ICC ବଦଳାଇଲା କ୍ରିକେଟ ର ନିୟମ , ‘ଛକା ମାରିଲେ ମିଳିବ ୧୨ ରନ, ଗୋଟିଏ ବଲ୍ ରେ ଆଉଟ୍ ହେବେ ୨ ଖେଳାଳି’ ।

Spread the love

କ୍ରିକେଟ୍ ଦୁନିଆରେ ଆସିବାକୁ ଥିବା ପରିବର୍ତ୍ତନର ପ୍ରଭାବ ବର୍ତ୍ତମାନ ଟେଷ୍ଟ ମ୍ୟାଚରେ ବି ପଡିବାକୁ ଲାଗିଲାଣି । ଆଜ୍ଞା ହଁ, ଟି-20 ଆସିବା ପରେ ଟେଷ୍ଟ ମ୍ୟାଚ ଉପରେ ନକାରତ୍ମକ ପ୍ରଭାବ ପଡୁଛି, ଯାହାକୁ ଧ୍ୟାନରେ ରଖି ଇଣ୍ଟରନ୍ୟାସନାଲ କ୍ରିକେଟ୍ କାଉନ୍ସିଲ୍ (ICC) ଏକ ବଡ଼ ଘୋଷଣା କରିଛି । ସୋମବାର ଦିନ ICC ଟ୍ୱିଟ୍ କରି ଟେଷ୍ଟ ମ୍ୟାଚରେ ହେବାକୁ ଯାଉଥିବା ବହୁତ ବଡ଼ ପରିବର୍ତ୍ତନ ବିଷୟରେ ସୂଚନା ଦେଇଛି, ଯାହାଦ୍ଵାରା କ୍ରିକେଟ ପ୍ରେମୀ ମାନଙ୍କୁ ବଡ଼ ଝଟକା ଲାଗିଛି । କେବଳ ଏତିକି ନୁହଁ, ପରିବର୍ତ୍ତନ କେବଳ ଗୋଟିଏ ବା ଦୁଇଟି ପାଇଁ ହୋଇ ନାହିଁ ବରଂ ବହୁତ କିଛି ପରିବର୍ତ୍ତନ ହୋଇଛି ଯାହା ଯୋଗୁ ସମସ୍ତେ ଆଶ୍ଚର୍ଯ୍ୟ ଚକିତ ହୋଇଛନ୍ତି । ଚାଲନ୍ତୁ ଜାଣିବା ଆଜିର ଲେଖାର ବିଶେଷତ୍ବ ।

ଟେଷ୍ଟ ମ୍ୟାଚର ଲୋକପ୍ରିୟତାକୁ ପୁଣିଥରେ ଜୀବନ ଦେବା ପାଇଁ ICC ଏକ ବଡ଼ ପଦକ୍ଷେପ ନେଇଛି । ICCର କହିବା ଅନୁଯାୟୀ ଯାହା ବି ନିୟମ ବର୍ତ୍ତମାନ ବନା ହୋଇଛି, ସେ ସବୁ ନିୟମ ଆଗାମୀ ୱର୍ଲଡ଼ ଟେଷ୍ଟ ଚ୍ୟାମ୍ପିଅନସିପରୁ ଲାଗୁ ହୋଇପାରେ । ଏହି ନିୟମ କେତେ ଠିକ ଅଛି ? ଏହା ସତରେ ଲାଗୁ କରାଯିବ, ଏହା ତ କହି ହେବ ନାହିଁ । କିନ୍ତୁ ଆପଣଂକୁ ଜଣାଇ ଦେଉଛୁ ଯେ, ସୋମବାର ଦିନ ICC ଟେଷ୍ଟ କ୍ରିକେଟରେ କଣ ବଡ଼ ପରିବର୍ତ୍ତନ କରିବା ପାଇଁ ଘୋଷଣା କରିଛି ? ଯାହା ଯୋଗୁଁ ବର୍ତ୍ତମାନ ଚାଞ୍ଚଲ୍ୟ ଖେଳି ଯାଇଛି ।

ICC ଦ୍ୱାରା ବନା ଯାଇଥିବା ନିୟମ :

ସୋମବାର ଦିନ ICC ଟ୍ୱିଟ କରି ଟେଷ୍ଟ କ୍ରିକେଟ ରେ ବଡ଼ ପରିବର୍ତ୍ତନ କରିଛି । ଯାହା ଯୋଗୁଁ କିଛି ବଡ଼ ବଡ଼ ନିୟମ ଲାଗୁ ହୋଇଛି। ବର୍ତ୍ତମାନ ଏହି ନିୟମ ଉପରେ କେହି ମଧ୍ୟ ବିଶ୍ୱାସ କରୁ ନାହାନ୍ତି କିନ୍ତୁ ICC କଣ ବଡ଼ ନିୟମ ବନାଇଛି ତାହା ବିଷୟରେ ଜାଣିବା ଜରୁରୀ ଅଟେ ।

୧:- ଟେଷ୍ଟ କ୍ରିକେଟ ରେ ଧଳା ଜର୍ସି ଉପରେ ଖେଳାଳି ମାନଙ୍କ ଇଂଷ୍ଟାଗ୍ରାମ୍ ଆକାଉଣ୍ଟ ଲେଖାହେବ ।

୨:- ଛକା ମାରିବା ଦ୍ୱାରା ଖେଳାଳି ମାନଙ୍କୁ ୧୨ ରନ୍ ମିଳିବ ତ ଅନ୍ୟପଟେ ଚୌକା ମାରିବା ଦ୍ୱାରା ୮ ରନ୍ ମିଳିବ ।

୩:- ଗୋଟିଏ ବଲ୍ ରେ ଦୁଇଟି ଖେଳାଳି ଆଉଟ୍ ହୋଇ ପାରିବେ ।

୪:- କମେଣ୍ଟଟେର ମ୍ୟାଚ୍ ସମୟରେ ବିକେଟ୍-କିପର୍ ର ପଛପଟେ ରହି କମେଣ୍ଟ୍ରି କରୁଥିବାର ନଜର ଆସିବ ।

୫:- ଟୋସ୍ ବଦଳରେ ଟ୍ୱିଟର ପୋଲ କରାଯିବ ।

୬:- ମ୍ୟାଚରେ ଖେଳାଳି ମାନଙ୍କୁ ସାର୍ଟସ୍ ପିନ୍ଧିବାର ଅନୁମତି ମିଳିବ ।

କ୍ରିକେଟ ଜଗତରେ ଖେଳିଗଲା ଚାଞ୍ଚଲ୍ୟ :

ICC ଦ୍ୱାରା ଟ୍ୱିଟ୍ ହୋଇ ଉପରୋକ୍ତ ନିୟମ ଗୁଡିକର ଘୋଷଣା ହେବା ପରେ କ୍ରିକେଟ ଜଗତରେ ଚାଞ୍ଚଲ୍ୟ ସୃଷ୍ଟି ହୋଇଛି । ଏହି ତମାମ ନିୟମକୁ ନେଇ ସମସ୍ତେ ନିଜର ମନ୍ତବ୍ୟ ଦେଉଛନ୍ତି । କେବଳ ଏତିକି ନୁହେଁ, ଲୋକମାନେ ଏହା ମଧ୍ୟ କଥା ହେଉଛନ୍ତି ଯେ ଯଦି ସତରେ ଏହି ନିୟମ ଲାଗୁ ହୋଇଛି ତ ଟେଷ୍ଟ ମ୍ୟାଚ ଦେଖିବାର ରୋମାଞ୍ଚ ଓ ମଜା ଟି-20 ତୁଳନାରେ ଆହୁରି ବଢିଯିବ । କାରଣ ପୂର୍ବରୁ କ୍ରିକେଟ ଇତିହାସରେ ଏହିପରି ନିୟମ ଲାଗୁ ହୋଇନାହିଁ । ଏହାଦ୍ୱାରା କ୍ରିକେଟ ଜଗତରେ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିପାରେ ।

ICC ସମସ୍ତ ଙ୍କୁ ଏପ୍ରିଲ ଫୁଲ ବନାଇଲା :

ଆପଣଂକୁ ଜଣାଇ ଦେଉଛୁ ଯେ, ICC ଏହି ସବୁ ନିୟମ ଓ କ୍ରିକେଟ ଜଗତରେ ପରିବର୍ତ୍ତନ ୧ ଏପ୍ରିଲରେ କରିଛି, ଯାହାକୁ ଲୋକ ଏପ୍ରିଲ୍ ଫୁଲ୍ ବୋଲି ଭାବୁଛନ୍ତି । ଦେଖିବାକୁ ଗଲେ ଏହି ନିୟମ ଗୁଡିକର ଅଧିକାରୀଙ୍କ ତତ୍ତ୍ଵାବଦ୍ଧନରେ ଟ୍ୱିଟ୍ କଲା ପରେ ICC ଅନ୍ୟ କୌଣସି ଟ୍ୱିଟ୍ କରି ନାହିଁ ଯେ ସେ ଜନତାଙ୍କୁ ଏପ୍ରିଲ୍ ଫୁଲ୍ କରିଛି । କିନ୍ତୁ ଲୋକମାନେ ଏହା ମାନୁଛନ୍ତି ଯେ, ICC ଲୋକଙ୍କୁ ଏପ୍ରିଲ୍ ଫୁଲ୍ ବନାଇଛି । ଏହା ସହିତ ଆପଣଂକୁ ଏହା ବି ଜଣାଇ ଦେଉଛୁ ଯେ କ୍ରିକେଟ ଜଗତରେ ଗୋଟିଏ ସାଥିରେ ଏତେ ସବୁ ପରିବର୍ତ୍ତନ କରାଯାଇ ପାରିବ ନାହିଁ, ଏଥିପାଇଁ କମିଟି ତିଆରି କରିବାକୁ ପଡିଥାଏ ।