ଚାଣକ୍ୟ ନୀତି: କାଉ ଠାରୁ ୫ଟି ଏବଂ ଗଞ୍ଜା ଠାରୁ ୪ଟି ଅଭ୍ୟାସକୁ ଶିଖି ନିଅନ୍ତୁ । ଜୀବନରେ ଦୁଃଖ କଷ୍ଟ ଆସିବା ନାହିଁ ।

Spread the love

ଚାଣକ୍ୟଙ୍କ ପୁସ୍ତକ ଚାଣକ୍ୟ ନୀତିଶ୍ଳୋକରେ ସଫଳତା ପାଇବା ପାଇଁ କିଛି ମନ୍ତ୍ର ବିଷୟରେ କୁହାଯାଇଛି । ଏହି ଶ୍ଳୋକ ଗୁଡିକରେ କାଉ ଏବଂ ଗଞ୍ଜାର କେତେକ ଭଲ ଅଭ୍ୟାସ ବିଷୟରେ କୁହାଯାଇଛି, ଯାହାକୁ ବ୍ୟକ୍ତି ଆପଣାଇବା ଦ୍ଵାରା ଦୁଃଖ କଷ୍ଟ ସମୂଳେ ଦୂର ହୋଇଯାଇଥାଏ ।

ଆଚାର୍ଯ୍ୟ ଚାଣକ୍ୟ ପାଟଳିପୁତ୍ର, (ବର୍ତ୍ତମାନ ପାଟଣା ନାମରେ ପରିଚିତ)ର ମହାନ ବିଜ୍ଞ ପଣ୍ଡିତ ଥିଲେ । ଚାଣକ୍ୟ ନିଜର ନ୍ୟାୟପ୍ରିୟ ଆଚରଣ ପାଇଁ ସୁପରିଚିତ । ଏତେ ବଡ଼ ରାଜ୍ୟର ମନ୍ତ୍ରୀ ଥାଇ ମଧ୍ୟ ଗୋଟିଏ ସାଧାରଣ କୁଡ଼ିଆରେ ସେ ରହୁଥିଲେ । ତାଙ୍କରି ଜୀବନ ବହୁତ ସରଳ ଥିଲା । ଚାଣକ୍ୟ ନିଜ ଜୀବନରେ ମିଳିଥିବା ସମସ୍ତ ଅନୁଭବକୁ ଚାଣକ୍ୟ ନୀତିଶ୍ଳୋକରେ ସ୍ଥାନ ଦେଇଛନ୍ତି । ଚାଣକ୍ୟ ନୀତିଶ୍ଳୋକରେ ଏପରି କିଛି ନୀତି ବିଷୟରେ ଉଲ୍ଲେଖ ରହିଛି, ଯାହାକୁ ଜଣେ ବ୍ୟକ୍ତି ଠିକ ରୁପରେ ପାଳନ କଲେ ଜୀବନରେ ସଫଳତା ପାଇବାରେ କେହି ଅଟକାଇ ପାରିବେ ନାହିଁ । ସଫଳତା ନିଶ୍ଚିତ ତାଙ୍କର ପାଦ ଛୁଇଁବ । ଯଦି ବ୍ୟକ୍ତି ଏହି କଥାକୁ ନିଜ ଜୀବନରେ ପାଳନ କରିବ, ତେବେ କେବେ ମଧ୍ୟ ଜୀବନରେ ନତମସ୍ତକ (ହାରିବା) ହେବାକୁ ପଡିବ ନାହିଁ । ଚାଣକ୍ୟ ନୀତିର, ପ୍ରଥମ ଅଧ୍ୟାୟର ଚତୁର୍ଥ ଶ୍ଳୋକରେ ସଫଳତାର ସମସ୍ତ ମାର୍ଗ ବିଷୟରେ ସୂଚାଇ ଦିଆଯାଇଛି । ଏହି ନୀତିରେ ଚାଣକ୍ୟ ସେହି ବ୍ୟକ୍ତିଙ୍କ ବିଷୟରେ କହିଛନ୍ତି, ଯେଉଁମାନେ ଆମର ସଫଳତାରେ ପ୍ରତିବନ୍ଧକ ହୁଅନ୍ତି । ସେଥିପାଇଁ ଚାଣକ୍ୟ କହିଛନ୍ତି, ଯଦି ଜୀବନରେ ସଫଳତା ଚାହାଁନ୍ତି; ତାହା ହେଲେ ଏହି ଲୋକମାନଙ୍କ ଠାରୁ ଦୂରେଇ ରହିବାକୁ ପଡ଼ିବ । ଏହିପରି ବ୍ୟକ୍ତି ଆପଣଙ୍କ ‘ବ୍ୟବସାୟ ଓ କର୍ମ ସ୍ଥାନକୁ ଛାଡି ଆଉ ସବୁ ସ୍ଥାନରେ ପାଇବେ । ଆଚାର୍ଯ୍ୟଙ୍କ ଦ୍ୱାରା କୁହାଯାଇଥିବା କଥା ଆଜିର ସମୟ ଓ ପରିସ୍ଥିତିରେ ସତରେ ପରିଣତ ହୋଇଛି । ଚାଣକ୍ୟ ନୀତିଶ୍ଳୋକର ୬ଷ୍ଠ ଅଧ୍ୟାୟର ୧୮ ଏବଂ ୧୯ ଶ୍ଲୋକରେ ସଫଳତା ପାଇବାର କିଛି ନିୟମ ବିଷୟରେ କୁହାଯାଇଛି । ଏହି ଶ୍ଲୋକରେ କାଉ ଏବଂ ଗଞ୍ଜାର ଭଲ ଅଭ୍ୟାସ ବିଷୟରେ କୁହାଯାଇଛି; ଯାହାକୁ ବ୍ୟକ୍ତି ନିଜ ଜୀବନରେ ପାଳନ କଲେ, ସଫଳତା ପାଇବା ପାଇଁ କେହି ରଖିପାରିବେ ନାହିଁ । ଏହି ଉପାୟଗୁଡିକ ଆପଣାଇବା ଫଳରେ ଆପଣ କର୍ମକ୍ଷେତ୍ର, ବ୍ୟବସାୟ ଏବଂ ଜୀବନରେ ସଫଳତା ପାଇପାରିବେ ।

ଶ୍ଳୋକ :

ପ୍ରତ୍ୟୁତ୍ଥାନଂ ଚ ଯୁଦ୍ଧଂ ଚ ସଂବିଭାଗଂ ଚ ଵନ୍ଧୁଷୁ ।

ସ୍ଵୟମାକ୍ରମ୍ୟ ଭକ୍ତଂ ଚ ଶିକ୍ଷେଚ୍ଚତ୍ବାରି କୁକ୍କୁଟାତ୍ ।।

ଗୁଢ଼ମୈଥୁନଚାରିତ୍ବଂ କାଳେ ଚ ସଢ୍-ଗ୍ରହମ୍ ।

ଅପ୍ରମତ୍ତମବିଶ୍ବାସଂ ପଞ୍ଚ ଶିକ୍ଷେଚ୍ଚ।ବାୟସାତ୍ ।।

ଗଞ୍ଜା ଠାରୁ ଏହି ୪ଟି ଅଭ୍ୟାସ ଶିଖିବା ଦରକାର :

ଚାଣକ୍ୟଙ୍କ କହିବା ଅନୁସାରେ, ବ୍ୟକ୍ତିକୁ ଜୀବନରେ ଗଞ୍ଜା ଠାରୁ ଏହି ୪ଟି ଅଭ୍ୟାସ ଶିଖି; ନିଜ ଜୀବନରେ ଆପଣାଇବା ଉଚିତ୍ । ଯଦି ବ୍ୟକ୍ତି ଏହି ୪ଟି ଅଭ୍ୟାସ ଆପଣାଇ ନିଏ, ତେବେ ତାକୁ ଜୀବନରେ କଦାପି ଦୁଃଖୀ ହେବାକୁ ପଡିବ ନାହଁ । କେଉଁ ୪ଟି ଅଭ୍ୟାସ ଗଞ୍ଜା ଠାରୁ ମନୁଷ୍ୟ ଶିଖିବା ଦରକାର ଆସନ୍ତୁ ଜାଣିବେ ।

୧. ଠିକ ସମୟରେ ବିଛଣା ତ୍ୟାଗ କରିବା ।

୨. ଯୁଦ୍ଧ ପାଇଁ ପ୍ରସ୍ତୁତ ରହିବା ।

୩. ପରିବାର, ବନ୍ଧୁମାନଙ୍କୁ ସେମାନଙ୍କ ଭାଗ ଓ ଅଧିକାର ଦେବା ।

୪. ନିଜ ପରିଶ୍ରମରୁ ଉପାର୍ଜନ କରିବା ।

କାଉ ଠାରୁ ଏହି ୫ଟି ଅଭ୍ୟାସ ଶିଖିବା :

ଚାଣକ୍ୟ ନୀତିରେ କାଉର ୫ଟି ଅଭ୍ୟାସ ବିଷୟରେ କୁହାଯାଇଛି । କାଉର ଏହି ୫ଟି ଅଭ୍ୟାସକୁ ଜୀବନରେ ଆପଣାଇବା ଫଳରେ ବ୍ୟକ୍ତି ଜୀବନରେ ସଫଳ ହୋଇଥାଏ ।ବ୍ୟକ୍ତିକୁ କେହି ମଧ୍ୟ ହଇରାଣ କରିପାରିବେ ନାହିଁ । ଯେଉଁମାନେ କାଉର ଏହି ଅଭ୍ୟାସଗୁଡିକ ଆପଣାଇ ଥାଆନ୍ତି; ଜୀବନରେ ସଫଳତା ପାଇବାରେ ସେମାନଙ୍କୁ କେହି ଅଟକାଇ ପାରନ୍ତି ନାହିଁ । ଆସନ୍ତୁ ଜାଣିବେ, ସେହି ୫ଟି ଅଭ୍ୟାସ :

୧. ଲୁକ୍କାୟିତ ଭାବରେ ମୈଥୁନ କରିବା ।

୨. ଯେକୌଣସି ପରିସ୍ଥିତିରେ ମଧ୍ୟ ଧୌର୍ଯ୍ୟ ନ ହାରିବା ।

୩. ସମୟରେ ସଞ୍ଚୟ କରନ୍ତୁ ମାନେ ଆବଶ୍ୟକ ଜିନିଷ ଘରେ ମହଜୁଦ ରଖନ୍ତୁ ।

୪. ସର୍ବଦା ସାବଧାନତା ରୁହନ୍ତୁ ।

୫. କୌଣସି ବ୍ୟକ୍ତି ଉପରେ ବିଶ୍ୱାସ କରନ୍ତୁ ନାହିଁ ।

ଆଶା କରୁଚୁ ଆପଣଙ୍କୁ ଆମର ଏହି ଲେଖାଟି ଆପଣଙ୍କୁ ପସନ୍ଦ ଆସିଥିବ । ପସନ୍ଦ ଆସିଲେ ଗୋଟିଏ ଲାଇକ କରନ୍ତୁ ଓ ନିଜ ବନ୍ଧୁ, ପରିବାର ବର୍ଗଙ୍କ ମଧ୍ୟରେ Share କରନ୍ତୁ । ଚାଣକ୍ୟଙ୍କ ଏହିପରି ନୀତି, ଦିନଚର୍ଯ୍ୟାମ, ବଲିଉଡ, ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ସୂଚନା ପାଇଁ ଆମକୁ Follow କରନ୍ତୁ । ଧନ୍ୟବାଦ !