ଝିଅର ଚିକିତ୍ସା ପାଇଁ ଆଇଏଏସ୍ ଅଫିସର ଧାଡିରେ ଠିଆ ହେଲେ !

Spread the love

ଧନରାଜୁ ଏସ୍‌ ଆଇଏଏସ୍ ଅଫିସର, ମଧ୍ୟପ୍ରଦେଶ, ଭିଣ୍ଡ ! ସର୍ବସାଧାରଣଙ୍କ ପରି ଅତିବାହିତ କରୁଛନ୍ତି ଜୀବନ । ମନରେ ନା ଅଛି ଗର୍ବ ନା ଅଛି ଅହଂକାର । ଘଟଣାଟିକୁ ସମ୍ପୂର୍ଣ୍ଣ ପଢିବା ପରେ ଆପଣ ମଧ୍ୟ ଚକିତ ହୋଇଯିବେ ! ବାସ୍ତବରେ ଏହା କଣ ସତ୍ୟ ? ହଁ, ଆଜ୍ଞା, ଆପଣ ଉପରେ ଯାହା ପଢିଲେ ଠିକ ପଢ଼ିଛନ୍ତି ।ତେବେ ଆସନ୍ତୁ ଜାଣିବା ସମ୍ପୂର୍ଣ୍ଣ ଖବରଟି :-

ଆଇଏଏସ୍ ଅଫିସର ଶ୍ରୀଯୁକ୍ତ ଧନରାଜୁ ଏସ୍‌ ନିଜର ସାତବର୍ଷର ଝିଅର ଚିକିତ୍ସା କରାଇବା ପାଇଁ ସରକାରୀ ଡାକ୍ତର ଖାନରେ ସାଧାରଣ ଜନତାଙ୍କ ପରି ଘଣ୍ଟା ଘଣ୍ଟା ଧରି ଧାଡିରେ ଠିଆ ହେବ, ବାସ୍ତବରେ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରି ଦେଇଛି ! ଆଇଏଏସ୍ ଧନରାଜୁ ଏସ୍‌ ନିଜର ସାତ ବର୍ଷର ଝିଅକୁ ନେଇ ହସ୍ପିଟାଲ୍‌ରେ ପହଞ୍ଚିଥିଲେ ଓ ଧାଡ଼ିରେ ଠିଆ ହୋଇଗଲେ । ସେଠାକାର ସ୍ୱାସ୍ଥ୍ୟ କର୍ମଚାରୀମାନେ ମଧ୍ୟ ଜିଲ୍ଲାପାଳଙ୍କୁ ଚିହ୍ନି ପାରି ନ ଥିଲେ ।

ମିଳିଥିବା ସୂଚନା ଅନୁଯାୟୀ, ଭିଣ୍ଡ ଜିଲ୍ଲାପାଳ ନିଜର ସାତ ବର୍ଷର ଝିଅର ଚିକିତ୍ସା ଲାଗି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ପହଞ୍ଚି ବା ପରେ ପରେ ମେଡିକାଲ୍‌ ଟିକେଟ୍‌ କାଟିବା ଲାଗି ଧାଡିରେ ଠିଆ ହୋଇଥିଲେ ଏବଂ ପରେ ସେ ଏମର୍ଜେନ୍ସି ଝରକା ପାଖରେ ଥିବା ଲମ୍ବା ଲାଇନ୍‌ରେ ଠିଆ ହୋଇ ଥିଲେ । ଟିକଟ୍ ନମ୍ବର କ୍ରମାନ୍ୱୟରେ ନିଜ ଝିଅକୁ ଡାକ୍ତରଙ୍କୁ ଦେଖାଇ ଥିଲେ ଓ ଔଷଧ ପତ୍ର ଚିଠା ନେଇ ପ୍ରତ୍ୟାବର୍ତନ କରିଥିଲେ । ଏହି ଘଟଣାଟି ସମଗ୍ର ଅଂଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି ।

ଧନରାଜ ଏସ୍‌ ଏହା ପୂର୍ବରୁ ସବନିର ଜିଲ୍ଲାପାଳ ଥିଲେ । ଏହି ସମୟରେ ସେ ନିଜର ଝିଅକୁ ସ୍କୁଲରେ ଛାଡିବା ଲାଗି ପାଦରେ ଚାଲି କରି ଯାଉଥିଲେ । ଧନରାଜୁ ଏସ ୨୦୦୯ ବ୍ୟାଚ୍‌ର ଆଇଏଏସ୍‌ ଅଧିକାରୀ ।

ଉଚ୍ଚପଦବିରେ ଅଧିଷ୍ଠିତ ଥିଲେ ମଧ୍ୟ ମନରେ ଟିକେ ଗର୍ବ ନାହିଁ ।