
ଆପଣ ମାନଙ୍କୁ ଆମର ଏହି ପୋର୍ଟାଲ ରେ ସ୍ୱାଗତ କରୁଛୁ । ବନ୍ଧୁଗଣ ମାରି ମୁହଁ ଛତୁ କରିଦେବି । କ’ଣ ଭାବିଲ କି ମୋତେ । ସ୍ୱାମୀ ନାହିଁ ବୋଲି କ’ଣ ମୁଁ ଏକା । ଅବଳା ଦୁର୍ବଳା ମୋତେ ଯିଏ ଚାହିଁବ ସିଏ ଛୁଇଁଦେବ । ମନଇଚ୍ଛା ଯାହା ପାରିବ ତାହା କହିଦେବ । ଆଉ ମୁଁ ସବୁ ଶୁଣି ଚୁପ୍ ରହିବି ସବୁ ସହିଯିବି । ଏମିତି କହି ଉଠିଲେ ଦୀପିକା ଆଉ ଯୁବକଙ୍କୁ ଧରି ଆଣି ଦୋକାନରେ ବନ୍ଦ କରିଦେଲେ । କମେଣ୍ଟ ମାରୁଥୁବା ଯୁବକଙ୍କୁ ସାବାଡ୍ କଲେ କେ ଦୀପିକା ।
ଶନିବାର ଏହି ଘଟଣା ଘଟିଥିବା ବେଳେ ଏହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ପୁରା ଚର୍ଚ୍ଚା ହେବାକୁ ଲାଗିଥିଲା । କେ ଦୀପିକାଙ୍କୁ କମେଣ୍ଟ ମାରିବା ଯୁବକଙ୍କୁ ଭାରି ପଡିଥିଲା । ନିଆଁବାଣ ହୋଇ ଉଠିଥିଲେ କେ ଦୀପିକା । ରାସ୍ତା ମଝିରେ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଥିଲା । ଯାହାକି ଝିମିଟି ଖେଳରୁ ମହାଭାରତ ସୃଷ୍ଟି ହେବା ଭଳି ଘଟଣା ଘଟିଲା ।
ପୋଲିସ ସାମ୍ନାରେ ଉଭୟ ଉଭୟଙ୍କୁ ଟଣାଟଣି ହୋଇଥିଲେ ଆଉ ଏହାପରେ ପୋଲିସ ଯୁବକଙ୍କୁ ଟାଉନ ଥାନାରେ ଅଟକ ରଖିଥିଲା । ହେଲେ ପୋଲିସ ଏନେଇ କ’ଣ କାର୍ଯ୍ୟନୁଷ୍ଠାନ ନେଉଛି ତାହା ତ ପରେ ଜଣା ପଡିବ କିନ୍ତୁ ଆଜିବି ଏମିତି ଅନେକ ବ୍ୟକ୍ତି ଅଛନ୍ତି ଯେଉଁମାନେ କି ମହିଳାକୁ ଅବଳା ଦୁର୍ବଳା ମନେ କରୁଛନ୍ତି ।
କିନ୍ତୁ ସେମାନେ ବୋଧହୁଏ ଭୁଲି ଯାଆନ୍ତି ପ୍ରତ୍ୟେକ ନାରୀ ଭିତରେ ଦୈବୀଶକ୍ତି ବିଦ୍ୟମାନ ରହିଛି । ମାଁ ଦୁର୍ଗା ମହିଶାଶୁରକୁ ବନ୍ଧ କଲାଭଳି ଏଠାରେ ମଧ୍ୟ କେ ଦୀପିକାଙ୍କ ରୂପ ଦେଖିଲେ ଠିକ୍ ସେହିଭଳି କିଛି ମନେ ହେଉଛି ।
ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ କରନ୍ତୁ ।