ମୁଁ ଭଗବାନଙ୍କୁ ପ୍ରତିଦିନ ପ୍ରାର୍ଥନା କରେ ଯେ, ମୋ ପିତାଙ୍କ ଋଣ ଶୀଘ୍ର ଶୁଝି ହେଇଯାଉ କାହିଁକି ନା ମୁଁ ସ୍କୁଲ ଯାଇ ପାରିବି… !

Spread the love

ବର୍ତ୍ତମାନ ମାନବିକତା ମଧ୍ୟ ଜୀବିତ ନାହିଁ, ଜୋତା ପଲିସ କରୁଥିବା ଶିଶୁ ଶୁଣାଇଲା ଏହି କଷ୍ଟଦାୟକ କାହାଣୀ !

ବର୍ତ୍ତମାନର ପରିଶ୍ରମୀ ଜୀବନରେ ବ୍ୟକ୍ତି ଏତିକି ବ୍ୟସ୍ତ ହୋଇ ଯାଇଛି ଯେ, ନିଜର ବ୍ୟବହାରରେ ମଧ୍ୟ ପ୍ରତିଦିନ ତଳକୁ ତଳ ଖସିବାରେ ଲାଗିଛି । ସେ ଲୋକଙ୍କ ସହିତ ଗୋଟିଏ ମୁହୂର୍ତ୍ତ ପାଇଁ ମଧ୍ୟ ଅଟକି କଥା ହେବାକୁ ସମୟ ନାହିଁ । ଏପରି ଏକ ସମୟ ଥିଲା, ଯେବେ ଲୋକମାନେ ଅପରିଚିତ ବ୍ୟକ୍ତି ସହିତ ମଧ୍ୟ ଘଣ୍ଟା ଘଣ୍ଟା ଧରି କଥା ହେଉଥିଲେ । କିନ୍ତୁ ବର୍ତ୍ତମାନ ଲୋକେ ନିଜ ଭିତରେ ହିଁ ଏତିକି ବ୍ୟସ୍ତ ହୋଇଯାଇଛନ୍ତି ଯେ, ଅନ୍ୟକୁ ମହତ୍ତ୍ୱ ଦେବା ଭୁଲି ଯାଇଛନ୍ତି । ବିଶେଷ କରି ଛୋଟ ଛୋଟ କାମ କରୁଥିବା ଲୋକମାନଙ୍କ ସହିତ ବହୁତ କମ ଭଲ ପାଇବା ଦେଖିବାକୁ ମିଳିଥାଏ । ଆପଣମାନେ ମଧ୍ୟ ସଡ଼କରେ ବସିଥିବା ବ୍ୟକ୍ତିଙ୍କ ଠାରୁ ନିଜର ଜୋତା ପଲିସ ନିଶ୍ଚୟ କରେଇଥିବେ । କିନ୍ତୁ କଣ ଆପଣ ଏହି ଜୋତା ପଲିସ କରୁଥିବା ବ୍ୟକ୍ତିଙ୍କ ଆଡ଼କୁ ଥରେ ମଧ୍ୟ ଧ୍ୟାନରେ ଚାହିଁ ଦେଖିଛନ୍ତି କି ? ତାକୁ ଟିକିଏ ଦେଖି ହସିଛନ୍ତି ? ବୋଧହୁଏ ଆପଣଙ୍କ ପାଇଁ ଏହା କୌଣସି ବଡ଼ କଥା ନୁହେଁ କିନ୍ତୁ ଜୋତା ପଲିସ କରୁଥିବା ବ୍ୟକ୍ତିଙ୍କ ପ୍ରତି ଦୁଇଟି ମଧୁର ବାଣୀ ଏବଂ ସୁନ୍ଦର ହସ ବୋଧ ହୁଏ ବହୁତ ମହତ୍ତ୍ୱ ରଖିଥାଏ ।

କଥାଟି ଏହା ଯେ, ହମ୍ପି ଗାଁର ଗୋଟିଏ ଶିଶୁ ଏହି କଥାକୁ ନେଇ ନିଜର କଷ୍ଟ କହିଛନ୍ତି । ହମ୍ପି ମୁମ୍ବାଇର ସଡ଼କରେ ଜୋତା ପଲିସ କରିବା କାମ କରିଥାଏ । ତାଙ୍କର ମାତା ପିତା ବହୁତ ଋଣଗ୍ରସ୍ତ ଅଛନ୍ତି; ଏଥିପାଇଁ ଶିଶୁଟି ମାତପିତାଙ୍କୁ ସାହାଯ୍ୟ କରିବା ପାଇଁ ସେ ନିଜର ଚାଚା ବା ଦାଦାଙ୍କ ସହିତ ଜୋତା ପଲିସ କରିବା ପାଇଁ ବସିଯାଏ । ଶିଶୁକୁ ଲୋକମାନଙ୍କ ଠାରୁ ଗୋଟିଏ ଅସୁବିଧା ଅଛି ଯେ, ସେ ସକାଳୁ ସଞ୍ଜ ପର୍ଯ୍ୟନ୍ତ ବସି ରହେ, ଶହ ଶହ ଲୋକ ତା ଠାରୁ ଜୋତା ପଲିସ ମଧ୍ୟ କରାଇଥାନ୍ତି କିନ୍ତୁ ଏମାନଙ୍କ ମଧ୍ୟରୁ କେହି ମଧ୍ୟ ତା ଆଡ଼କୁ ଚାହିଁ ମଧ୍ୟ ନ ଥାନ୍ତି । ଯେପରିକି ସେ ଏହି ଦୁନିଆରେ ହିଁ ନାହିଁ । ସତେ ଯେପରି ଅଦୃଶ୍ୟ ହୋଇଯାଇଛି । ତାର କିଛି ମହତ୍ତ୍ୱ ହିଁ ନାହିଁ ।

‘ହ୍ୟୁମନ୍ସ ଅଫ ବମ୍ବେ’ରେ ଏହି ଶିଶୁଟି ନିଜର ହୃଦୟର କଥାଟି ନିଜର ଫେସବୁକ ପେଜରେ ସେୟାର କରିଛନ୍ତି । ସେ କହିଲା ଯେ “ମୁଁ ହମ୍ପିର ଅଟେ, ଏଠାରେ (ମୁମ୍ବାଇ) ଗତ ଦୁଇମାସ ହେଲା ସ୍କୁଲର ଛୁଟିରୁ ନିଜର ଚାଚାଙ୍କ ଦୋକାନରେ କାମ କରୁଛି । କାରଣ ମୋର ମାତା ପିତାଙ୍କ ଋଣ ଶୁଝି ପାରିବ । ମୁଁ ଏଠାରେ ସକାଳୁ ସଞ୍ଜ ପର୍ଯ୍ୟନ୍ତ ବସେ । କେତେ ପ୍ରକାର ଗ୍ରାହକ ପ୍ରତିଦିନ ଆସିଥାନ୍ତି । କଲେଜ ଯାଉଥିବା ଛାତ୍ରଛାତ୍ରୀ, ଅଫିସ ଯାଉଥିବା ଲୋକ, ମହିଳାମାନେ ଏବଂ ବ୍ୟକ୍ତିମାନେ ଇତ୍ୟାଦି । ମୁଁ କେବଳ ଏଠାରେ ବସି ରହେ ଏବଂ ଜୋତାକୁ ସଫା କରିଦିଏ । କିନ୍ତୁ ଆଜି ମଧ୍ୟ କେହି ଅଟକିଲେ ନାହିଁ ଏବଂ ଦୁଇ ପଦ କଥା ମଧ୍ୟ ହେଲେ ନାହିଁ । ଯେପରିକି ମୁଁ ଅଦୃଶ୍ୟ ହୋଇଯାଇଛି । କେତେକ ଲୋକ ତୋ ମୋ ଆଖିକୁ ମଧ୍ୟ ଚାହଁନ୍ତି ନାହିଁ । କିଛି ନିଜର କାର୍ଯ୍ୟ ସମ୍ପାଦନ କରାଇ ଶୀଘ୍ର ଚାଲିଯାନ୍ତି ଏବଂ ଆଉ କିଛି ବିନା କୌଣସି କାରଣରୁ ମଧ୍ୟ ମୋ ସହିତ କ୍ରୁରତାର ସହିତ କଥାବାର୍ତ୍ତା କରନ୍ତି । ଯଦି ମୁଁ କଥାବାର୍ତ୍ତା କରେ, ତେବେ ସେମାନେ ମୋତେ ଅଣଦେଖା କରି ଦିଅନ୍ତି କିମ୍ବା କୁହନ୍ତି ନିଜର କାର୍ଯ୍ୟରେ ଧ୍ୟାନ ଦିଅ ।”

ଶିଶୁଟି ଆଗକୁ କହିଲା “ଏମିତିରେ ମୁଁ କେବଳ ଏହା ଚିନ୍ତା କରେ ଯେ, ଯଦି ମୁଁ ଶିକ୍ଷିତ ହୋଇଥାଆନ୍ତି, ଏହି ସଡ଼କରେ ବସିବା ଅପେକ୍ଷା କୌଣସି ଭଲ ଦୋକାନରେ ବସିଥାଆନ୍ତି, ତେବେ ବି କଣ ଲୋକମାନେ ମୋ ପ୍ରତି ଏପରି ବ୍ୟବହାର ପ୍ରଦର୍ଶନ କରିଥାନ୍ତେ ? ଯେପରିକି ମୁଁ ତାଙ୍କ ସହିତ କଥା ହେବାର ମଧ୍ୟ ଯୋଗ୍ୟ ନୁହେଁ । ପ୍ରଥମେ ମୋତେ ବହୁତ ଖରାପ ଲାଗୁଥିଲା କିନ୍ତୁ ଏବେ ଏହା ଅଭ୍ୟାସ ହୋଇଯାଇଛି । ମୁଁ ଭଗବାନଙ୍କୁ ପ୍ରଦିଦିନ ଏହା ପ୍ରାର୍ଥନା କରେ ଯେ, ମୋ ମାତା ପିତାଙ୍କ ଋଣ ଶୀଘ୍ର ଶୁଝିଯାଉ ଏବଂ ମୁଁ ସ୍କୁଲ ଯାଇ ପାରିବି, ଚାକିରୀ କରିପାରିବି, ଭଲ ଦରମା ମିଳିବ । ସବୁଠାରୁ ମହତ୍ୱପୂର୍ଣ୍ଣ କଥାଟି ଏହା ଯେ, ମୁଁ ଲୋକଙ୍କ ସମ୍ମୁଖରେ ଅଦୃଶ୍ୟ ହୋଇ ନ ରହେ । ମୋତେ ଲାଗେ ଯେ, ବର୍ତ୍ତମାନ ମୋର ସମସ୍ତ ସ୍ୱପ୍ନ ପୂରଣ ହେବ । କାରଣ ଆପଣଙ୍କ ପରି ଲୋକମାନେ ଆଜି ଅଟକି ମୋ ସହିତ କଥାବାର୍ତ୍ତା କଲେ ।”

ବନ୍ଧୁଗଣ କୌଣସି କାର୍ଯ୍ୟ ମଧ୍ୟ ଛୋଟ କିମ୍ବା ବଡ଼ ହୋଇ ନ ଥାଏ । ସମସ୍ତ ଲୋକଙ୍କୁ ମହତ୍ତ୍ୱ ଦେବା ଶିଖନ୍ତୁ । ଆପଣଙ୍କ ଟିକିଏ କଥାବାର୍ତ୍ତା ଏବଂ ହସରୁ କେତେ ଲୋକଙ୍କୁ ଭଲ ଲାଗିପାରେ ।

ସୌଜନ୍ୟ : www.newstrend.news