ମୁଁ ପ୍ରଭୁ ହନୁମାନଙ୍କର ଭକ୍ତ,ବହୁତ ହୋଇଗଲା ପ୍ରେମ । ଆଉ ମୋର ପ୍ରେମ ଦରକାର ନାହିଁ

anubhav 1

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ମୁଁ ଏବେ ପ୍ରଭୁ ହନୁମାନଙ୍କ ର ଭକ୍ତ । ବହୁତ ହୋଇଗଲା ପ୍ରେମ । ମୋର ଆଉ ପ୍ରେମ ଦରକାର ନାହିଁ । ଯେତିକି ପ୍ରେମ କଲି ସେତିକି ନାମ ମଧ୍ୟ ନେଲି । ମୋର ଏ ଜନ୍ମ ରେ ନୁହେଁ କି ହଜାରେ କି ଲକ୍ଷେ ଜନ୍ମରେ ନୁହେଁ । ଯେତେବି ଜନ୍ମ ନେଲେ ତାଙ୍କୁ ଆଉ ପ୍ରେମ କରି ପାରିବି ନାହିଁ । ଥରେ ପ୍ରେମ କଲି ଆଉ ବାଟବଣା ହେଲି । ଆଉ ନାମ ମଧ୍ୟ ନେଲି । ଆଉ ନାମ ନେଲା ପରେ ମୁଁ ଆଉ କ’ଣ ପ୍ରେମ କରିବି ।

ଏମିତି କିଛି କଥା କହିଛନ୍ତି ଅନୁଭବ ମହାନ୍ତି।ବିଫଳ ପ୍ରେମକୁ ନେଇ ସେ ତାଙ୍କର ଇମଶନ ବଖାଣିଛନ୍ତି । ଯେମିତି ଲାଗୁଛି ଆଉ ସତରେ ଅନୁଭବ କେବେ ପ୍ରେମ କରିବେ ନାହିଁ । କାରଣ ସେ ପ୍ରେମର ସ୍ୱାଦ ଖଟା କି ମିଠା ଚାଖି ସାରିଛନ୍ତି । ହେଲେ ଅନୁଭବଙ୍କ ମୁହଁରୁ ଏମିତି କଥା ଶୁଣି ସାରିବା ପରେ ତାଙ୍କ ସାଥିରେ ଥିବା ବନ୍ଧୁମାନେ କହୁଛନ୍ତି ଏସବୁ ଅନୁଭବଙ୍କ ବାହାନା ବୋଲି ।

anubhav

ଲଣ୍ଡନରେ ଏକ ବ୍ରିଚ୍ ଯେଉଁଠାରେ ବର୍ଷା କାରଣରୁ ଛିଡା ହୋଇ ପୁରା ଟିମ୍ ସହ ମଜାମସ୍ତି କରୁଛନ୍ତି ଅନୁଭବ । ଆଉ ସେ ମଜାମସ୍ତି ଭିତରେ କହୁଛନ୍ତି କି ମୁଁ ଶ୍ରୀରାମ ଆଉ ହନୁମାନଙ୍କ ଭକ୍ତ । ମୋର ଆଉ ପ୍ରେମ ଦରକାର ନାହିଁ । ଯେତିକି ପ୍ରେମ କଲି ସେତିକି ନାମ ମଧ୍ୟ ନେଲି । ଆଉ ଲଭ ସେତୁରେ ନୁହଁ ମୁଁ ଏବେ ରାମଙ୍କ ସେତୁରେ ଯିବି ବୋଲି ସଫା ସଫା କହି ଦେଇଛନ୍ତି ଅନୁଭବ ମହାନ୍ତି ।

ଏହା ସବୁ ଲଭ ଇନ୍ ଲଣ୍ଡନ ସୋଟିଂ ରେ ହୋଇଥିଲା । ଅନୁଭବ ଏମିତି ସବୁ କହିଥିଲେ କି କାରଣ ତାଙ୍କର ଓ ତାଙ୍କ ସ୍ତ୍ରୀ ବର୍ଷାଙ୍କ ଭିତରେ ପାରିବାରିକ ବିବାଦ ଲାଗି ରହିଛି । ଏହି ବିବାଦ ବିରକୁଲ ବି ସମାଧାନ ହୋଇ ପାରୁନାହଁ । ଯେଉଁଥିପାଇଁ ଅନୁଭବ ମହାନ୍ତି ତାଙ୍କ ବୈବାହିକ ସମ୍ପର୍କରୁ ବିଛିନ୍ନ ହେବାକୁ ଚାହୁଁଛନ୍ତି । ସେ ସୋସିଆଲ ମିଡିଆରେ ପ୍ରେମ କରି ବହୁତ ପସ୍ତାଉଛନ୍ତି ବୋଲି କହିଛନ୍ତି । ଷ୍ଟାର ଦମ୍ପତିଙ୍କ ପାରିବାରିକ ବିବାଦ ମାମଲା ଏବେ କଟକ ଫ୍ୟାମିଲି କୋର୍ଟ ରେ ବିଚାରଧୀନ ଅବସ୍ଥାରେ ରହିଛି ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *