ଯାନବାହାନ ଚାଳକଙ୍କ ନିମନ୍ତେ ଆସନ୍ତାକାଲି ଠାରୁ ଲାଗୁ ହେବ ତିନୋଟି ନିୟମ, ଉଲ୍ଲଙ୍ଘନ କଲେ 25000/- ଜୁରିମାନା ସହ…..

Spread the love

ସଡକ ସୁରକ୍ଷା ଜୀବନ ରକ୍ଷା । ଏହାକୁ ସମସ୍ତେ ପଢ଼ନ୍ତି କିନ୍ତୁ କେହି ମଧ୍ୟ କାର୍ଯ୍ୟ ରେ ଲାଗନ୍ତି ନାହିଁ । ଯାହାର ପରିମାଣ ସ୍ୱରୂପ ପ୍ରତିଦିନ ଦୁର୍ଘଟଣାମାନ ଘଟି ଥାଏ । ତା’ସଙ୍ଗେ ସଙ୍ଗେ ଜୀବନ ମଧ୍ୟ ହନୀ ହୋଇଥାଏ । ଏସବୁକୁ ଦୃଷ୍ଟିରେ ରଖି ସରକାର ଯାନବାହନ ମାଲିକ ଏବଂ ଚାଳକଙ୍କ ପାଇଁ ତିନୋଟି ନୂଆ ନିୟମ ପ୍ରଣୟନ କରିଛନ୍ତି । ଏହି ନିୟମକୁ ଉଲ୍ଲଂଘନ କଲେ ୨୫୦୦୦/- ଜୁରୀମାନା ସହ ଆଇନ ଅନୁଯାୟୀ ଦଣ୍ଡ ବିଧାନ ମଧ୍ୟ ରହିଛି । ଆସନ୍ତୁ ଜାଣିବା ସେହି ତିନୋଟି ନିୟମ :

୧) ଯଦି ଆପଣଙ୍କ ଗାଡିକୁ ୧୮ ବର୍ଷରୁ କମ ବୟସ୍କ କେହି ଚଳାନ୍ତି ଏହା ଆଇନ ବିରୋଧୀ ଅଟେ । ଟ୍ରାଫିକ ପୋଲିସଙ୍କ ହାତରେ ଧର ପଢେ ତେବେ ଗାଡି ମାଲିକଙ୍କୁ ୨୫୦୦୦/- ଟଙ୍କା ଜୁରୀମାନା ଦେବାକୁ ହେବ ।

୨) ଯଦି ଆପଣ ନୂଆ ବାଇକ କିଣୁଛନ୍ତି ସେହି ବାଇକ ନିମନ୍ତେ ୫ବର୍ଷର insurance କରିବା ଅନିର୍ବାର୍ଯ୍ୟ ଅଟେ । ଯଦି ଆପଣ କାର କିଣୁଛନ୍ତି ତେବେ ୨ବର୍ଷର insurance କରିବା ଅନିର୍ବାର୍ଯ୍ୟ ଅଟେ ।

୩) ଯଦି ବାଇକରେ ଯିବା ସମୟରେ ଆପଣ ଫୋନରେ କଥା ହୋଇ ଯାଉଛନ୍ତି, କିମ୍ଭା ମଦ୍ୟପାନ କରି ଗାଡି ଚଳୁଛନ୍ତି, ତେବେ ଏହା ଆଇନ ବିରୁଦ୍ଧ ଆଟେ । ଏହିପରି କରିବା ଦ୍ୱାରା ମାଲିକଙ୍କୁ ଜୁରୀମାନା ଦେବାକୁ ହେବ ଏବଂ ଗୋଟିଏ ବର୍ଷ ପାଇଁ ଡ୍ରାଇଭିଙ୍ଗ ଲାଇସେନ୍ସ ରଦ୍ଧ କରାଯିବ ।