଇଁ ବାଧ୍ୟ ହୋଇଥାନ୍ତି । ପତ୍ନୀଙ୍କ ଭୟ ଅନେକ ପତିଙ୍କ ମନରେ ରହିଥାଏ । ପତ୍ନୀଙ୍କ ସାମ୍ନାରେ ପତି ସର୍ବଦା ଭଲ ପତି ହୋଇ ରହିବା ପାଇଁ ଚେଷ୍ଟା କରିଥାନ୍ତି । ଯେତେବେଳେ ପତ୍ନୀ ଘର ଛାଡି ନିଜ ମାଆଙ୍କ ଘରକୁ ଯାଆନ୍ତି ସେହି ସମୟରେ ପତି ବିଲେଇରୁ ସିଂହ ପାଲଟି ଯାଆନ୍ତି ପରେ ପତ୍ନୀଙ୍କ ଅନୁପସ୍ଥିତିରେ ପତି ଏହିପରି ସବୁ କାମ କରନ୍ତି ଯାହା ଆପଣ ଚିନ୍ତା କରିନଥିବେ ।

ରୋଷେଇ ଘରକୁ ଅପରିଷ୍କାର ରଖିବା

ଯେତେବେଳେ ପତ୍ନୀ ନିଜ ମାଆଙ୍କ ଘରକୁ ଯାଆନ୍ତି ସେହି ସମୟରେ ପତିଙ୍କୁ ନିଜ ପାଇଁ ନିଜ ଖାଦ୍ୟ ପ୍ରସ୍ତୁତ କରିବା ପାଇଁ ପଡେ । ଏହି ପରିପ୍ରେକ୍ଷୀରେ ଯଦି ପତିଙ୍କୁ ରୋଷେଇର ଅନୁଭୂତି ନଥାଏ ତେବେ ରୋଷେଇଘରର ଅବସ୍ଥା କଣ ହେବ ଆପଣ ଥରେ ଚିନ୍ତା କରନ୍ତୁ । ପ୍ରଥମତଃ ଖାଦ୍ୟ ସ୍ଵାଦିଷ୍ଟ ହୋଇନଥାଏ । ଦ୍ୱିତୀୟତଃ ରୋଷେଇଘରେ କେଉଁ ଜିନିଷ କେଉଁଠି ଅଛି ତାର କୌଣସି ଜ୍ଞାନ ନଥାଏ । ଏହିପରି ସେ ରୋଷେଇ ଘରର ସମସ୍ତ ଜିନିଷ ଓଲଟ ପାଲଟ କରିଦିଅନ୍ତି । ଏହା ସହ ଖାଦ୍ୟ ପ୍ରସ୍ତୁତି ପରେ ରୋଷେଇ ଘରର ସଫାସୁତୁରା ଠିକ୍ ହୋଇନଥାଏ ।ଯେତେବେଳେ ପତ୍ନୀ ଘରକୁ ଫେରନ୍ତି ସେହି ସମୟରେ ରୋଷେଇଘର ଅପରିଷ୍କାର ରହିଥାଏ ।

ମାଦକ ଦ୍ରବ୍ୟର ସେବନ

ପତ୍ନୀ ଘରେ ନଥିଲେ ପତି ନିଜ ବନ୍ଧୁଙ୍କୁ ଘରକୁ ଡାକି ପାର୍ଟି କରନ୍ତି । ଯଦି ଆପଣଙ୍କ ପତି ମାଦକ ଦ୍ରବ୍ୟ ସେବନ ନ କରନ୍ତି ତେବେ ମଧ୍ୟ ନିଜ ବନ୍ଧୁଙ୍କୁ ଘରକୁ ଡାକି ମଜାମସ୍ତି ଏବଂ ପାର୍ଟି କରନ୍ତି । ଏହି ସମୟରେ ଆପଣଙ୍କୁ ସମ୍ପୂର୍ଣ୍ଣ ସ୍ୱାଧୀନତା ମିଳି ଯାଇଥାଏ ମଜାମସ୍ତି କରିବା ପାଇଁ ।

ପିଲାଙ୍କ ଯତ୍ନ

ଯଦି ପତ୍ନୀ ନିଜ ମାଆଙ୍କ ଘରକୁ ଯିବା ସମୟରେ ପିଲାଙ୍କୁ ନିଜ ସାଥିରେ ନ ନେଇ ଯାଆନ୍ତି ତେବେ ପତିଙ୍କ ଦାୟିତ୍ୱ ଏହା ହୋଇଥାଏ ଯେ ସେ ପିଲାଙ୍କ ଯତ୍ନ ନେବେ । ଏହି ପରିପ୍ରେକ୍ଷୀରେ ପତି ପିଲାଙ୍କ ପ୍ରତିଟି ଆବଶ୍ୟକତା ପୂର୍ଣ କରିବା ପାଇଁ ପଡିଥାଏ । ପିଲାଙ୍କ ଯତ୍ନ ନେବା ପୁରୁଷଙ୍କ ପାଇଁ ସହଜ ହୋଇନଥାଏ । ସେମାନଙ୍କ ଖାଦ୍ୟ ଠାରୁ ଆରମ୍ଭ କରି ପଢାପଢି ପର୍ଯ୍ୟନ୍ତ ସମସ୍ତ ଦାୟିତ୍ୱ ନେବା ପାଇଁ ପଡିଥାଏ ।

ଅନ୍ୟତ୍ର ପ୍ରେମ ସମ୍ପର୍କ

ପତ୍ନୀ ମାଆ ଘରେ ଥିଲେ ପତି ଘରେ ଏକୁଟିଆ ରହିଥିବା ସମୟରେ ସ୍ୱାଧୀନ ହୋଇଯାଇଥାନ୍ତି । ଏହି ସମୟରେ ଯଦି ପତିର କୌଣସି ପୁରୁଣା ବାନ୍ଧବୀ ଥିଲେ ପତି ସେହି ବାନ୍ଧବୀଙ୍କୁ ଘରକୁ ଡାକିଥାନ୍ତି । ପଡୋଶୀ କିମ୍ବା ଘର ଲୋକଙ୍କ ଭୟ ଥିଲେ ପତି ନିଜ ବାନ୍ଧବୀଙ୍କୁ ବାହାରକୁ ବୁଲାଇବା ପାଇଁ ନେଇଯାଆନ୍ତି । ସେହି ସମୟରେ ଆପଣଙ୍କ ପତିଙ୍କୁ ଆପଣଙ୍କ ଭୟ ରହିନଥାଏ । ଯଦି ପ୍ରେମିକା ନଥାନ୍ତି ତେବେ ପତ୍ନୀଙ୍କ ଅନୁପସ୍ଥିତିରେ ପତି ଅନ୍ୟ ଝିଅଙ୍କୁ ଦେଖିବାରେ ଲାଗନ୍ତି ।

ସ୍ୱାଧୀନତାର ମଜା

ପତ୍ନୀ ନିଜ ପତିଙ୍କ ଉପରେ ଅନେକ କଟକଣା ଲଗାଇଥାନ୍ତି । ଯେପରିକି ସମୟରେ ବିଛଣା ଛାଡିବା, ଠିକ୍ ସମୟରେ ଶୋଇବା, ଠିକ୍ ସମୟରେ ଘରକୁ ଫେରିବା, ଧୂମ୍ରପାନ ଏବଂ ମଦ୍ୟ ପାନ ନକରିବା, ବିଳମ୍ବିତ ରାତି ଟିଭି ନଦେଖିବା ଏହିପରି ଅନେକ କିଛି ଯଦି ପତ୍ନୀ ଘରେ ନଥାନ୍ତି ତେବେ ପତି ସ୍ୱାଧୀନତା ସହ ସମସ୍ତ କାମ କରନ୍ତି ଯାହା ବିଷୟରେ ପତ୍ନୀ ପୂର୍ବରୁ ମନା କରିଥାନ୍ତି ।