ଟିକ୍-ଟକ୍ ଭିଡିଓର ନିଶା ଯୋଗୁଁ ସ୍ୱାମୀ ଭର୍ତ୍ସନା କଲେ, ତ ସ୍ତ୍ରୀ ଆତ୍ମହତ୍ୟାର ଟିକ୍-ଟକ୍ ଭିଡିଓ କରି ତାଙ୍କୁ ପଠେଇ ଦେଲେ ।

Spread the love

ତାମିଲନାଡୁର ୨୪ ବର୍ଷୀୟ ଅନିତା ବିଷ ଖାଇ ଆତ୍ମହତ୍ୟା କରିଛନ୍ତି । ସେ ଟିକ୍-ଟକ୍ ଚଲାଉଥିଲେ, ତାଙ୍କ ସ୍ୱାମୀ ଭର୍ତ୍ସନା କରିବାରୁ ସେ ଏହି ଆତ୍ମହତ୍ୟା କରିଛନ୍ତି ।

ବାନ୍ଧବୀ ଟିକ୍-ଟକ୍ ଚଲେଇବା ଶିଖେଇ ଥିଲେ :

:

ଅନିତା ତାମିଲନାଡୁର ଅରିୟାଳୁରରେ ନିଜ ୪ ବର୍ଷର ଝିଅ ଏବଂ ୨ ବର୍ଷର ପୁଅ ସହିତ ରହୁଥିଲେ । ତାଙ୍କ ସ୍ୱାମୀ ପଲିନବେଲ ତାଙ୍କ କୃଷି ବ୍ୟାପର ପାଇଁ କିଛି ବର୍ଷ ହେଲା ସିଙ୍ଗାପୁରରେ କାମ କରୁଥିଲେ । ଦିନେ ତାଙ୍କର ଜଣେ ବାନ୍ଧବୀ ତାଙ୍କୁ ଟିକ୍-ଟକ୍ ବିଷୟରେ କହିଥିଲେ । ଧୀରେ ଧୀରେ ସେ ଟିକ୍-ଟକ୍ ରେ ଭିଡ଼ିଓ ତିଆରି କରିବାରେ ଲାଗିଲେ । ପରେ ତାଙ୍କୁ ଟିକ୍-ଟକ୍ ର ନିଶା ଲାଗିଗଲା ।

ପରିବାରର ଲୋକମାନେ ବିରୋଧ କରିଥିଲେ :

ଅନିତାଙ୍କ ଏହି ଅଭ୍ୟାସରେ ବିରକ୍ତ ହୋଇ ପରିବାରର ଲୋକେ ତାଙ୍କ ସ୍ଵାମୀଙ୍କୁ ଏହି ବିଷୟରେ କହିଥିଲେ ଏବଂ ତାଙ୍କୁ ବୁଝେଇବା ପାଇଁ କହିଲେ । ତାଙ୍କ ସ୍ୱାମୀ ତାଙ୍କୁ ପିଲାମାନଙ୍କ ଦେଖାଚହାଁ କରିବା କହିଲେ ଏବଂ ଟିକ୍-ଟକ୍ ଅଭ୍ୟାସକୁ ନିୟନ୍ତ୍ରଣ କରିବା ପାଇଁ ମଧ୍ୟ କହିଲେ । କିନ୍ତୁ ଅନିତ ଟିକ୍-ଟକ୍ ଭିଡିଓ ବନାଇବାର ନିଶାରୁ ମୁକୁଳି ପାରିଲେ ନାହିଁ, ଏମିତି ହିଁ ଚାଲିଥିଲା । ଦିନେ ପିଲାମାନେ ଖେଳୁଥିବା ସମୟରେ ପଡ଼ି ଯିବାରୁ ଆଘାତ ଲାଗିଥିଲା । ଏହିଥର ତାଙ୍କ ସ୍ୱାମୀ ଆଉ ଧର୍ଯ୍ୟ ଧରି ପାରିଲେ ନାହିଁ । ସେ ଫୋନରେ ହିଁ ଅନିତାକୁ ବହୁତ ଭର୍ତ୍ସନା କଲେ ।

ଆତ୍ମହତ୍ୟା କଲେ ଏବଂ ଏହାର ଭିଡିଓ ସ୍ୱାମୀଙ୍କୁ ପଠେଇ ଦେଲେ :

ଅନିତାଙ୍କୁ ସ୍ୱାମୀର ଏମିତି ଭର୍ତ୍ସନା କରିବା ଭଲ ଲାଗିଲା ନାହିଁ । ତେଣୁ ସେ ରାଗରେ ଗୋଟିଏ ଶେଷ ଟିକ୍-ଟକ୍ ଭିଡ଼ିଓ ବନାଇଲେ । ହାତରେ ବିଷର ଶିଶି ଥିଲା । ବିଷ ପିଇଲା ବେଳେ ଟିକ୍-ଟକ୍ ଭିଡିଓ କରିଥିଲେ । କିଛି ମିଡ଼ିଆ ଖବର ଅନୁସାରେ, ସେ ଏହି ଭିଡିଓ ସ୍ୱାମୀଙ୍କୁ ମଧ୍ୟ ପଠେଇ ଥିଲେ ।

ଅନିତାକୁ ପ୍ରଥମେ ସରକାରୀ ହସ୍ପିଟାଲ ନିଆଗଲା । କିନ୍ତୁ ତାଙ୍କ ଅବସ୍ଥା ବହୁତ ଗୁରୁତର ହେବା କାରଣରୁ ଚିକିତ୍ସାର ପ୍ରଭାବ କିଛି ପଡିଲା ନାହିଁ । ଏମିତିରେ ଘରୋଇ ହସ୍ପିଟାଲକୁ ସ୍ଥାନାନ୍ତରଣ କରିବା ପାଇଁ ନିଷ୍ପତ୍ତି ନିଆଗଲା, ଯେଉଁଠି ଅନିତା ଶେଷ ନିଶ୍ୱାସ ତ୍ୟାଗ କଲେ ।

ଆଗରୁ ମଧ୍ୟ ଟିକ୍-ଟକ୍ ରେ ଅନେକ ମୃତ୍ୟୁ ହୋଇଛି :

ଏହା ପ୍ରଥମ ମୋକଦ୍ଧମା ନାହିଁ, ଯେଉଁଠି ଟିକଟକ କାରଣରୁ କାହାର ମୃତ୍ୟୁ ହୋଇଛି ।

ଏହି ବର୍ଷ ଜାନୁଆରୀରେ ମୁମ୍ବାଇସ୍ଥିତ ୧୫ବର୍ଷର ଏକ ଝିଅ ତାଙ୍କ ଜନ୍ମଦିନରେ ଫାଶୀ ଲଗେଇଥିଲେ । ଏହି ଝିଅର ଜେଜେ ମାଆ ବିରକ୍ତ ହୋଇ ତାକୁ ଟିକ୍-ଟକ୍ ବ୍ୟବହାର କରିବାକୁ ମନା କରିଥିଲେ ।

ଏପ୍ରିଲରେ ଦିଲ୍ଲୀର ୧୯ ବର୍ଷୀୟ ସଲମାନ ଜାକିର ତାଙ୍କ ସଙ୍ଗମାନଙ୍କ ସହ ଭିଡିଓ କରୁଥିବା ବେଳେ ଭୁଲରେ ତାଙ୍କ ସାଙ୍ଗ ଜଣେ ବନ୍ଧୁକ ଚଲେଇ ଦେଲେ ଏବଂ ସଲମାନଙ୍କ ମୃତ୍ୟୁ ହୋଇଥିଲା ।