ଘରେ ଯଦି ଜଳାଇବେ ଏହି ତେଲ ଦୀପ ତେବେ କଦାପି ମଶା ଆଖପାଖ ମାଡିବେ ନାହିଁ ।

Spread the love

ଯଦି ଆପଣ ମଶାଙ୍କୁ ନେଇ ଚିନ୍ତାରେ ରହୁଛନ୍ତି; ତେବେ ଆପଣ ଏହି ଉପାୟଟି ଆପଣାନ୍ତୁ କିଛି ସମୟ ମଧ୍ୟରେ ମଶାମାନେ ପାଖ ମାଡିବେ ନାହିଁ ।

ଗରମରେ ଥଣ୍ଡା ଥଣ୍ଡା ପବନରେ ଶୋଇବା ପାଇଁ ସମସ୍ତଙ୍କୁ ଭଲ ଲାଗିଥାଏ । ଅତୀତରେ ଲୋକେ ଗ୍ରୀଷ୍ମ ଦିନ ଆସିବା ପରେ ଛାତ ଉପରେ ବିଛଣା ଲଗାଇ ଶୋଇ ଯାଉଥିଲେ । କିନ୍ତୁ ବର୍ତ୍ତମାନ ଖୋଲା ଆକାଶ ତଳେ ଶୋଇବା ଯେପରି ସପ୍ନ ହୋଇ ଗଲାଣି, ଯାହାର କାରଣ ଅଟେ ମଶା । ମଶାମାନଙ୍କ ପ୍ରକୋପ ଏତେ ପରିମାଣରେ ବଢି ଯାଇଛି ଯେ, ଲୋକମାନେ ଶାନ୍ତିରେ ଟିକେ ଶୋଇପାରୁ ନାହାନ୍ତି । ବଜାରରେ ଅନେକ ପ୍ରକାରର ଔଷଧ ଓ କଏଲ୍ ମିଳୁଛି କିନ୍ତୁ ଏହି ଔଷଧ ଏବଂ କଏଲ୍ ଗୁଡିକ କୌଣସି କାର୍ଯ୍ୟ କରୁନାହିଁ । କଏଲ୍ ଗୁଡିକର ଧୂଆଁ ସ୍ୱାସ୍ଥ୍ୟ ପାଇଁ ହାନିକାରକ ଅଟେ ।

କଏଲ୍ ଗୁଡିକର ଧୂଆଁ ମଶାଙ୍କୁ କେତେ ପରିମାଣରେ ଦୁରେଇ ଥାଏ; ତାହା ତ ଜଣା ନାହିଁ କିନ୍ତୁ କଏଲର ଧୂଆଁ ଫଳରେ ଆପଣଙ୍କ ସ୍ଵାସ୍ଥ୍ୟ ଖରାପ ହେବା ସୁନିଶ୍ଚିନ୍ତ । ଏହା ଫଳରେ ବର୍ତ୍ତମାନ ପର୍ଯ୍ୟନ୍ତ ୫୬ ଦେଶରେ ମଶା ଲାଗି ବ୍ୟବହାର କରାଯାଉଥିବା କଏଲ୍ ବ୍ୟାନ୍ କରାଯାଇଛି । ଆପଣ ବର୍ତ୍ତମାନ ଚିନ୍ତା କରୁଥିବେ ଏପରି କେଉଁ ଜିନିଷ ଅଛି ଯାହାର ସାହାଯ୍ୟରେ ମଶାମାନଙ୍କୁ ଦୁରେଇ ପାରିବ କିନ୍ତୁ ତାହାର ବ୍ୟବହାର ଫଳରେ ସ୍ୱାସ୍ଥ୍ୟ ମଧ୍ୟ ଖରାପ ହେବ ନାହିଁ ।

ଏଥିପାଇଁ ଆପଣଙ୍କ ରୋଷେଇ ଘରୁ ତେଜପତ୍ର ଆଣିବା ପାଇଁ ପଡିବ । ତେଜପତ୍ର ମସ୍ତିସ୍କ ପାଇଁ ଭଲ ଅଟେ । ୨ କିମ୍ବା ୩ଟି ତେଜପତ୍ରକୁ ଗୋଟିଏ ପାତ୍ରରେ ନିମ୍ବ ତେଲ ଓ ସେଥିରେ ଗୋଟିଏ ଚାମଚ କର୍ପୂର ମିଶାଇ ଦିଅନ୍ତୁ । ଏହାପରେ ତେଜପତ୍ରକୁ ଜଳାଇ ଦିଅନ୍ତୁ । ଏହାପରେ ଯେତେବେଳେ ତେଜପତ୍ର ଜଳିବାରେ ଲାଗିବ ଧୂଆଁ ବାହାରିବା କ୍ଷଣି ୧୦ ରୁ ୧୫ ସେକେଣ୍ଡ ମଧ୍ୟରେ ମଶାମାନେ ଦୁରେଇ ଯିବେ । ରୁମର ସବୁ ମଶା କିଛି ସମୟ ମଧ୍ୟରେ ବାହାରକୁ ଚାଲିଯିବେ ।

ରାତି ସାରା ମଶାଙ୍କୁ ଦୁରେଇବା ପାଇଁ ଆପଣଙ୍କ ନିଜ ରୁମରେ ଏକ ଦୀପରେ କର୍ପୂର ନିମ୍ବ ତେଲରେ ମିଶାଇ ଜଳାନ୍ତୁ । ଦୀପ ଜଳିବା ଫଳରେ ମଶାମାନେ ଦୁରେଇ ଯିବେ । ଏହା ସହ ଆପଣଙ୍କ ସ୍ୱାସ୍ଥ୍ୟ ଉପରେ କୌଣସି ଖରାପ ପ୍ରଭାବ ପଡିବ ନାହିଁ । ଦୀପକୁ ନିଜ ଶୋଇବା ଘରେ ଜଳାନ୍ତୁ ଓ ଶାନ୍ତିରେ ରାତିରେ ଶୁଅନ୍ତୁ ।

ଆଶା କରୁଛୁ ଅନୁଛେଦଟି ପସନ୍ଦ ଆସିବ । ନିଜ ବନ୍ଧୁ ଓ ପରିବାର ବର୍ଗଙ୍କ ମଧ୍ୟରେ ଶେୟାର କରନ୍ତୁ । ନିଜ ମତାମତ Comment ଜରିଆରେ ପ୍ରଦାନ କରନ୍ତୁ । ଧନ୍ୟବାଦ !