ଯଦି ଘରେ ଗଙ୍ଗା ଜଳ ରଖିଛନ୍ତି; ତେବେ ଭୁଲରେ ମଧ୍ୟ ଏହି କଥାକୁ ଭୁଲନ୍ତୁ ନାହିଁ । ନଚେତ ଆପଣଙ୍କର ହାନି ହୋଇପାରେ ।

Spread the love

ହିନ୍ଦୁ ଧର୍ମରେ ଗଙ୍ଗଜଳର ମାନ୍ୟତା ଅଧିକ ଅଟେ । ପ୍ରତି ଘରେ ଗଙ୍ଗାଜଳ ଅବଶ୍ୟ ରହିଥାଏ । ଗଙ୍ଗାଜଳକୁ ପବିତ୍ର ବୋଲି ମାନିବା ସହ ପ୍ରତି ଶୁଭ କାର୍ଯ୍ୟର ପ୍ରାରମ୍ଭରେ ଗଙ୍ଗା ଜଳ ବ୍ୟବହାର କରାଯାଇ ଥାଏ । କୌଣସି ବସ୍ତୁକୁ କିମ୍ବା କୌଣସି ସ୍ଥାନକୁ ପବିତ୍ର କରିବା ନିମନ୍ତେ ଗଙ୍ଗାଜଳର ବ୍ୟବହାର କରାଯାଇ ଥାଏ । ଜନ୍ମ କିମ୍ବା ମୃତ୍ୟୁ ସମୟରେ ବ୍ୟବହାର କରାଯାଇ ଥାଏ । ଏହି ପବିତ୍ର ଜଳ ପ୍ରତି କ୍ଷେତ୍ରରେ ବ୍ୟବହାର କରାଯାଇ ଥାଏ । ଅଜାଣତରେ ମନୁଷ୍ୟ କିଛି ଏହିଭଳି ଭୁଲ୍ କରି ବସିଥାଏ, ଯାହା ଫଳରେ ମନୁଷ୍ୟକୁ ଅନେକ କ୍ଷତି ସହିବା ପାଇଁ ପଡିଥାଏ । ଆସନ୍ତୁ ଜାଣିବେ ଗଙ୍ଗାଜଳକୁ ନେଇ କେଉଁ କେଉଁ ସାବଧାନତା ଅବଲମ୍ବନ କରିବା ପାଇଁ ପଡିବ ।

ଗଙ୍ଗାଜଳକୁ ନେଇ ସାବଧାନତା :

– ଯଦି ଆପଣ ନିଜ ଘରେ ଗଙ୍ଗାଜଳ କୌଣସି ପ୍ଲାଷ୍ଟିକ ବୋତଲରେ ରଖିଛନ୍ତି; ତେବେ ତୁରନ୍ତ ଏହାକୁ କାଢି ନିଅନ୍ତୁ । ପ୍ଲାଷ୍ଟିକ ବୋତଲରେ ଗଙ୍ଗା ଜଳ ରଖିଲେ ଏହାକୁ ଅଶୁଭର ମାନ୍ୟତା ମିଳିଛି । ଏହି ପବିତ୍ର ଜଳକୁ ସର୍ବଦା ରୂପା କିମ୍ବା ତମ୍ବା ପାତ୍ରରେ ରଖିବା ଉଚିତ ।

– ଯଦି ଆପଣ ନିଜ ଘରେ ଗଙ୍ଗାଜଳ ରଖିଛନ୍ତି; ତେବେ ଏହି ପବିତ୍ର ଜଳକୁ ଏଣେତେଣେ ସ୍ଥାନରେ ନ ରଖି ଗଙ୍ଗାଜଳକୁ ପୂଜା ଘରେ ରଖି, ନିୟମିତ ରୂପେ ସେହି ସ୍ଥାନକୁ ସଫାସୁତରା ରଖନ୍ତୁ ।

– ଯେଉଁ ସ୍ଥାନରେ ଗଙ୍ଗା ଜଳ ରଖିଛନ୍ତି; ସେହି ସ୍ଥାନକୁ କଦାପି ମଦ ମାଂସ ପ୍ରବେଶ କରନ୍ତୁ ନାହିଁ । ଏହିପରି କରିବା ଦ୍ଵାରା ସ୍ଥାନଟି ଅପବିତ୍ର ହୋଇ ଯାଇଥାଏ ଏବଂ ଗଙ୍ଗାଜଳର କୌଣସି ମହତ୍ଵ ରହି ନ ଥାଏ ।

– ମାଛ ମାଂସର ସେବନ କରି, ଭୁଲରେ ମଧ୍ୟ ଏହି ପବିତ୍ର ଜଳକୁ ଛୁଇଁ ଦେଇଥାନ୍ତି; ତେବେ ତୁରନ୍ତ ଏହି ଜଳକୁ ପରିବର୍ତ୍ତନ କରି ଦିଅନ୍ତୁ । ସେହି ସ୍ଥାନରେ ନୂତନ ଜଳ ଭରି କାର୍ଯ୍ୟରେ ଲଗାନ୍ତୁ ।

ଏହି ଲେଖାରୁ ଆପଣ ଜାଣି ପାରୁଥିବେ ଗଙ୍ଗାଜଳର ମହତ୍ଵ କେତେ ପରିମାଣର ରହିଛି । ଏହି ଉପରୋକ୍ତ ଭୁଲ୍ ଗୁଡିକୁ ନ ଦୋହରାଇବା ପାଇଁ ଚେଷ୍ଟା କରନ୍ତୁ ।