ଧୋନୀଙ୍କୁ ସମ୍ମାନ ଦେଇଛି ଆଇସିସି, କହିଲେ, “ଏମ୍.ଏସ.ଧୋନୀ ଏମିତି ଏକ ନାମ ଯିଏ ଭାରତୀୟ କ୍ରିକେଟର ଚେହେରା ବଦଳି ଦେଇଛନ୍ତି ।”

Spread the love

ଧୋନିଙ୍କ ୩୮ତମ ଜନ୍ମ ଦିବସ ପୂର୍ବରୁ ଆଇସିସି ଦେଇଛନ୍ତି ବିଶେଷ ଉପହାର ।

ମହେନ୍ଦ୍ର ସିଂ ଧୋନୀଙ୍କ ସ୍ଥାନ କ୍ରିକେଟ ଦୁନିଆରେ କେଉଁଠି, ସେହି ବିଷୟରେ ସମସ୍ତେ ଜାଣନ୍ତି । ଏମିତିରେ ଧୋନୀଙ୍କ କ୍ୟାରିୟରକୁ ଉତ୍ସବମୁଖର କରିବା ପାଇଁ ଆଇସିସି ତାଙ୍କୁ ଉପହାର ସଦୃଶ ଏକ ଭିଡ଼ିଓ ଜାରି କରିଛନ୍ତି । ଆଇସିସିଙ୍କ କହିବା ଅନୁସାରେ, ଧୋନୀ ହେଉଛନ୍ତି ସେହି ବ୍ୟକ୍ତି ଯିଏ ଭାରତୀୟ କ୍ରିକେଟର ଚେହେରାକୁ ବଦଳି ଦେଇଛନ୍ତି । ଧୋନିଙ୍କ ଯୋଗୁଁ ଭାରତୀୟ କ୍ରିକେଟରେ ଅନେକ ପରିବର୍ତ୍ତନ ଆସିଛି । ଆପଣମାନଙ୍କୁ ଜଣେଇ ଦେଉଛୁ ଯେ, ଧୋନୀ ଏକମାତ୍ର ଅଧିନାୟକ ଯିଏ ଏକଦିବାସୀୟ ବିଶ୍ୱକପ (୨୦୧୧), T-20 ବିଶ୍ୱକପ (୨୦୦୭) ଏବଂ ଚାମ୍ପିୟାନ୍ସ ଟ୍ରଫି ତିନୋଟି ଯାକ ହାସିଲ କରିଛନ୍ତି । ଜୁଲାଇ ୦୭, ୨୦୧୯ରେ ଧୋନୀଙ୍କୁ ୩୮ ବର୍ଷ ହୋଇଯାଇଛି । ଏମିତିରେ ଧୋନିଙ୍କ ଉପଲବ୍ଧିଗୁଡିକୁ ସେଲିବ୍ରେଟ କରିବା ପାଇଁ ଆଇସିସି ଏକ ଭିଡ଼ିଓ ସେୟାର କରିଛନ୍ତି ।

ଭିଡ଼ିଓ ସେୟାର କରି ଆଇସିସି ନିଜ ଟ୍ୱିଟରରେ ଲେଖିଛନ୍ତି ଯେ, “ଗୋଟିଏ ନାମ ଯିଏ ଭାରତୀୟ କ୍ରିକେଟର ଚେହେରା ବଦଳି ଦେଇଛି । ଗୋଟିଏ ନାମ ଯାହା ପୂରା ଦୁନିଆରେ ଲକ୍ଷ ଲକ୍ଷ ଲୋକଙ୍କୁ ପ୍ରେରିତ କରିଛି । ଗୋଟିଏ ନାମ ଯାହାର ଉପାଧି ଅଖଣ୍ଡନୀୟ ଅଟେ, ଏମ୍. ଏସ.ଧୋନୀ- କେବଳ ଗୋଟିଏ ନାମ ଅଟେ” ।

ଆଇସିସି (ICC) ଦ୍ୱାରା ଜାରି କରାଯାଇଥିବା ଏହି ଭିଡ଼ିଓରେ ବିରାଟ କୋହଲି ଏବଂ ଯଶପ୍ରୀତ ବୁମରାହ ମଧ୍ୟ କହିଛନ୍ତି ଯେ, ଧୋନୀ ସେମାନଙ୍କୁ କିପରି ପ୍ରେରିତ କରିଛନ୍ତି । ଭିଡ଼ିଓରେ ସର୍ବପ୍ରଥମେ ଧୋନୀ କହିଛନ୍ତି ଯେ, “ଆପଣ ଯାହା ବହାରରୁ ଦେଖୁଛନ୍ତି; ଭିତର ତୁଳନାରେ ତାହା ସମ୍ପୂର୍ଣ୍ଣ ଭିନ୍ନ । ସେ (ଧୋନୀ) ସର୍ବଦା ଶାନ୍ତି ଏବଂ ସ୍ଥିର ସ୍ୱଭାବର ଅଟନ୍ତି । ତାଙ୍କ ଠାରୁ ଆପଣ ବହୁତ କିଛି ଶିଖିବେ । ସେ ମୋର ଅଧିନାୟକ ଥିଲେ ଏବଂ ସର୍ବଦା ମୋର ଅଧିନାୟକ ହିଁ ରହିବେ । ଆମ ଦୁଇଜଣଙ୍କ ମଧ୍ୟରେ ଭଲ ବୁଝାମଣା ରହିଛି । ମୁଁ ତାଙ୍କ ଉପଦେଶ ଶୁଣିବା ପାଇଁ ସବୁବେଳେ ପ୍ରସ୍ତୁତ ଅଛି ।”

ଏହାପରେ ବୁମରାହ କହିଛନ୍ତି ଯେ, “ଯେତେବେଳେ ମୁଁ ୨୦୧୬ ମସିହାରେ ଦଳରେ ସାମିଲ ହୋଇଥିଲି, ସେତେବେଳେ ସେ ଦଳର ଅଧିନାୟକ ଥିଲେ । ତାଙ୍କର ଶାନ୍ତ ସ୍ୱଭାବ ସମସ୍ତଙ୍କୁ ପ୍ରେରିତ କରିଥିଲା । ସେ ସବୁବେଳେ ଅନ୍ୟକୁ ସାହାର୍ଯ୍ୟ କରିବା ପାଇଁ ଆଗକୁ ଆସିଥାନ୍ତି ।”

କେବଳ ଭାରତୀୟ କ୍ରିକେଟ ଖେଳାଳି ହିଁ ନୁହନ୍ତି ବରଂ ଇଂଲଣ୍ଡର ଅଲରାଉଣ୍ଡର ବେନ ଷ୍ଟୋକ୍ସ ମଧ୍ୟ ଧୋନୀର ପ୍ରଶଂସା କରିଛନ୍ତି । କହି ଦେଉଛୁ ଯେ, ଆଇପିଏଲ ସମୟରେ ବେନ ଧୋନୀଙ୍କ ସହିତ ନିଜ ଡ୍ରେସିଂରୁମ ସେୟାର କରିଥିଲେ । ସେ କହିଥିଲେ ଯେ, “ଧୋନୀ ଖେଳର ଜଣେ ମହାନ ଏବଂ ଶ୍ରେଷ୍ଠ ୱିକେଟ କିପର ଅଟନ୍ତି । ମୋତେ ଲାଗୁନି ଯେ, ତାଙ୍କ ଭଳି କେହି କେବେ ଏମିତି ଭଲ ହୋଇ ପାରିବେ ।”

ଇଂଲଣ୍ଡର ୱିକେଟ କିପର ଏବଂ ବ୍ୟାଟ୍ସମେନ ଜୋଶ ବଟଲର ମଧ୍ୟ ଧୋନୀର ପ୍ରଶଂସା କରି କହିଛନ୍ତି ଯେ, ଧୋନୀ ଜଣେ ମୋର ସହଯୋଗୀ ୱିକେଟ କିପର ଅଟନ୍ତି ଯିଏ ସର୍ବଦା ମୋ ପାଇଁ ମୋର ଆଦର୍ଶ ହୋଇରହିବେ । ଶ୍ରୀମାନ କୁଲ. ଯେତେବେଳେ ମଧ୍ୟ ପଡ଼ିଆରେ ଥାଆନ୍ତି; ମୋତେ ତାଙ୍କର ନିଦର୍ଶନ ଭଲ ଲାଗେ । ଷ୍ଟମ୍ପ ପଛପଟେ ତାଙ୍କ ହାତ ବିଜୁଳି ଠାରୁ ମଧ୍ୟ ଅଧିକ ତେଜରେ ଚାଲିଥାଏ । ଯେବେ ମଧ୍ୟ ସେ ବ୍ୟାଟିଂ କରନ୍ତି; ତେବେ ସେ ବହୁତ ଶାନ୍ତ ଭାବେ ପ୍ରଦର୍ଶନ କରନ୍ତି । ସେ ଏହି ଖେଳର ସବୁଠୁ ବଡ଼ ରାଜଦୂତ ଅଟନ୍ତି ଏବଂ ମୁଁ ତାଙ୍କର ଜଣେ ସମର୍ଥକ ଅଟେ ।

ଆପଣଙ୍କୁ କହି ରଖୁଛୁ ଯେ, ସଚିନଙ୍କ ପରେ ଧୋନୀ ଏକମାତ୍ର ଖେଳାଳି ଯାହାର ଭଲ ପାଇବା ଲୋକମାନଙ୍କ ମଧ୍ୟରେ ସବୁଠାରୁ ଅଧିକ ରହିଛି । ଧୋନୀଙ୍କ ସହ କିଏ ପ୍ରତିଦ୍ଵନ୍ଦିତା କରିପାରିବେ ନାହିଁ । ଯିଏ ମଧ୍ୟ ଧୋନୀ ବିଷୟରେ କଥା ହୁଅନ୍ତି; ସେମାନେ ଧୋନୀର ପ୍ରତିଭା ସହିତ ତାଙ୍କର ବ୍ୟକ୍ତିତ୍ଵ ଏବଂ ବ୍ୟବହାରକୁ ମଧ୍ୟ ପ୍ରଶଂସା କରନ୍ତି । ଏହି କଥାରେ କୌଣସି ଦ୍ଵିଧା ନାହିଁ ଯେ, ଧୋନୀ ଜଣେ ଭଲ ଖେଳାଳୀ ହେବା ସହିତ ଜଣେ ଭଲ ବ୍ୟକ୍ତି ମଧ୍ୟ ଅଟନ୍ତି ।