ବିବାହ ପୂର୍ବ ଦିନ ବର, କନ୍ୟା ଉପରେ ସନ୍ଦେହ କରି କୁମାରୀତ୍ୱ ଓ ପ୍ରସବ ପରୀକ୍ଷା କରାଇ ଥିଲେ ।

Spread the love

ବାଙ୍ଗାଲୋର : ସୂଚନାଯୋଗ୍ୟ, ଏକ ମାଟ୍ରିମୋନି ସାଇଟ୍‌ ଜରିଆରେ ଉଭୟ ଯୁବତୀଯୁବକଙ୍କ ସାକ୍ଷାତ ହେବା ପରେ ଉଭୟ ବିବାହ ଲାଗି ନିଷ୍ପତ୍ତି ନେଇଥିଲେ । ଉଭୟଙ୍କ ବିବାହ ହିନ୍ଦୁ ପରମ୍ପରା ଅନୁଯାୟୀ ହୋଇଥିଲା । ବିବାହ ଶେଷ ହେବା ପରେ ଏମିତି କିଛି ଘଟଣା ଘଟିଗଲା ଯାହାକୁ ନେଇ ସମଗ୍ର ଅଞ୍ଚଳରେ ଚାଞ୍ଚଲ୍ୟ ଖେଳି ଯାଇଛି । ବିବାହ କର୍ମ ସାରିବାର କିଛି ମୁହୂର୍ତ୍ତ ପରେ ମହିଳାଙ୍କ ଜଣକ ଅସୁସ୍ଥ ଥିବାରୁ ବେଦୀ ଉପରେ ବାନ୍ତି କରିଦେଇଥିଲେ । ଫଳରେ ସ୍ୱାମୀ ସନ୍ଦେହ ପ୍ରକାଶ କରିଥିଲେ ଓ ନବବିବାହିତା ମହିଳାଙ୍କ ଅଜ୍ଞାତରେ କୁମାରୀତ୍ଵ ଓ ପ୍ରେଗମେଣ୍ଟର ପରୀକ୍ଷା କରାଇ ନେଇଥିଲେ ।

ବର୍ତ୍ତମାନ ମହିଳା ନିଜ ସ୍ୱାମୀଙ୍କ ଉପରେ, ସନ୍ଦେହ ଜନିତ ଅପରାଧ ଓ ଉତ୍ପୀଡ଼ନ କରିବା ପାଇଁ କେସ୍ କରିଛନ୍ତି । ଆରୋପୀ ସ୍ୱାମୀ ଏକ କମ୍ପାନୀରେ ଏଚ୍.ଆର୍ ପ୍ରଫେସନରେ କାର୍ଯ୍ୟରତ ।

ମାମଲାର ଶୁଣାଣି ବାଙ୍ଗାଲୋରର ଅନ୍ତର୍ଗତ “ପରିବାର କାଉସିଲିଂ ସେଣ୍ଟର”ରେ କରାଯାଇଛି । ଯାହା ବାଙ୍ଗାଲୋର ସିଟି ପୋଲିସ୍ ସହ ଜଡିତ ଅଟେ । କୋର୍ଟର ସୂତ୍ର ଅନୁସାରେ ଉତ୍ତର କର୍ଣ୍ଣାଟକ ନିବାସୀ 29 ବର୍ଷୀୟ କପଲ୍ ଶରତ ଓ 26 ବର୍ଷୀୟ ରକ୍ଷା (ନାମ ଗୁପ୍ତ ରଖାଯାଇଛି) ଏମ୍.ବିଏ ଗ୍ରାଜୁଏଟ୍ ଅଟନ୍ତି ଓ ପ୍ରତିଷ୍ଠିତ କମ୍ପାନୀରେ କାର୍ଯ୍ୟରତ । ଦୁଇ ଜଣ ଗୋଟିଏ ମେଟ୍ରୋମୋନିଆଲ ସାଇଟରେ ମିଶି ଥିଲେ । କିଛି ଦିନ ପର୍ଯ୍ୟନ୍ତ କଥାବାର୍ତା ଚାଲିଥିଲା ଓ ପରେ ନଭେମ୍ବର 2018ରେ ବିବାହ କରିବା ପାଇଁ ନିଷ୍ପତି ନେଇଥିଲେ ।

ବିବାହର 15ଦିନ ପୂର୍ବରୁ ରକ୍ଷାଙ୍କ ମାଆଙ୍କ କର୍କଟ ଯୋଗୁଁ ମୃତ୍ୟୁ ହୋଇଯାଇଥିଲା । ଯାହାଫଳରେ ରକ୍ଷା ଦୁଃଖିତ ଥିଲେ, କିନ୍ତୁ ଶରତଙ୍କୁ ଲାଗିଥିଲା ସେ ବିବାହ ପାଇଁ ଖୁସି ନାହାଁନ୍ତି । ଏହି ସମୟରେ ରକ୍ଷା ନିଜର ଏକ ବନ୍ଧୁଙ୍କ ସହ କଥାବାର୍ତ୍ତା କରୁଥିଲେ । ଏହି ସମୟରେ ଶରତ ଭୁଲ୍ ବୁଝିଥିଲେ । ବିବାହ ଦିନ ରକ୍ଷାଙ୍କୁ ଗ୍ୟାଷ୍ଟିକ କାରଣରୁ ବାନ୍ତି ହୋଇଥିଲା ଯାହାପରେ ଶରତ ତାଙ୍କୁ ଡାକ୍ତରଖାନା ନେଇ ଯାଇଥିଲେ ଓ ଗର୍ଭବତୀର ସନ୍ଦେହ କରି ରକ୍ଷାଙ୍କ ଡାକ୍ତରୀ ପରୀକ୍ଷା କରାଇଥିଲେ ।