ଯଦି ପୋଲିସ ଗାଡିର ଚାଲାଣ କାଟି ଦିଏ, ତେବେ ସାଧାରଣ ସାଧାରଣ ଜନତାଙ୍କ ପାଖରେ ରହିଛି ଏହି ଅଧିକାର ।

Spread the love

ଯଦି ପୋଲିସ ଗାଡିକୁ ରଖି ଚାବି ବାହାର କରି ଦିଏ; ତେବେ ସାଧାରଣ ଜନତା ଏହି ପଦକ୍ଷେପ ଉଠାଇ ପାରିବ ।

ଯେଉଁ ବ୍ୟକ୍ତି ପାଖରେ କୌଣସି ବାହାନ ରହିଥାଏ; ତେବେ ପୋଲିସ ସେହି ବ୍ୟକ୍ତିକୁ ଦିନେ ନା ଦିନେ ରୋକିଥାଏ । ଏହି ପରିପ୍ରେକ୍ଷୀରେ ପୋଲିସ ଆପଣଙ୍କର ମଧ୍ୟ ଚାଲାଣ କାଟିଥିବ କିମ୍ବା ଆପଣ ଟଙ୍କା ଦେଇ ମୁକୁଳି ଯାଇଥିବେ । ପ୍ରାୟତଃ ଏହି ଚାଲାଣ ଟ୍ରାଫିକ ନିୟମ ଉଲଘଂନ କରିବା ଫଳରେ ଦେବା ପାଇଁ ପଡିଥାଏ, ସିଗ୍ନାଲ ଭାଙ୍ଗିବା, ହେଲମେଟ ନ ପିନ୍ଧିବା କିମ୍ବା ଗାଡିର ଜରୁରୀ କାଗଜପତ୍ର ନ ରଖିବା କାରଣରୁ ଆପଣଙ୍କୁ ଚାଲାଣ ଭରିବା ପାଇଁ ପଡିଥାଏ । ଯେତେବେଳେ ଆପଣଙ୍କ ଚାଲାଣ କଟାଯାଏ, ତେବେ ଆପଣଙ୍କୁ ଟଙ୍କା ଦେବା ପାଇଁ ପଡିଥାଏ । ଏହା ଘଟିବା ପୂର୍ବରୁ ଆପଣଙ୍କ ପାଖରେ ଚାଲାଣ, ପୋଲିସ ଏବଂ ଆପଣଙ୍କ ଅଧିକାର ସମ୍ବନ୍ଧରେ ମହତ୍ୱପୂର୍ଣ କଥା ଜାଣି ରଖିବା ଉଚିତ୍ ।

ଭିନ୍ନ ଭିନ୍ନ ପ୍ରକାରର ଚାଲାଣ :

ଅନ୍ ଦା ସ୍ପଟ୍ ଚାଲାଣ :

ଏହି ଚାଲାଣର ଜୁରିମାନ ସ୍ୱରୂପ ଆପଣ ସେହି ସମୟରେ ପୋଲିସକୁ ଟଙ୍କା ଦେଇ କରି ପାରିବେ । ଚାଲାଣ କାଟୁଥିବା ପୋଲିସ ଆପଣଙ୍କୁ ଏହାର ପ୍ରତିବଦଳରେ ଏକ ରସିଦ ଦେବେ ।

ନୋଟିସ ଚାଲାଣ :

ଏହି ଚାଲାଣ ସିଧା ଆପଣଙ୍କ ଘରକୁ ଆସିଥାଏ । ଏହାକୁ ପୋଲିସ ସେହି ସମୟରେ ପଠାଇଥାଏ; ଯେତେବେଳେ କୌଣସି ବାହାନ ସେ ରୋକିବା ସମୟରେ ରହି ନ ଥାଏ । ସେହି ସମୟରେ ଗାଡିର ରେଜିଷ୍ଟ୍ରେସନ ନମ୍ବର ସହାୟତାରେ ଏହି ରସିଦ ଆପଣଙ୍କ ଘରକୁ ପଠାଯାଇ ଥାଏ ।

କୋର୍ଟ ଚାଲାଣ :

ଏହି ଚାଲାଣର ଜୁରିମାନ ସ୍ୱରୂପ ଆପଣଙ୍କୁ କୋର୍ଟ ଯାଇ କରିବା ପାଇଁ ପଡିଥାଏ । ଏହାକୁ ପୋଲିସ ଦେଇଥାଏ ।

କେଉଁ ମାନଙ୍କର ଚାଲାଣ କଟାଯାଇଥାଏ ?

ଏହି ଚାଲାଣ ଗୁଡିକ ପୋଲିସ ଦ୍ୱାରା ବାହାନ ଆକ୍ଟର ଧାରା ୧୩୦ ଅନ୍ତର୍ଗତରେ କଟାଯାଇଥାଏ । ଏହାକୁ ସେହି ସମୟରେ କଟାଯାଇଥାଏ; ଯେତେବେଳେ ବାହାନର ମାଲିକ ପୋଲିସ ଦ୍ୱାରା ମଗା ଯାଇଥିବା କାଗଜପତ୍ର ଯେପରି ଲାଇସେନ୍ସ, ବୀମା, ରେଜିଷ୍ଟ୍ରେସନ ନମ୍ବର ପରମିଟ ଏବଂ ପ୍ରଦୂଷଣ ସମ୍ବନ୍ଧୀୟ କାଗଜପତ୍ର ଇତ୍ୟାଦି ଦେଖାଇବା ପାଇଁ ସମର୍ଥ ହୋଇ ନ ଥାଏ ।

କିଏ ଚାଲାଣ କାଟିଥାଏ :

ପୋଲିସ ବାହାନ ଆକ୍ଟ ୧୩୨ ଅନୁସାରେ ଚାଲାଣ କେବଳ ସବ ଇଂସିପେକ୍ଟର ରେଙ୍କ କିମ୍ବା ତାଙ୍କର ଉପର ଅଧିକାରୀ ହିଁ କାଟି ପାରିବେ । ଏହି ପଦ ଗୁଡିକ ତଳ କର୍ମଚାରୀ ଯେପରି କନେଷ୍ଟବଳ କିମ୍ବା ହେଡ କନେଷ୍ଟବଳକୁ ଚାଲାଣ କାଟିବା ଅଧିକାର ନାହିଁ । ଅନ୍ୟ ଗୋଟିଏ କଥା ପ୍ରତି ଧ୍ୟାନ ରଖିବା ଉଚିତ୍ ଯେ, ଗାଡିର ପରମିଟ ମାଗିବା ଅଧିକାର କେବଳ RTO କିମ୍ବା ଟ୍ରାଫିକ ପୋଲିସଙ୍କୁ ହିଁ ମିଳିଛି । ଥାନାର ପୋଲିସ ଆପଣଙ୍କୁ ଗାଡିର ପରମିଟ ମାଗି ପାରିବେ ନାହିଁ ।

ଚାଲାଣ କାଟିବା ସମୟରେ ସାଧାରଣ ବ୍ୟକ୍ତିଙ୍କ ଅଧିକାର :

ଚାଲାଣ କାଟିବା ସ୍ଥିତିରେ ସାଧାରଣ ଜନତାଙ୍କ ପାଖରେ ମଧ୍ୟ କିଛି ଅଧିକାର ରହିଛି; ଯାହା ଆପଣଙ୍କୁ ଜାଣିବା ନିହାତି ଯରୁରୀ ଅଟେ । ଯଦି କୌଣସି ପୋଲିସ ଆପଣଙ୍କ ଭୁଲ ଚାଲାଣ କାଟୁଛି, ଆପଣ ମାମଲା ଲିଖିତ ରୂପରେ ପୋଲିସ ଅଧିକ୍ଷକଙ୍କୁ ଦେଇପାରିବେ । ପ୍ରାୟତଃ ପୋଲିସ ଗାଡି ଅଟକାଇ ଆପଣଙ୍କ ଗାଡିର ଚାବି ବାହାର କରିଦିଅନ୍ତି । କହିବା ପାଇଁ ଚାହୁଁଛୁ; ଗାଡି ଅଟକାଇ ଚାବି ବାହାର କରିବା ଅଧିକାର ପୋଲିସର ନାହିଁ । ଯଦି କୌଣସି ପୋଲିସ ଆପଣଙ୍କ ସହ ଖରାପ ବ୍ୟବହାର କରନ୍ତି; ତେବେ ଆପଣ ସେହି ପୋଲିସ ବିରୁଦ୍ଧରେ ଲିଖିତ ମାମଲା ରଜ୍ଜୁ କରାଇ ପାରିବେ । ପ୍ରଥମେ ଆପଣ ବିନମ୍ରତା ସହ ପୋଲିସକୁ ଏହି ନିୟମ ଗୁଡିକ ବିଷୟରେ ଜଣାନ୍ତୁ । ଯଦି ସେମାନେ ଆପଣଙ୍କ କଥା ନ ଶୁଣନ୍ତି; ତେବେ ଆପଣ ଲିଖିତ ରୂପେ ବଡ଼ ଅଧିକାରୀଙ୍କୁ ଜଣାନ୍ତୁ । ଆପଣ ଏହାର ଭିଡ଼ିଓ କିମ୍ବା ଅଡିଓ ରେକର୍ଡ଼ ମଧ୍ୟ କରିପାରିବେ । ଏହିଭଳି ଆପଣ ବଡ଼ ଅଧିକାରୀଙ୍କ ପାଖରେ ନିଜର କଥା ଜଣାଇ ପାରିବେ ।

ଲେଖାଟି ପସନ୍ଦ ଆସିଥିଲେ ସେୟାର ନିଶ୍ଚିନ୍ତ କରି ଅନ୍ୟ ମାନଙ୍କୁ ପଢିବା ପାଇଁ ସୁଯୋଗ ଦିଅନ୍ତୁ । ଆମ ପେଜକୁ ଲାଇକ କରିବା ପାଇଁ ଭୁଲନ୍ତୁ ନାହିଁ ।