ମସ୍ତିଷ୍କରେ ଟ୍ୟୁମର୍ ହୋଇଥିଲେ ଶରୀରରେ ଏହି ୭ଟି ପରିବର୍ତ୍ତନ ଦେଖାଯାଇଥାଏ ।

Spread the love

– ଶରୀରକୁ ବିଭିନ୍ନ ପ୍ରକାରରେ ମସ୍ତିସ୍କ ଟ୍ୟୁମର୍ ପ୍ରଭାବିତ କରିଥାଏ ।

– ଖପୁରୀରେ ଚାପ ସୃଷ୍ଟି କରିଥାଏ ।

– ଚିନ୍ତା କରିବା, ଶୁଣିବା, ଦେଖିବାରେ ବହୁତ କଷ୍ଟ ଅନୁଭୂତ ହୋଇଥାଏ ।

ପ୍ରାୟତଃ ଲୋକମାନଙ୍କ ଧାରଣା ଥାଏ, ମସ୍ତିସ୍କ ଟ୍ୟୁମର୍ କେବଳ ମସ୍ତିସ୍କକୁ ହିଁ ପ୍ରଭାବିତ କରିଥାଏ, କିନ୍ତୁ ବାସ୍ତବରେ ଏହା ହୋଇନଥାଏ । କହିବାକୁ ଗଲେ, ମସ୍ତିସ୍କ ହିଁ ପୁରା ଶରୀରକୁ ନିୟନ୍ତ୍ରିତ କରିଥାଏ । ଯେତେବେଳେ ମସ୍ତିଷ୍କରେ କୌଣସି ପ୍ରକାରର ଅସୁବିଧା ହୋଇଥାଏ, ତେବେ ତାହାର ପୁରା ପ୍ରଭାବ ମନୁଷ୍ୟ ଶରୀର ଉପରେ ପଡିଥାଏ । ହୋଇଥାଇ ପରେ, ମସ୍ତିସ୍କ ଟ୍ୟୁମର୍ ହେବାଫଳରେ ଶରୀର ଉପରେ ସିଧା ହାନିକାରକ ପ୍ରଭାବ ପଡ଼ିନଥାଏ କିନ୍ତୁ ଶରୀର କିଛି ମାତ୍ରାରେ ପ୍ରଭାବିତ ହୋଇଥାଏ । ମସ୍ତିସ୍କ ଟ୍ୟୁମର୍ ହେବାଫଳରେ ଶରୀରରେ କିଛି ପରିବର୍ତନ ଦେଖାଯାଇଥାଏ ।

ମୁଣ୍ଡ ବୁଲାଇବା ଭଳି ସମସ୍ୟା :

ସରୋଜ୍ ସୁପର୍ ସ୍ପେସିଆଲିଷ୍ଠ ଡାକ୍ତରଖାନାର ନିୟୁରୋଲାଜି ବିଭାଗର ଏଚ୍.ଓ.ଡ଼ି ତଥା ସିନିୟର୍ କଂସଲେଣ୍ଟ ଡାକ୍ତର ଜୟଦୀପ ବଂଶଲ୍ କହିଛନ୍ତି କି, ମସ୍ତିସ୍କରେ ଟ୍ୟୁମର୍; ଶରୀରରେ ଏହାର ପ୍ରଭାବ ମଧ୍ୟରେ ଗଭୀର ସମ୍ପର୍କ ରହିଛି । ଯେତେବେଳେ ବ୍ୟକ୍ତିକୁ ମସ୍ତିସ୍କ ଟ୍ୟୁମର୍ ହୋଇଥାଏ, ତେବେ ବ୍ୟକ୍ତିକୁ ମୁଣ୍ଡ ବୁଲାଇଥାଏ । କହିବାକୁ ଗଲେ ଯେତେବେଳେ କୌଣସି ବ୍ୟକ୍ତିଙ୍କୁ ମସ୍ତିସ୍କ ଟ୍ୟୁମର୍ ହୋଇଥାଏ; ଏହା ମସ୍ତିସ୍କର ସନ୍ତୁଳନ ବିଗାଡି ଦେଇଥାଏ । ଯାହାଫଳରେ ନିୟୁରାନ୍ସରେ ହଲଚଲ୍ ସୃଷ୍ଟି ହୋଇଥାଏ । ଟ୍ୟୁମର୍ ପରି ମୁଣ୍ଡ ବୁଲାଇବା ମଧ୍ୟ ବହୁତ ପ୍ରକାରର ହୋଇଥାଏ । ପୁରା ଶରୀରରେ କୌଣସି ଅଙ୍ଗରେ କିମ୍ବା ମାଂସପେଶୀରେ ଝଟକା ଲାଗିଥାଏ କିମ୍ବା ମୂର୍ଚ୍ଛା ମଧ୍ୟ ହୋଇପାରନ୍ତି ।

ହାତ ଗୋଡ କଲୁଆ ହୋଇଯିବା :

ମସ୍ତିସ୍କ ଟ୍ୟୁମର୍ ଫଳରେ ବ୍ୟକ୍ତିର ମୁହଁ କିମ୍ବା ଶରୀରର ବିଭିନ୍ନ ଅଂଶରେ ଜଡ ହୋଇଯାଇଥାଏ । ଯଦି ଟ୍ୟୁମର୍ ମସ୍ତିସ୍କରେ ହୋଇଥାଏ, ତେବେ ଏହା ମସ୍ତିସ୍କ ଷ୍ଟେମରେ ବିକଶିତ ହୋଇଥାଏ । ଷ୍ଟେମ ସେହି ସ୍ଥାନ ଅଟେ, ଯେଉଁଠି ମସ୍ତିସ୍କ ମେରୁଦଣ୍ଡ ସହ ମିଶିଥାଏ ଓ ଏହିଠାରେ ହିଁ ଟ୍ୟୁମର୍ ପୁରା ଶରୀରରେ ଜଡ ହେବା ପରି ଜଣାପଡିଥାଏ ।

ଟଳମଳ ହେବ :

ଯଦି ସେରିବେଲମ୍ ରେ ଟ୍ୟୁମର୍ ହୋଇଥାଏ, ତେବେ ବ୍ୟକ୍ତିକୁ କୋଆର୍ଡିନେସନ୍ ଅର୍ଥାତ ସାମନ୍ଵୟରେ କଷ୍ଟ ଅନୁଭୂତ ହୋଇଥାଏ । ସେରିବେଲମରେ ଟ୍ୟୁମର୍ ହୋଇଥିଲେ ବ୍ୟକ୍ତି ଟଳମଳ ଥାଏ । ଏହା ଫଳରେ ବ୍ୟକ୍ତି ଚାଲିବା ପାଇଁ ଅସୁବିଧା ହେବା ସହ ପ୍ରତିଦିନ କାର୍ଯ୍ୟ ଯେପରି ଖାଇବ ପିଇବାରେ କଷ୍ଟ ଅନୁଭୂତ ହୋଇଥାଏ । ଯଦି ଟ୍ୟୁମର୍ ମସ୍ତିସ୍କର ବେଶଲ୍ ଗ୍ଲୋନଗିଲୟାରେ ହୋଇଥାଏ, ତେବେ ଶରୀର ଅନିୟନ୍ତ୍ରିତ ହୋଇଥାଏ ।

ଦୃଷ୍ଟି ଜନିତ ସମସ୍ୟା :

ଟ୍ୟୁମର୍ ମସ୍ତିଷ୍କର ପଛ ଭାଗରେ ହୋଇଥିଲେ ମାନେ ପିଟୁୟୁଟରି ଗ୍ରନ୍ଥିର ପାଖାପାଖିରେ ହୋଇଥିଲେ; ଏହାର ସିଧା ପ୍ରଭାବ ଆଖି ଉପରେ ପଡିଥାଏ । ଆଖି ଉପରେ ପ୍ରଭାବ ପଡିଲେ ବ୍ୟକ୍ତିକୁ ଝାପ୍ସା ଦେଖାଯାଇ ଥାଏ କିମ୍ବା ବ୍ୟକ୍ତିକୁ ପ୍ରତ୍ୟକ ଜିନିଷ ଦୁଇଟି ଦେଖାଯାଇଥାଏ ।

ଶୁଣିବାରେ ଅସୁବିଧା ହୁଏ :

ଯେଉଁ ବ୍ୟକ୍ତିମାନଙ୍କର ମସ୍ତିଷ୍କରେ କପାଳ ତନ୍ତ୍ରିକାର ପାଖରେ ହୋଇଥାଏ, ତେବେ ସେହି ବ୍ୟକ୍ତି ଶୁଣିବା ଶକ୍ତି ହରାଇ ବସିଥାଏ । ଏହାସହ ବ୍ୟକ୍ତିଟିର ମୁହଁର ମାଂସପେଶୀ ଦୁର୍ବଳ ହେବା ସହ ବ୍ୟକ୍ତିକୁ ଭୋଜନ ଗିଳିବାରେ ଅସୁବିଧା ଅନୁଭୂତ ହୋଇଥାଏ ।

କୌଣସି କଥା ବୁଝିବା ପାଇଁ ଅସୁବିଧା ହୋଇଥାଏ :

ମସ୍ତିସ୍କ ଟ୍ୟୁମର୍ ବ୍ୟକ୍ତିର ବୁଝିବା କ୍ଷମତାକୁ ନଷ୍ଟ କରି ଦେଇଥାଏ । ମସ୍ତିସ୍କ ଟ୍ୟୁମର୍ ଫଳରେ ବ୍ୟକ୍ତି ନା କେବଳ କହିବାରେ ଅସୁବିଧା ଅନୁଭବ କରେ ବରଂ ଶବ୍ଦଗୁଡିକୁ ବୁଝିବା ମଧ୍ୟ କଷ୍ଟ ହୋଇପଡେ । ମସ୍ତିସ୍କର ସାମ୍ନା ପଟରେ ଟ୍ୟୁମର୍ ହୋଇଥିଲେ ଏହା ବ୍ୟକ୍ତିର ବୁଝିବା ଶକ୍ତିକୁ ପ୍ରଭାବିତ କରିଥାଏ ।

ଭୀଷଣ ମୁଣ୍ଡ ବ୍ୟଥା ହୋଇଥାଏ :

ଟ୍ୟୁମର୍ ମସ୍ତିସ୍କର କୌଣସି ସ୍ଥାନରେ ମଧ୍ୟ ହୋଇଥାଉ; ଏହା ମନୁଷ୍ୟର ଖପୁରୀରେ ପ୍ରଭାବ ପକାଇଥାଏ । ଯାହାଫଳରେ ବ୍ୟକ୍ତିକୁ ଭୀଷଣ ମୁଣ୍ଡ ବ୍ୟଥା ସହ ବାନ୍ତି ହେବା ପରି ସମସ୍ୟା ହୋଇଥାଏ । ଏହା ଫଳରେ ବ୍ୟକ୍ତି ଭିତରେ ସର୍ବଦା ଅଳସୁଆ ପଣ ଦେଖାଦେଇଥାଏ । ଏହାପରି ସ୍ଥିତିରେ ବ୍ୟକ୍ତି କୋମାକୁ ମଧ୍ୟ ଚାଲି ଯାଇଥାଏ ।