ଯଦି କୌଣସି ବ୍ୟକ୍ତି ବିଷ ଖାଇ ଦେଇଥାଏ; ତେବେ ତୁରନ୍ତ ଏହି କାମଟିକୁ କରନ୍ତୁ । ବଞ୍ଚି ଯିବ ଜୀବନ ।

Spread the love

ଏହି ଦୁନିଆରେ ପ୍ରତି ବ୍ୟକ୍ତିଙ୍କ ଜୀବନରେ ସମସ୍ୟା ରହିଛି । ତେଣୁ ଏହାର ନାମ ହେଉଛି ଦୁନିଆ । ଅନେକ ଲୋକ ଜୀବନରେ ହାରିଯାଇ ନିଜକୁ ଆତ୍ମହତ୍ୟାର ରାସ୍ତାକୁ ଠେଲି ଦିଅନ୍ତି । ଯାହା ଜୀବନର ସବୁଠାରୁ ବଡ ଭୁଲ ଅଟେ । ଆଜିର ଯୁବ ମଣ୍ଡଳୀରେ ଆତ୍ମହତ୍ୟାର ଘଟଣା ଅନେକ ଶୁଣିବା ପାଇଁ ମିଳୁଛି । ଯେପରି କୌଣସି ବିଦ୍ୟାର୍ଥୀ ପାଠ ପଢ଼ାର ଚାପରେ ହେଉ କିମ୍ବା ପ୍ରେମରେ ବିଫଳତା କାରଣରୁ ଅନେକ ଯୁବକ ଯୁବତୀ ଆତ୍ମହତ୍ୟା ଉଦ୍ଧେଶ୍ୟରେ ବିଷ ଖାଇ ଥିବାର ଖବର ଆପଣ ମାନେ ଶୁଣିଥିବେ ।

ବିଷ ଖାଇ ଜୀବନର ଅନ୍ତ କରିବା କୌଣସି ସମାଧାନର ପନ୍ଥା ନୁହେଁ । କାରଣ ଚିନ୍ତାଶୀଳ ବ୍ୟକ୍ତି କଦାପି ନିଜର ଜୀବନର କଷ୍ଠରେ ହାରି ନ ଯାଇ, ଜୀବନର ସାମ୍ନା କରିବା ପାଇଁ ପଛାଇ ନ ଥାଏ । କିନ୍ତୁ କିଛି ଦୁର୍ବଳ ଚିନ୍ତା ଧାରାର ବ୍ୟକ୍ତି ଜୀବନରେ ହାରିଯାଇ ବିଷ ଖାଇ ଆତ୍ମହତ୍ୟା କରିବା ପାଇଁ ଚେଷ୍ଟା କରି ବସନ୍ତି । ସେହି ବ୍ୟକ୍ତିକୁ ବେଳେବେଳେ ଡାକ୍ତରଖାନା ଯିବା ପାଇଁ ଲମ୍ବା ରାସ୍ତା ଅତିକ୍ରମ କରିବା ପାଇଁ ପଡିଥାଏ । ଯାହାଫଳରେ ବ୍ୟକ୍ତିର ରାସ୍ତାରେ ହିଁ ଜୀବନ ଚାଲି ଯାଇଥାଏ । ଯଦି ଆପଣ ଘରେ ହିଁ କିଛି ପ୍ରାଥମିକ ଚିକିତ୍ସା କରି ପାରିବେ; ତେବେ ବ୍ୟକ୍ତି ଡାକ୍ତରଖାନା ପହଂଚିବା ପର୍ଯ୍ୟନ୍ତ ବଞ୍ଚି ପାରିବ ।ଆ ସନ୍ତୁ ଜାଣିବେ ଉପାୟ କଣ :

ବିଷ ଖାଇଥିବା ବ୍ୟକ୍ତିକୁ ତୁରନ୍ତ ଏହି ଘରୋଇ ଉପଚାର କରନ୍ତୁ :

1. ଯଦି କୌଣସି ବ୍ୟକ୍ତି ବିଷ ଖାଇ ଦେଇଥାଏ; ତେବେ ତାର ବାନ୍ତି କରାଇବା ଜରୁରୀ ଅଟେ । ଯାହାଫଳରେ ବ୍ୟକ୍ତିର ପେଟରେ ଥିବା ବିଷ ବାନ୍ତି ମାଧ୍ୟମରେ ବାହାରକୁ ଚାଲି ଆସିବ । ଏଥିପାଇଁ ଆପଣଙ୍କୁ କିଛି ସୋରିଷକୁ ଭଲ ରୂପେ ବାଟି ପାଣିରେ ଭଲ ରୂପେ ମିଶାଇବା ପାଇଁ ପଡିବ ଏବଂ ପରେ ସେହି ପାଣିକୁ ବିଷ ପିଇ ଥିବା ବ୍ୟକ୍ତିକୁ ପିଆଇବା ପାଇଁ ପଡ଼ିବ । ପାଞ୍ଚ ମିନିଟ ପରେ ବ୍ୟକ୍ତି ବାନ୍ତି କରିଦେବ ଏବଂ ପେଟରେ ଥିବା ବିଷ ବାନ୍ତି ମାଧ୍ୟମରେ ବାହାରକୁ ଚାଲି ଆସିବ ।

2. ବାନ୍ତି କରାଇବାର ଅନ୍ୟ ଏକ ଉପାୟ ହେଉଛି ଦୁଇ ଗ୍ଲାସ ପାଣିରେ ଏକ ମୁଠା ଲୁଣ ମିଶାନ୍ତୁ ଏବଂ ସେହି ଲୁଣ ପାଣିକୁ ବ୍ୟକ୍ତିକୁ ପିଆଇ ଦିଅନ୍ତୁ । ଅଧିକ ଲୁଣ ପାଣି ପିଇବା ଦ୍ୱାରା ବ୍ୟକ୍ତି ବାନ୍ତି କରିଦେବ । ଯାହା ଫଳରେ ପେଟରେ ଥିବା ବିଷ ବାନ୍ତି ମାଧ୍ୟମରେ ବାହାରକୁ ଚାଲି ଆସିବ ଏବଂ ବ୍ୟକ୍ତିର ଜୀବନ ବଞ୍ଚାଇବା ପାଇଁ ଆପଣଙ୍କୁ ଅଧିକ ସମୟ ମିଳିଯିବ ।

ସମସ୍ତଙ୍କ ପାଇଁ ଲେଖାଟି ଦରକାର । ତେଣୁ ଶେୟର କରି ସମସ୍ତଙ୍କୁ ଜାଣନ୍ତୁ । କିଏ କହିପାରେ ଆପଣଙ୍କ ଛୋଟିଆ ପ୍ରୟାସ କାହାର ଜୀବନ ବଞ୍ଚାଇ ଦେଇପାରେ । ନିଜର ମତାମତକୁ ତଳ ବକ୍ସରେ ଦିଅନ୍ତୁ ।