ଶ୍ରଦ୍ଧା କପୂରଙ୍କ ଖୁଲାସା, ‘ବାହୁବଲୀ’ର ପ୍ରଭାସ ବିବାହ ପାଇଁ ପ୍ରପୋଜ ଯଦି କରିବେ, ତେବେ ଏହା ହେବ ଉତ୍ତର….

Spread the love

ଶ୍ରଦ୍ଧା କପୂର ଭାରତର ଅନେକଗୁଡିଏ ଯୁବକଙ୍କ ପସନ୍ଦର ଅଭିନେତ୍ରୀ ଅଟନ୍ତି । ତାଙ୍କର ସୁନ୍ଦରତା ଏବଂ ଅଭିନୟ ଉଭୟ ହିଁ ଉତ୍ତମ ହୋଇଥାଏ । ବର୍ତ୍ତମାନ ଶ୍ରଦ୍ଧା କପୂର ‘ଶାହୋ’ ଚଳଚ୍ଚିତ୍ରର ସୁଟିଂରେ ବ୍ୟସ୍ତ ଅଛନ୍ତି । ଏହି ଚଳଚ୍ଚିତ୍ରର ପୋଷ୍ଟର ଆସିସାରିଛି ଏବଂ ଲୋକଙ୍କୁ ମଧ୍ୟ ପୋଷ୍ଟର ବହୁତ ପସନ୍ଦ ଆସୁଅଛି । ଚଳଚ୍ଚିତ୍ରରେ ଶ୍ରଦ୍ଧାଙ୍କ ବ୍ୟତୀତ ସାଉଥର ପ୍ରସିଦ୍ଧ ଅଭିନେତା ପ୍ରଭାସ (ବାହୁବଳୀ ଫେମ) ମଧ୍ୟ ତାଙ୍କ ସାଥିରେ ନଜର ଆସିବେ । କିଛି ଦିନ ପୂର୍ବରୁ ଶ୍ରଦ୍ଧା କପୂର ଗୋଟିଏ ଇଣ୍ଟରଭ୍ୟୁ ଦେଇଥିଲେ । ଏହି ଇଣ୍ଟରଭ୍ୟୁରେ ତାଙ୍କୁ ଭିନ୍ନ ଭିନ୍ନ ପ୍ରକାରର ପ୍ରଶ୍ନ ପଚରା ଯାଇଥିଲା, ଯେଉଁଥିର କି ସେ ବହୁତ ମଜା ମଜା ଉତ୍ତର ମଧ୍ୟ ଦେଇଥିଲେ ।

ପ୍ରଭାସ ବିବାହ ପାଇଁ ପ୍ରସ୍ତାବ ରଖିଲେ କଣ ହେବ ତାଙ୍କ ଉତ୍ତର ?

ଇଣ୍ଟରଭ୍ୟୁ ନେଉଥିବା ବ୍ୟକ୍ତି ଶ୍ରଦ୍ଧାଙ୍କୁ ପଚାରିଲେ ଯେ, ଯଦି ପ୍ରଭାସ ଆପଣଙ୍କୁ ବିବାହ ପାଇଁ ପ୍ରପୋଜ କରିବେ; ତେବେ ଆପଣଙ୍କ ଉତ୍ତର କଣ ହେବ ? ଏମିତିରେ ଶ୍ରଦ୍ଧା କିଛି ଏପରି ଭାବରେ ଉତ୍ତର ଦେଲେ ଯେ, ଦର୍ଶକଙ୍କୁ ତାଙ୍କର ଏକ ଅନ୍ୟ ରୂପ ଦେଖିବାକୁ ମିଳିଲା । ଶ୍ରଦ୍ଧା କହିଲେ ଯଦି ଏପରି ହେଉଛି; ତେବେ ପ୍ରଭାସଙ୍କୁ ଗୋଟିଏ ସର୍ତ୍ତରେ ହିଁ କହିବି ! ସର୍ତ୍ତଟି ହେଲା ସେ ପ୍ରତିଦିନ ମୋ ପାଇଁ ଅସୀମିତ ଭାବରେ ଖାଦ୍ୟ ନେଇ ଆସିବେ । ଶ୍ରଦ୍ଧା ଏହା ମଧ୍ୟ ଖୁଲାସା କଲେ ଯେ, ‘ଶାହୋ’ର ସୁଟିଂ ସମୟରେ ପ୍ରଭାସ ସ୍ୱାଦିଷ୍ଟ ଖାଦ୍ୟ ନେଇ ଆସୁଥିଲେ । ଏହିପରି ଭାବରେ ଶ୍ରଦ୍ଧାଙ୍କୁ ଖାଦ୍ୟ ପ୍ରତି ପ୍ରେମ ଭାବ ରହିଥିବାର ଦେଖାଯାଇଛି ।

ଶ୍ରଦ୍ଧା ପ୍ରଭାସଙ୍କ ବିଷୟରେ ଆହୁରି ମଧ୍ୟ ଅନେକ ଖୁଲାସା କରିଥିଲେ । ସେ କହିଲେ ଯେ, ପ୍ରଭାସଙ୍କ “ସେନ୍ସ ଅଫ ହ୍ୟୁମର” ବହୁତ ଭଲ ଅଟେ । ଏହା ବ୍ୟତୀତ ସେ ବହୁତ ପ୍ରତିଭାବାନ ମଧ୍ୟ ଅଟନ୍ତି । ଶ୍ରଦ୍ଧା କହିଲେ ଯେ, ଯେବେ ମଧ୍ୟ କେହି ଝିଅ ପ୍ରଭାସଙ୍କୁ ଦେଖା କରନ୍ତି; ତେବେ ସେ ତାଙ୍କୁ ନିଜର ବୟ ଫ୍ରେଣ୍ଡ ବା ସ୍ୱାମୀ କରିବାକୁ ଚାହଁନ୍ତି । ସେ ଝିଅମାନଙ୍କ ମଧ୍ୟରେ ବହୁତ ଲୋକପ୍ରିୟ ଅଟନ୍ତି ।

ଶାହରୁଖ, ପ୍ରିୟଙ୍କା ଏବଂ ବରୁଣଙ୍କ ବିଷୟରେ କହିଲେ ଏହି କଥା :

ଏହି ଇଣ୍ଟରଭ୍ୟୁରେ ଶ୍ରଦ୍ଧାଙ୍କୁ ପଚରାଗଲା ଯେ, ଯଦି ଆପଣଙ୍କୁ ବଲିଉଡ଼ର କିଙ୍ଗ ଶାହରୁଖ ଖାନଙ୍କ ସହିତ କୌଣସି ଚଳଚ୍ଚିତ୍ରରେ ଅଭିନୟ କରିବାକୁ ଅବସର ମିଳେ; ତେବେ ଆପଣଙ୍କ ପ୍ରତିକ୍ରିୟା କଣ ହେବ ? ଏମିତିରେ ଶ୍ରଦ୍ଧା ଶାହରୁଖ ଖାନଙ୍କ ଶୈଳୀରେ ହିଁ ନିଜର ଦୁଇଟି ହାତ ଖୋଲି ଦେଲେ ଏବଂ କହିଲେ ‘‘Bring it on’.

ଏହା ପରେ ଶ୍ରଦ୍ଧାଙ୍କୁ ପ୍ରଭାସ, ପ୍ରିୟଙ୍କା ଚୋପଡ଼ା ଏବଂ ବରୁଣ ଧବନଙ୍କ ପାଇଁ ଟେଗଲାଇନ ଦେବା ପାଇଁ କୁହାଗଲା । ଏମିତିରେ ଶ୍ରଦ୍ଧା କହିଲେ ଯେ : ପ୍ରଭାସ – ଏମାନଙ୍କ ଠାରୁ ଆଉ ଚତୁର ମିଳିବେ ନାହିଁ । ବରୁଣ ଧବନ – ତାଙ୍କ ଠାରେ ମଜା ଏବଂ ମସ୍ତି ରହିଛି । ପ୍ରିୟଙ୍କା – ଦୁନିଆରେ ରାଜ କିଏ କରନ୍ତି ? ପ୍ରିୟଙ୍କା ଚୋପ୍ରା ।

ଆପଣମାନଙ୍କୁ ପ୍ରଭାସ ଏବଂ ଶ୍ରଦ୍ଧାଙ୍କ ଯୋଡ଼ିଟି କିପରି ଲାଗିଲା ? ଆମକୁ ନିଶ୍ଚିତ ଭାବରେ ଜଣେଇବେ । ଆପଣମାନଙ୍କ ସୂଚନା ପାଇଁ ଜଣାଇ ଦେଉଛୁ ଯେ, “ଶାହୋ” ଚଳଚ୍ଚିତ୍ରଟି ୩୦ ଅଗଷ୍ଟ ୨୦୧୯କୁ ରିଲିଜ ହେବାକୁ ଯାଉଅଛି । ଏହି ଚଳଚ୍ଚିତ୍ରରେ ଶ୍ରଦ୍ଧା କପୂର, ବାହୁବଳୀ ଫେମ ପ୍ରଭାସଙ୍କ ଅତିରିକ୍ତ ନୀଳ ନିତିନ ମୁକେଶ, ଜେକି ଶ୍ରଫ, ଚଙ୍କି ପାଣ୍ଡେ, ମନ୍ଦିରା ବେଦୀ ଏବଂ ମହେଶ ମାନଜରେକରଙ୍କ ପରି କଳାକାର ମାନେ ମଧ୍ୟ ଅଛନ୍ତି । ଚଳଚ୍ଚିତ୍ରର ପୋଷ୍ଟରକୁ ଲୋକମାନେ ବହୁତ ପସନ୍ଦ କରୁଛନ୍ତି । ‘ଶାହୋ’ ଚଳଚ୍ଚିତ୍ର ଏକ ସମ୍ପୂର୍ଣ୍ଣ ଏକ୍ସନ ଚଳଚ୍ଚିତ୍ର ଅଟେ । ଏହାକୁ ତିଆରି କରିବା ପାଇଁ ୩୦୦ କୋଟି ଟଙ୍କା ଖର୍ଚ୍ଚ କରାଯାଇଛି । ଏହି ଚଳଚ୍ଚିତ୍ରକୁ ସୁଜିତ ନିର୍ଦ୍ଦେଶନା ପ୍ରଦାନ କରିଛନ୍ତି । ଚଳଚ୍ଚିତ୍ରରେ ଗୋଟିଏ ଏକୁଟିଆ ମଣିଷ ହତିଆର ବିନା ଗୋଟିଏ ଭୟଙ୍କର ଦଳର ସାମ୍ନା କରିବ । ଏହି ଚଳଚ୍ଚିତ୍ରଟି ପ୍ରକୃତରେ ବହୁତ ଭଲ ସାବ୍ୟସ୍ତ ହେବ ବୋଲି ଆଶା ରହିଛି । ବର୍ତ୍ତମାନ ଦେଖିବା ଏହା ଯେ, ଦର୍ଶକମାନଙ୍କୁ ଏହି ଚଳଚ୍ଚିତ୍ରଟି କିପରି ଲାଗବ ।