ଯଦି ଘରେ ଏହି ଚାରୋଟି ସଂକେତ ଦେଖାଯାଏ, ତେବେ ଭାବି ନିଅନ୍ତୁ ଯେ ମାଆ ଲଷ୍ମୀ ଆପଣଙ୍କ ଘର ଛାଡି ଛାଡି ଚାଲି ଯାଇପାରନ୍ତି ।

Spread the love

ଜୀବନ ସୁଖ ଓ ଦୁଃଖର ମିଶ୍ରଣ ଅଟେ । ଯଦି ଏହି ଦୁଇ ମଧ୍ୟରୁ ଗୋଟିକ ଉଭେଇ ଯାଏ, ତେବେ ଜୀବନ ରଙ୍ଗହୀନ ହୋଇଯାଏ । ଦୁଃଖର ଦିନରେ ମଣିଷ ସୁଖର ଅପେକ୍ଷା କରିଥାଏ କିନ୍ତୁ ସୁଖରେ ଦିନରେ ମଣିଷ ଦୁଃଖର ଅପେକ୍ଷା କରିନଥାଏ କିନ୍ତୁ ଗ୍ରହର ଚାଳନା ଅନୁସାରେ ମଣିଷକୁ ଏହି ଦୁଇଟି ବିଷୟକୁ ଅତିବାହିତ କରିବାକୁ ପଡିଥାଏ । ସୁଖ ଏବଂ ଦୁଃଖ ଜୀବନର ଦୁଇଟି ଆକୃତି ଅଟେ । ଏମାନଙ୍କ ବିନା ଜୀବନର କଳ୍ପନା କରିହୁଏ ନାହିଁ । କିନ୍ତୁ ଜୀବନର କୋୖଣସି କ୍ଷେତ୍ରରେ ନିରାଶ ଏବଂ ହତାଶ ହେବା ଉଚିତ୍ ନୁହେଁ ହେବ । ଚାଲନ୍ତୁ ଜାଣିବା ଆଜି ଆମ ଲେଖାରେ ଆପଣଙ୍କ ପାଇଁ କଣ ବିଶେଷ ରହିଛି ?

ସମସ୍ତଙ୍କୁ ଭଲରେ ଜୀବନ ଅତିବାହିତ କରିବାକୁ ପାଇଁ ଆଜିକାଲି ଧନର ଆବଶ୍ୟକତା ଥାଏ ଏବଂ ଏହାର ଆବଶ୍ୟକତା ପୂରଣ କରିବା ପାଇଁ ମାତା ଲଷ୍ମୀ, ଆପଣଙ୍କ ଉପରେ ପ୍ରସନ୍ନ ହେବା ଦରକାର । ମାତା ଲଷ୍ମୀ ଯେବେ ଆପଣଙ୍କ ଉପରେ କ୍ରୋଧିତ ହୁଅନ୍ତି; ତେବେ ଆପଣଙ୍କ ଘରେ ଦୁଃଖର ପାହାଡ଼ ଭାଙ୍ଗି ପଡେ, ଆପଣ ଗୋଟେ ଗୋଟେ ପଇସା ପାଇଁ ପାଗଳ ହୋଇଯାଆନ୍ତି । ଏପରି ସ୍ଥଳେ ଯଦି ଆପଣଙ୍କୁ ପ୍ରଥମରୁ ଜଣା ପଡିଯାଏ ସେହି ସଂକେତ ବିଷୟରେ, କେଉଁଥିପାଇଁ ମାତା ଲଷ୍ମୀ କ୍ରୋଧିତ ହୁଅନ୍ତି, ତେବେ ଆପଣ ମାତାଙ୍କୁ ପ୍ରସନ୍ନ କରିବା ପାଇଁ ନିଶ୍ଚୟ ଚେଷ୍ଟା କରିବେ । ତାହା କେଉଁ ସଂକେତ ଯାହା ଦେଖାଯିବ ମାତ୍ରେ ମାତା ଲଷ୍ମୀ ଆପଣଙ୍କ ଘରୁ ଚାଲିଯିବେ ।

ଅନ୍ନର ଅପମାନ :

ଶାସ୍ତ୍ରର ଅନୁସାରେ ଯେଉଁଘରେ ଅନ୍ନର ଅପମାନ ହୁଏ, ସେହି ଘରେ ମାତା ଲଷ୍ମୀ ବାସ କରନ୍ତି ନାହିଁ । ଯଦି ଆପଣଙ୍କ ଘରେ ଅନ୍ନର ଅପମାନ ହେବା ଆରମ୍ଭ ହୋଇ ସାରିଛି, ତେବେ ଆପଣ ବୁଝିଯାଆନ୍ତୁ ଯେ ମାତା ଲଷ୍ମୀ ଆପଣଙ୍କ ଘର ଛାଡି ଯିବା ପାଇଁ ପ୍ରସ୍ତୁତ ହେଲେଣି । ଏପରି ସ୍ଥଳେ ଆପଣଙ୍କ ଘରେ ଅନ୍ନର ଅପମାନ କରିବା ବନ୍ଦ କରି ଦେବାକୁ ହେବ ଏବଂ ମାତା ଲଷ୍ମୀଙ୍କୁ ପ୍ରସନ୍ନ କରିବା ପାଇଁ ତାଙ୍କର ପୂଜା ଅର୍ଚ୍ଚନା ଆରମ୍ଭ କରିବାକୁ ହେବ ।

ବୟସ୍କ ମାନଙ୍କର ଅପମାନ :

ଶାସ୍ତ୍ରର ଅନୁସାରେ ଯେଉଁ ଘରେ ବୟସ୍କ ମାନଙ୍କର ଅପମାନ ହୁଏ, ସେହି ଘରେ ମାତା ଲଷ୍ମୀ କଦାପି ବାସ କରନ୍ତି ନାହିଁ, ଯଦି ଆପଣଙ୍କ ଘରେ ବୟସ୍କ ମାନଙ୍କର ଅପମାନ ହେଉଛି; ତେବେ ଆପଣ ଶୀଘ୍ର ଏହାକୁ ବନ୍ଦ କରି ଦେବାକୁ ହେବ ଏବଂ ମାତା ଲଷ୍ମୀଙ୍କୁ ପ୍ରସନ୍ନ କରିବା ପାଇଁ ବୟସ୍କ ମାନଙ୍କର ସେବା କରିବା ଆରମ୍ଭ କରିବା ଉଚିତ୍ । ଏହିପରି କରିବା ଦ୍ଵାରା ମାତା ଲଷ୍ମୀ ପୁନଶ୍ଚ ଆପଣଙ୍କ ଘରେ ବାସ କରିବେ । କାରଣ ମାତା ନିଜର ସନ୍ତାନ ମାନଙ୍କ ଉପରେ ବେଶୀ ସମୟ ପର୍ଯ୍ୟନ୍ତ କ୍ରୋଧିତ ରୁହନ୍ତି ନାହିଁ ।

ଘରେ ଗଣ୍ଡଗୋଳ ହେବା :

ଶାସ୍ତ୍ର ଅନୁସାରେ ଆପଣଙ୍କ ଘରେ ଯଦି ପ୍ରତିଦିନ ଗଣ୍ଡଗୋଳ ହୁଏ; ତେବେ ବୁଝିଯିବାକୁ ହେବ ଯେ ମାତା ଲଷ୍ମୀ ଅତିଶୀଘ୍ର ଆପଣଙ୍କ ଘର ଛାଡି ଚାଲି ଯାଇପାରନ୍ତି, କାରଣ ମାତା ଲଷ୍ମୀଙ୍କୁ ଶାନ୍ତି ବହୁତ ପସନ୍ଦ ଅଟେ । ସେଥିପାଇଁ ଆପଣଙ୍କୁ ନିଜ ଘରେ ପ୍ରେମରେ ଏବଂ ଭାଇଚାରା ସହ ରହିବାକୁ ହେବ । ତାହାହେଲେ ମାତା ଲଷ୍ମୀଙ୍କ କୃପା ଆପଣଙ୍କ ଘର ଉପରେ ରହିବ ।

ମିଥ୍ୟା କହିବା :

ଯଦି ଆପଣ ମିଥ୍ୟା କହୁଥିବେ ଏବଂ ଆପଣଙ୍କ ମିଥ୍ୟା ଦ୍ଵାରା ଅନ୍ୟମାନେ ଦୁଃଖ ପାଉଥିବେ; ତେବେ ଏହା ଆପଣଙ୍କ ପାଇଁ ଭଲ ସଂକେତ ନୁହେଁ । ବୋଧ ହୁଏ ଆପଣଙ୍କ ମିଥ୍ୟାକୁ ଯଦି କେହି ଧରି ନ ପାରନ୍ତି କିନ୍ତୁ ମାତା ଲଷ୍ମୀ ଆପଣଙ୍କ ମିଥ୍ୟାକୁ ଧରି ନିଅନ୍ତି । ଏଥିପାଇଁ ସେ ଆପଣଙ୍କ ଉପରେ କ୍ରୋଧିତ ହୋଇଯାନ୍ତି ଏବଂ ଆପଣଙ୍କ ଘର ସବୁଦିନ ପାଇଁ ଛାଡି ଚାଲିଯାଆନ୍ତି ।