ଯଦି ଆପଣଙ୍କ ଘରେ ଏହି ଗଛ ରହିଛି, ତେବେ କେହି ମଧ୍ୟ ଆପଣଙ୍କ କିଛି କ୍ଷତି କରିପାରିବେ ନାହିଁ ।

Spread the love

ଆମ ଦେଶରେ ଅନେକ ବୃକ୍ଷ ରହିଛି ଏବଂ ଏହିସବୁ ବୃକ୍ଷ ଗୁଡିକର କିଛି ନା କିଛି ମହତ୍ତ୍ୱ ରହିଛି । ଏହି ବୃକ୍ଷ ଗୁଡିକ କୌଣସି ନା କୌଣସି କାର୍ଯ୍ୟରେ ମନୁଷ୍ୟର ଜୀବନରେ ଲାଗିଥାଏ । କିଛି ବୃକ୍ଷ ମନୁଷ୍ୟର ରୋଗ ଠିକ କରିବାରେ ସାହାଯ୍ୟ କରିବା ସମୟରେ, ଅନ୍ୟ କିଛି ବୃକ୍ଷ ମନୁଷ୍ୟର ଭାଗ୍ୟ ବଦଳାଇବାରେ ସାହାଯ୍ୟ କରିଥାଏ । କିନ୍ତୁ ଆଜି ଆମେ ଯେଉଁ ବୃକ୍ଷ ବିଷୟରେ କହିବା ପାଇଁ ଚାହୁଁଛୁ, ସେହି ବୃକ୍ଷ ଆପଣଙ୍କ ଘରର ଆଖପାଖରେ ଥିଲେ, ତାହା ଆପଣଙ୍କୁ ଅନେକ ସକାରାତ୍ମକ ଉର୍ଜା ପ୍ରଦାନ କରିବ । ଯାହାଫଳରେ ଆପଣଙ୍କ ଘରର ସଦସ୍ୟଙ୍କ ସ୍ୱାସ୍ଥ୍ୟ ସର୍ବଦା ଠିକ ରହିବ ଓ ଆପଣଙ୍କ ସମସ୍ତ କାର୍ଯ୍ୟ ବିନା କୌଣସି ବାଧାବିଘ୍ନରେ ସମ୍ପର୍ଣ୍ଣ ହୋଇଯିବ । ଏହି ବୃକ୍ଷ ଆପଣଙ୍କ ଘରେ ରହିବା ଦ୍ୱାରା କୌଣସି ସମସ୍ୟା ଆପଣଙ୍କ ଘରର ଆଖପାଖ ଉପୁଜିବା ନାହିଁ । ଯେଉଁ ବୃକ୍ଷ ବିଷୟରେ ଆମେ କହିବା ପାଇଁ ଚାହୁଁଛୁ ସେହି ବୃକ୍ଷର ନାମ ହେଉଛି ବେଲ ବୃକ୍ଷ ।

କହିବା ପାଇଁ ଚାହୁଁଛୁ, ବେଲ ପତ୍ର ଶିବଙ୍କୁ ଅର୍ପଣ କରାଯାଇଥାଏ । ଯେତେବେଳେ ଶିବଙ୍କ ପୂଜା କରାଯାଇଥାଏ, ସେହି ସମୟରେ ଶିବଙ୍କୁ ବେଲପତ୍ର ଅର୍ପଣ କରା ଯାଇଥାଏ । ବେଲପତ୍ରର ଏକ ମହତ୍ତ୍ୱ ରହିଛି, ଏହାକୁ ଶିବଙ୍କୁ ଅର୍ପଣ କରିବା ଫଳରେ ଶିବଙ୍କ କୃପା ବଜାୟ ରହିଥାଏ । ଆପଣଙ୍କ ଘରେ ବେଲଗଛ ରହିଲେ, ଏହା ଆପଣଙ୍କ ଅନେକ ସମସ୍ୟାକୁ ଦୂର କରିଥାଏ । ବେଲପତ୍ରକୁ ନେଇ ଅନେକ ମାନ୍ୟତା ରହିଛି ଯେପରି, ବେଲପତ୍ର ଯେତେବେଳେ ପର୍ଯ୍ୟନ୍ତ ଶୁଖି ଯାଇନାହିଁ ସେହି ପର୍ଯ୍ୟନ୍ତ ଆପଣ ତାକୁ ଧୋଇ ପୁଣି ଥରେ ଶିବଙ୍କୁ ଅର୍ପଣ କରିପାରିବେ । କହିବା ପାଇଁ ଚାହୁଁଛୁ, ଶିବଙ୍କୁ ବେଲପତ୍ର ବହୁତ ପ୍ରିୟ ଅଟେ । ବେଲପତ୍ରକୁ ସୋମବାର ଦିନ, ଅଷ୍ଟମୀ ଏବଂ ପୂର୍ଣ୍ଣିମାରେ ତୋଳିବା ଉଚିତ୍ ନୁହେଁ ଏହା ଅଶୁଭ ହୋଇଥାଏ ।

କହିବା ପାଇଁ ଚାହୁଁଛୁ, ଯେଉଁ ରବିବାରରେ ଦ୍ଵାଦଶୀ ପଡ଼ିଥାଏ ସେହି ଦିନ ଆପଣ ବେଲପତ୍ର ଉପରେ ଦୀପ ପ୍ରଜ୍ୱଳନ କରିବା ଶୁଭ ହୋଇଥାଏ । ଆପଣ ଏହିଭଳି କରିବା ଦ୍ୱାରା ଆପଣଙ୍କ ସମସ୍ତ ଇଛା ପୂର୍ତ୍ତି ହୋଇଥାଏ ଏବଂ ଆପଣଙ୍କ ଜୀବନରେ ଚାଲୁଥିବା ଧନ ସମ୍ବନ୍ଧୀୟ ସମସ୍ୟା ଦୂର ହୋଇଥାଏ । ଆପଣଙ୍କୁ ବେଲଗଛ ନିଶ୍ଚୟ ଆପଣଙ୍କ ଘରେ ଲଗାଇବା ଉଚିତ୍ । ଏହାକୁ ଆପଣଙ୍କ ଘରେ ଲଗାଇବା ଦ୍ୱାରା ଆପଣଙ୍କ ଘରର ସଦସ୍ୟଙ୍କ ଯଶ ବୃଦ୍ଧି ହୋଇଥାଏ । ମାନ୍ୟତା ରହିଛି, ଯେଉଁ ସ୍ଥାନରେ ବେଲଗଛ ରହିଛି ତାହା କାଶୀ ସହ ସମାନ ଅଟେ । ସେହି ସ୍ଥାନର ପବିତ୍ରତା ବଢିଯାଇଥାଏ । ଯଦି ବ୍ୟକ୍ତି ନିଜ ଘରେ ବେଲଗଛ ଲଗାଏ, ତେବେ ଘର ଉପରୁ ନକରାତ୍ମକ ଉର୍ଜା ଦୂର ହେବା ସହ ତନ୍ତ୍ର ବାଧା ମଧ୍ୟ ଦୂର ହୋଇଥାଏ । କୌଣସି ବ୍ୟକ୍ତିର ଖରାପ ନଜର ଘରେ ପଡିନଥାଏ ।

ଆପଣ ଘରେ ବେଲଗଛ କୌଣସି ଦିନ ମଧ୍ୟ ଲଗାଇ ପାରିବେ କିନ୍ତୁ ବେଲଗଛ ଲଗାଇବାର କିଛି ନୀତିନିୟମ ରହିଛି ଏବଂ ଏହି ବେଲ ଗଛକୁ ଏକ ଉଚିତ୍ ଦିଗରେ ବେଲଗଛ ଲଗାଇବା ଫଳରେ ଶୁଭଫଳ ପ୍ରଦାନ ହୋଇଥାଏ । ଆପଣ ବେଳଗଛକୁ ଉତ୍ତର ପଶ୍ଚିମ ଦିଗରେ ଲଗାଇ ପାରିବେ । ଆପଣ ଏହିପରି କରିବା ଫଳରେ ଆପଣଙ୍କ ମାନ ସମ୍ମାନ ବଢିବ । ଯଦି ଆପଣ ବେଲଗଛକୁ ଘରର ମଧ୍ୟ ଭାଗରେ ଲଗାନ୍ତି, ତେବେ ଆପଣଙ୍କ ଜୀବନର ପ୍ରତିଟି ସମସ୍ୟା ଦୂର ହୋଇଥାଏ ଏବଂ ଜୀବନରେ ଆସିବା ପାଇଁ ଥିବା ସମସ୍ୟା ମଧ୍ୟ ଦୂର ହୋଇ ଯାଇଥାଏ । ସବୁଠୁ ଭଲ ଏହା ହେବ, ଆପଣ ବେଲଗଛକୁ ନିଜ ଘରର ମଧ୍ୟଭାଗରେ ଲଗାନ୍ତୁ ।