ସ୍ୱପ୍ନରେ ଯଦି ଏହି ଆଠଟି ଜିନିଷ ଦେଖନ୍ତି; ତେବେ ଜୀବନରୁ ସବୁ ସମସ୍ୟା ଦୂର ହୋଇ ଯାଇଥାଏ ।

Spread the love

ଯଦି ସ୍ୱପ୍ନରେ ଏହି ଜିନିଷ ଦେଖନ୍ତି; ତେବେ ଜାଣି ରଖନ୍ତୁ ଜୀବନରୁ ସମସ୍ତ ସମସ୍ୟା ଦୂର ହୋଇଯିବ ।

ଆମ୍ଭମାନଙ୍କୁ ଯେଉଁ ସବୁ ସ୍ୱପ୍ନରେ ଦେଖା ଯାଇଥାଏ, ସେହି ସ୍ୱପ୍ନ ପଛରେ କିଛି ନା କିଛି ରହସ୍ୟ ରହିଥାଏ । ସ୍ୱପ୍ନ ଶାସ୍ତ୍ର ଅନୁସାରେ, ମନୁଷ୍ୟକୁ ଦେଖା ଯାଉଥିବା ଜିନିଷ ଗୁଡିକ, ମନୁଷ୍ୟର ବିଗତ ଜନ୍ମର ରହସ୍ୟ ବିଷୟରେ କିଛି ସୂଚନା ଦେଇଥାଏ କିମ୍ବା ଭବିଷ୍ୟତରେ ଘଟିବା ପାଇଁ ଥିବା କୌଣସି ସଂକେତ ବିଷୟରେ ସୂଚନା ଦେଇଥାଏ ।ଏଥିପାଇଁ ଆପଣ ନିଜର ସ୍ୱପ୍ନକୁ ଅଣଦେଖା କରନ୍ତୁ ନାହିଁ । ଯଦି ଆପଣଙ୍କୁ ସ୍ୱପ୍ନରେ ତଳେ ଦିଆ ଯାଇଥିବା ଜିନିଷ ଗୁଡିକ ବାରମ୍ବାର ଦେଖାଯାଏ; ତେବେ ଜାଣି ରଖନ୍ତୁ ଆପଣଙ୍କ ଜୀବନରେ କିଛି ଶୁଭ ହୋଇପାରେ ।

ଯଦି ସ୍ୱପ୍ନରେ ଏହି ଜିନିଷ ଦେଖା ଗଲେ ଆପଣଙ୍କ ଭାଗ୍ୟ ଚମକି ଉଠିବ ।

ସୂର୍ଯ୍ୟୋଦୟ ଦେଖିବା :

ସ୍ୱପ୍ନ ଶାସ୍ତ୍ର ଅନୁସାରେ, ସ୍ୱପ୍ନରେ ସୂର୍ଯ୍ୟୋଦୟ କିମ୍ବା ସୂର୍ଯ୍ୟୋଦୟ ପୂର୍ବ ସମୟ ଦେଖିବା କିମ୍ବା ମଧ୍ୟ ରାତ୍ର ସମୟ ଦେଖିବା, ବହୁତ ଶୁଭ ହୋଇଥାଏ । ଯଦି କୌଣସି ବ୍ୟକ୍ତିଙ୍କୁ ଏହି ସବୁ ଜିନିଷ ଦେଖାଯାଏ; ତେବେ ଜାଣି ରଖିବା ଉଚିତ୍, ସେହି ବ୍ୟକ୍ତିର ଜୀବନରୁ ଅତିଶୀଘ୍ର ଦୁଃଖ ଦୂର ହୋଇଯିବ ଏବଂ ଖୁସିର ମୁହୂର୍ତ୍ତ ଆସିବ । ଯଦି ସ୍ୱପ୍ନରେ ଖରା କିମ୍ବା ମଧ୍ୟାହ୍ନ ସମୟ ଦେଖାଯାଏ, ତାହା ଶୁଭ ହୋଇ ନ ଥାଏ ।

ଆଇସକ୍ରିମ ଦେଖାଯିବା :

ଯଦି ସ୍ୱପ୍ନରେ ଆଇସକ୍ରିମ କିମ୍ବା କୌଣସି ଥଣ୍ଡା ଜିନିଷ ଖାଇବାର ଦେଖନ୍ତି; ତେବେ ଏହାର ଅର୍ଥ ହେଉଛି ଆପଣଙ୍କ ଜୀବନରେ ଶାନ୍ତି ଆସିପାରେ ଏବଂ ଜୀବନର ପ୍ରତିଟି ସମସ୍ୟା ଦୂର ହୋଇଯିବ ।

ଅଖରୋଟ (Walnut) ଦେଖିବା :

ସ୍ୱପ୍ନରେ ଅଖରୋଟ ଦେଖିବା ମଧ୍ୟ ଶୁଭ ହୋଇଥାଏ । ଯଦି ସ୍ୱପ୍ନରେ ଆପଣ ଅଖରୋଟ ଖାଉଛନ୍ତି; ତେବେ ଜୀବନରେ ଆପଣଙ୍କୁ ଧନ ମିଳିପାରିବ କିମ୍ବା ଭବିଷ୍ୟତରେ ଆପଣ ଜମି କିଣି ପାରନ୍ତି ।

ଜୁଆଣି ଦେଖିବା :

ଜୁଆଣି ସ୍ୱାସ୍ଥ୍ୟ ପ୍ରତି ହିତକାରକ ଅଟେ ଏବଂ ଏହାକୁ ଯଦି ଆପଣ ନିଜ ସ୍ୱପ୍ନରେ ଦେଖନ୍ତି; ତେବେ ଜାଣିରଖନ୍ତୁ ଭବିଷ୍ୟତରେ ଆପଣଙ୍କ ସ୍ୱାସ୍ଥ୍ୟ ଭଲ ରହିବ । ଯଦି କୌଣସି ରୋଗ ଆପଣଙ୍କୁ ହୋଇଛି; ତେବେ ଖୁବ୍ ଶୀଘ୍ର ସେଥିରୁ ମୁକ୍ତି ମିଳିଯିବା ।

ଫୁଲ ଦେଖିବା :

ସ୍ୱପ୍ନରେ ଫୁଲ ଦେଖିବା ଶୁଭ ବୋଲି କୁହାଯାଇଥାଏ । ଫୁଲ ଅପେକ୍ଷା ହାତୀ, ହଂସ ଏବଂ ଗାଈ ଦେଖିବା ଅର୍ଥ ଏହା ଜୀବନରେ ଆସୁଥିବା ଶୁଭ ସଂକେତ ଅଟେ । ଯଦି ବାରମ୍ବାର ଆପଣ ସ୍ୱପ୍ନରେ ହଂସ ଦେଖନ୍ତି; ତେବେ ଭବିଷ୍ୟତରେ ଆପଣଙ୍କ ଜୀବନରେ ପ୍ରେମ ଆସିପାରେ ।

କୌଣସି ବ୍ୟକ୍ତିର ମୃତ୍ୟୁ ଦେଖିବା :

ସ୍ୱପ୍ନ ଶାସ୍ତ୍ର ଅନୁସାରେ କୌଣସି ବ୍ୟକ୍ତିର ମୃତ୍ୟୁ, ଆପଣ ସ୍ୱପ୍ନରେ ଦେଖନ୍ତି; ତେବେ ବାସ୍ତବରେ ସେହି ବ୍ୟକ୍ତିଙ୍କ ଜୀବନରୁ କୌଣସି ବିପଦ ଟଳି ଯାଇପରେ ଏବଂ ସେହି ବ୍ୟକ୍ତିଙ୍କ ଆୟୁ ବଢି ଯାଇପାରେ ।

ପୂଜାପାଠ କରୁଥିବାର ଦେଖିଲେ :

ସ୍ୱପ୍ନରେ ଯଦି ପୂଜାପାଠ କରୁଥିବାର ଦେଖିଲେ, ତେବେ ଜାଣି ରଖନ୍ତୁ; ଆପଣଙ୍କୁ ଆର୍ଥିକ ଲାଭ ହୋଇପାରେ ଏବଂ ଆପଣ ଜୀବନରେ ସଫଳତା ଅର୍ଜନ କରିପାରନ୍ତି ।ଏହି ପ୍ରକାରରେ ଯଦି ଆପଣ ସ୍ୱପ୍ନରେ ମନ୍ଦିର କିମ୍ବା ଭଗବାନଙ୍କ ମୂର୍ତ୍ତି ଦେଖନ୍ତି; ତେବେ ଜୀବନରେ ଆପଣଙ୍କୁ ଲାଭ ହୋଇପାରେ ।

କୌଣସି ଧଳା ଜିନିଷ ଦେଖିବା :

ସ୍ୱପ୍ନରେ ଧଳା ଜିନିଷ ଦେଖିବା ମଧ୍ୟ ଶୁଭ ହୋଇଥାଏ । ଯଦି କୌଣସି ଧଳା ଜିନିଷକୁ ସ୍ୱପ୍ନରେ ଦେଖନ୍ତି; ତେବେ ମାନ୍ୟତା ରହିଛି ଆପଣଙ୍କ ଜୀବନରୁ କୌଣସି ବଡ଼ ସମସ୍ୟା ଦୁରେଇ ଯାଇପରେ ଏବଂ ଏହା ଦ୍ୱାରା ଆପଣଙ୍କ ଜୀବନରେ ଶାନ୍ତି ଫେରି ଆସି ପାରେ ।