ଭାରତୀୟ କ୍ରିକେଟ ଦଳର ଏହି ବଳିଷ୍ଠ ଖେଳାଳିକୁ ଆଇରଲେଣ୍ଡ ନଗରିକତା ଗ୍ରହଣ କରିବା ପାଇଁ ପ୍ରସ୍ତାବ ମିଳିଲା । କହିଲେ….

Spread the love

ଭାରତୀୟ କ୍ରିକେଟ ଦଳର ଏହି ବଳିଷ୍ଠ ଖେଳାଳିକୁ ଆଇରଲେଣ୍ଡ ନଗରିକତା ଗ୍ରହଣ କରିବା ପାଇଁ ପ୍ରସ୍ତାବ ମିଳିଲା । କହିଲେ- ଆମେ ଆପଣଙ୍କୁ ପସନ୍ଦ କରୁଛୁ ।

ଏହି ଖେଳାଳିଙ୍କୁ ବିଶ୍ୱକପରେ ବାରମ୍ବାର ଅଣଦେଖା କରାଯାଉଥିଲା ।

ଆଜିର ସମୟରେ କିଛି ବି ଘଟିବା ବା ହେବା ଅସମ୍ଭବ ନୁହେଁ ଏବଂ ଅନେକ ଦେଶ ଭାରତର ଲୋକପ୍ରିୟ ବ୍ୟକ୍ତିଙ୍କୁ ନିଜ ଦେଶର ନଗରିକତା ଦେବା ପାଇଁ ପ୍ରସ୍ତାବ ଦେଉଛନ୍ତି । ତଳ ଦିନେ ଅକ୍ଷୟ କୁମାରଙ୍କୁ କାନ୍ନାଡ଼ାର ନଗରିକତା ଗ୍ରହଣ କରିବା ପାଇଁ ପ୍ରସ୍ତାବ ମିଳିଥିଲା କିନ୍ତୁ ଅକ୍ଷୟ କୁମାର ଏମିତି କହି ମନା କଲେ ଯେ, “ମୁଁ ମୋ ଦେଶର ନଗରିକତା ହୋଇ ବହୁତ ଖୁସିରେ ଅଛି ଏବଂ ଆପଣଙ୍କ ଏହି ପ୍ରସ୍ତାବକୁ ମୁଁ ବହୁତ ସମ୍ମାନ କରୁଛି ।” ଅକ୍ଷୟଙ୍କ ଏହି ନିଷ୍ପତ୍ତିରେ ସମର୍ଥକ ଖୁସି ହୋଇଗଲା । କାରଣ ଅକ୍ଷୟଙ୍କୁ ତାଙ୍କ ସମର୍ଥକମାନେ ଭାରତର ଗର୍ବ ବୋଲି ମାନୁଛନ୍ତି । ବର୍ତ୍ତମାନ ଏମିତି ହି କିଛି କ୍ରିକେଟ ଖେଳାଳିଙ୍କ ସହିତ ହୋଇଛି । ଭାରତୀୟ କ୍ରିକେଟ ଦଳର ଏହି ବଳିଷ୍ଠ ଖେଳାଳୀଙ୍କୁ ଆଇରଲେଣ୍ଡର ନଗରିକତା ଗ୍ରହଣ କରିବାର ପ୍ରସ୍ତାବ ମିଳିଛି । ଆସନ୍ତୁ ଜାଣିବା କିଏ ସେ ଖେଳାଳି ?

ଆଇରଲେଣ୍ଡର ନଗରିକତା ଗ୍ରହଣ କରିବାର ପ୍ରସ୍ତାବ ଏହି ବଳିଷ୍ଠ ଖେଳାଳିଙ୍କୁ ମିଳିଲା :

ବିଶ୍ୱକପ କ୍ରିକେଟରେ ଅମ୍ବାତି ରାଇଡୁଙ୍କ ସ୍ଥାନରେ ବିଜୟ ଶଙ୍କରକୁ ମନୋନୀତ କରାଯାଇଥିଲା । ଏହାପରେ ରାଇଡୁଙ୍କ ସମର୍ଥକମାନେ ଜୋରଦାର ବିଭ୍ରାଟ କରିଥିଲେ । ସେତେବେଳେ ଚୟନ କର୍ତ୍ତାମାନେ ବିଜୟ ଶଙ୍କରକୁ ୩D ଖେଳାଳି କହି ଦଳରେ ଅନ୍ତର୍ଭୁକ୍ତ କରିଥିଲେ କିନ୍ତୁ ଏବେ ବିଜୟ ଶଙ୍କର ମଧ୍ୟ ଆଘାତ ହୋଇ ବିଶ୍ୱକପରୁ ବାହାରି ଯାଇଛନ୍ତି । ଶଙ୍କରଙ୍କ ବାହାରିବା ପରେ ମଧ୍ୟ ଆଶା ଥିଲା ଯେ, ଅମ୍ବାତି ରାଇଡୁକୁ ଇଂଲଣ୍ଡକୁ ଡକା ଯିବ । କିନ୍ତୁ କ୍ରିକେଟ ପ୍ରେମୀମାନଙ୍କର ଏହି ଆଶା ଭାଙ୍ଗି ଗଲା । କାରଣ ଏମିତି କିଛି ହେଲା ନାହିଁ । ଏହି ସମୟରେ ଗୋଟିଏ ଦେଶ ରାଇଡୁଙ୍କୁ ନିଜ ଦେଶର ନଗରିକତା ଗ୍ରହଣ କରି ତାଙ୍କ ଦେଶ ପାଇଁ କ୍ରିକେଟ ଖେଳିବାକୁ ପ୍ରସ୍ତାବ ଦେଇଛନ୍ତି । ଏହି ନଗରିକତା ପ୍ରସ୍ତାବ ଆଇରଲେଣ୍ଡ କ୍ରିକେଟ ବୋର୍ଡ ପକ୍ଷରୁ ଆସିଛି । ଆଇରଲେଣ୍ଡ କ୍ରିକେଟ ବୋର୍ଡ ତାଙ୍କ ଅଫିସିଆଲ ଟ୍ୱିଟର ଆକାଉଣ୍ଟରୁ ପୋଷ୍ଟ କରିଛନ୍ତି । ଏହା ବ୍ୟତୀତ ଟ୍ୱିଟର ଆକାଉଣ୍ଟରେ ନଗରିକତା ଗ୍ରହଣ କରିବାର ସମସ୍ତ ନିୟମ କାନୁନର ସମ୍ପୂର୍ଣ୍ଣ ବିବରଣୀ ଦେଇଛନ୍ତି କିନ୍ତୁ ଏହା ସ୍ପଷ୍ଟ ନୁହେଁ ଯେ, ଆଇରଲେଣ୍ଡ ବୋର୍ଡ଼ ଏହାକୁ ଗମ୍ଭୀରତା ଭାବେ ଦର୍ଶାଇଛନ୍ତି କି ନାହିଁ । କାରଣ ସେମାନଙ୍କର ସବୁବେଳେ ଏପରି ହସି ମଜାକ କରିବାର ଅଭ୍ୟାସ ରହିଛି ।

ପୋଷ୍ଟରେ ଲେଖାଯାଇଛି ଯେ, ଅଗ୍ରୱାଲ କ୍ରିକେଟ ପେଶେବରରେ ହାରାହାରି ୭୨.୩୩ ହିସାବରେ ୩ଟି ୱିକେଟ ନେଇଛନ୍ତି । ସେଥିପାଇଁ ଆମ୍ବତି ରାଇଡୁ ନିଜର ୩D ଗ୍ଲାସ ବ୍ୟବହାର କରିପାରିବେ । ଆମେ ତାଙ୍କ ପାଇଁ ଯେଉଁ ଦଲିଲ ପ୍ରସ୍ତୁତ କରିଛୁ, ତାକୁ ସାଧାରଣ ଚଷମା ମାଧ୍ୟମରେ ପଢି ହେବ । ଅମ୍ବାତି ଆମ ସହ ଜଡିତ ହୋଇଯାଅ ଏବଂ ଆମକୁ ରାଇଡୁ ସହ ଜଡିତ ସମସ୍ତ କଥା ଭଲ ଲାଗୁଛି । ଆମେ ତାଙ୍କର ସମ୍ମାନ କରୁଛୁ । ବର୍ତ୍ତମାନ ଏହାର ଉତ୍ତରରେ ଅମ୍ବାତି ରାଇଡୁ କଣ କହୁଛନ୍ତି ଏବଂ ତାଙ୍କର ପ୍ରତିକ୍ରିୟା କଣ ଏହା ସବୁ ସମୟ ଆସିଲେ ଜଣାପଡିବ ।

ଦୁଇଜଣ ଖେଳାଳି ଆଘାତ ହୋଇ ବାହାରିଲା ପରେ ମଧ୍ୟ ଖେଳିବାକୁ ସୁଯୋଗ ମିଳିଲା ନାହିଁ :

ଯେତେବେଳେ ଶିଖର ଧବନକୁ ଆଘାତ ଲାଗିଲା, ସେତେବେଳେ ତାଙ୍କ ପରିବର୍ତ୍ତେ ଦଳରେ ଋଷଭ ପନ୍ଥକୁ ସୁଯୋଗ ଦିଆଗଲା । ଏହାପରେ ଯେତେବେଳେ ବିଜୟ ଶଙ୍କର ଆଘାତ ହୋଇ ବାହାରକୁ ଆସିଲେ, ସେତେବେଳେ ଆଶା ଥିଲା ଯେ ରାଇଡୁଙ୍କୁ ଖେଳିବାର ସୁଯୋଗ ମିଳିବ । କିନ୍ତୁ ସେତେବେଳେ ମଧ୍ୟ ବିଶ୍ୱକପ ଖେଳର ବର୍ଷେ ପୂର୍ବରୁ ଭାରତୀୟ କ୍ରିକେଟ ଦଳରେ ମୁଖ୍ୟ ଭୂମିକା ତୁଲାଇଥିବା ରାଇଡୁଙ୍କୁ ସୁଯୋଗ ମିଳିଲା ନାହିଁ । ସେ ଭାରତୀୟ ଦଳରେ ୪ ନମ୍ବରରେ ବେଟିଂ କରୁଥିଲେ । ତଥାପି ତାଙ୍କ ବଦଳରେ ମୟଙ୍କ ଅଗ୍ରୱାଲଙ୍କୁ ସୁଯୋଗ ମିଳିଲା । ଅଗ୍ରୱାଲ ଆଜ ପର୍ଯ୍ୟନ୍ତ ଗୋଟେ ମଧ୍ୟ ଏକଦିବସୀୟ ଖେଳ ଖେଳି ନ ଥିବା ବେଳେ ସେଠାରେ ବିଜୟ ଶଙ୍କର ମଧ୍ୟ ବିଶ୍ୱକପ ପୂର୍ବରୁ ମାତ୍ର ୪-୫ଟି ଏକଦିବସୀୟ ଖେଳ ଖେଳିଛନ୍ତି ।