ଜ୍ୟୋତିଷ ଶାସ୍ତ୍ର ଅନୁସାରେ ସ୍ଵାମୀ ସ୍ତ୍ରୀ ଏକ ସାଙ୍ଗରେ ବସିବାର ନିୟମ ଏବଂ ଫାଇଦା ବିଷୟରେ ଜାଣନ୍ତୁ :-

Spread the love

ହିନ୍ଦୁ ଧର୍ମର ଶାସ୍ତ୍ର ଗୁଡିକରେ ବରଣିତ ହୋଇଛି ସ୍ତ୍ରୀ ସର୍ବଦା କୌଣସି ମହତ୍ଵ କାର୍ଯ୍ୟ ସମୟରେ ସ୍ବାମୀଙ୍କ ବାମ ପାର୍ଶ୍ଵରେ ରହିଥାନ୍ତି । ଯଦି କୌଣସି ସମୟରେ ସ୍ତ୍ରୀ କୌଣସି ସେବା କିମ୍ବା ସାଂସାରିକ କାର୍ଯ୍ୟରେ ବ୍ୟସ୍ତ ରୁହଁନ୍ତି ତେବେ ସ୍ତ୍ରୀ, ସ୍ଵାମୀର ବାମ ପାର୍ଶ୍ଵରେ ବସିଥାଏ ଏପରି ନିୟମ ଆମ ହିନ୍ଦୁ ଧର୍ମର ଗ୍ରନ୍ଥ ଗୁଡିକରେ ଉଲ୍ଲେଖ ରହିଛି ।

ଏହାର ଅନ୍ୟ ପକ୍ଷରେ କହିବାକୁ ଗଲେ ଯେତେବେଳେ କୌଣସି ପୁରୁଷ ପ୍ରଧାନ କାର୍ଯ୍ୟରେ ଯେପରି ପୁଣ୍ୟ କିମ୍ବା ମୋକ୍ଷ ସମ୍ବନ୍ଧୀୟ କୌଣସି କାମ ହୋଇଥାଏ ତେବେ ସ୍ତ୍ରୀ ସ୍ଵାମୀର ଡାହାଣ ପାର୍ଶ୍ଵରେ ବସିଥାଏ । କନ୍ୟାଦାନ,ବିବାହ,ଯଜ୍ଞ ଏବଂ ପୂଜାପାଠ ସମୟରେ ସ୍ତ୍ରୀ ସ୍ବାମୀଙ୍କ ଦକ୍ଷିଣ ପାର୍ଶ୍ଵରେ ବସିଥାନ୍ତି । ସ୍ଵାମୀର କେଉଁ ପାର୍ଶ୍ଵରେ ସ୍ତ୍ରୀ ବସିବା ଉଚିତ ଏହି ବିଷୟରେ ଏହି ଶ୍ଳୋକ ଦ୍ଵାରା ଖୁବ ଭଲ ଭାବରେ ବୁଝାଇ ଦିଆଯାଇଛି ।

Google

ବାମେ ସିନ୍ଦୂରଦାନେ ଚ ବାମେ ଚୈବ ଦ୍ଵିରାଗମେନ, ବାମେ

ଶୟନୈକଶାୟାଂ ଭବେଜ୍ଜାଏ ପ୍ରିୟାର୍ଥିନୀ ।

ଏହି ଶ୍ଳୋକ ଅନୁସାରେ ସ୍ତ୍ରୀ ସ୍ଵାମୀର ବାମ ପାର୍ଶ୍ଵରେ ସିନ୍ଦୂର ଦାନ କରିବା ସମୟରେ, ଦ୍ଵିରାଗମନ ସମୟରେ , ଭୋଜନ, ସହବାସ, ଶୋଇବା ସମୟରେ, ଆଶୀର୍ବାଦ ଦେବା କିମ୍ବା ଗୁରୁଜନଙ୍କ ସେବା କରିବା ସମୟରେ ବସିବା ଉଚିତ ।

Google

କନ୍ୟାଦାନେ ବିବହେ ଚ ପ୍ରତିଷ୍ଠା – ଯଜ୍ଞକର୍ମଣୀ, ସର୍ବେଷୁ

ଧର୍ଣକାର୍ଯ୍ୟେଷୁ ପତ୍ନୀ ଦକ୍ଷିଣତ – ସ୍ମୃତା ।

ଏହି ଶ୍ଲୋକର ଅର୍ଥ ଏହିକି ଯେ ସ୍ତ୍ରୀକୁ ସ୍ଵାମୀର ଡାହାଣ ପାର୍ଶ୍ଵରେ କନ୍ୟାଦାନ, ବିବାହ, ଯଜ୍ଞକର୍ମ, ପୂଜା କିମ୍ବା କୌଣସି ଧର୍ମ – କର୍ମର କାମ ସମୟରେ ବସିବା ଉଚିତ ।