ପତି ଛାଡପତ୍ର ଦେବା ପାଇଁ ଖବର କାଗଜରେ ଛପାଇ ଦେଇଥିଲେ ଛାଡପତ୍ର ନାମା । ଏହା ପରେ ପତ୍ନୀ ଯାହା କରିଥିଲେ ଜାଣିବା ପାଇଁ ପଢନ୍ତୁ ଲେଖାଟି ।

Spread the love

ପ୍ରଥମେ ଡାକ ମାଧ୍ୟମରେ ଏବଂ ପରେ ଖବର କାଗଜରେ ଛପାଇ ପତ୍ନୀଙ୍କୁ ଛାଡପତ୍ର ଦେଇଥିଲା କିନ୍ତୁ ….

ତିନି ତିନି ଥର ଛାଡପତ୍ର ନାମା ! ଏପରି ଏକ ଘଟଣା ଯାହା ବହୁତ ସମଯରୁ ଚାଲି ଆସିଛି କିନ୍ତୁ ବର୍ତ୍ତମାନ ପର୍ଯ୍ୟନ୍ତ ଏହାର କୌଣସି ସମାଧାନ ମିଳିପାରି ନାହିଁ । ମୋଦୀ ସରକାର ଏହି ତିନି ତିନି ଥର ଛାଡପତ୍ର ନାମା ନିୟମ ନେଇ ଆସିଥିଲେ । ଲୋକସଭାରେ ଏହି ନିୟମ ପ୍ରଣିତ ହୋଇଯାଇଛି କିନ୍ତୁ ରାଜ୍ୟ ସଭାରେ ଆଜି ପର୍ଯ୍ୟନ୍ତ ଏହି ନିୟମ ପାସ୍ ହୋଇପାରି ନାହିଁ । ମୁସଲିମ ଧର୍ମରେ ଏହି ନିୟମ, ବହୁତ ଝିଅଙ୍କ ଜୀବନ ବରବାଦ କରିଦେଇଛି । ଛାଡପତ୍ର ପରେ ଜୀବନରେ ଦୁଃଖ ଏବଂ ରାଗରେ ପତି ପରମେଶ୍ଵର ତିନି ତିନି ଥର ତଲାକ ଦେବା ପରେ ନିଜ ଭୁଲର ଅନୁତାପ ହୋଇଛି କିନ୍ତୁ ଝିଅଟିକୁ ଅନେକ କଷ୍ଠ ସହିବା ପାଇଁ ପଡିଛି ।

ଏପରି ତିନି ତିନି ଥର ତଲାକ ଫଳରେ ଅନେକଙ୍କ ଜୀବନ ବରବାଦ ହୋଇଯାଇଛି । ପ୍ରାୟତଃ ପତି, ନିଜ ପତ୍ନୀ ସାମ୍ନାରେ ତିନି ଥର ତଲାକ କହିବା ପରେ ସମ୍ପର୍କ ଭାଙ୍ଗି ଯାଇଥାଏ । କିନ୍ତୁ ଆଜି ଆମେ ଏପରି ଗୋଟିଏ ଘଟଣା ବିଷୟରେ କହିବୁ; ଯେଉଁ ଘଟଣାରେ ପତି ନିଜ ପତ୍ନୀ ସାମ୍ନାକୁ ନଯାଇ ପ୍ରଥମେ ଚିଠି ମାଧ୍ୟମରେ ଓ ପରେ ଖବର କାଗଜରେ ଛପାଇ ନୂତନ ଢଙ୍ଗରେ ଛାଡପତ୍ର ଦେଇଛି ।

ଘଟଣା କଣ ଅଟେ ?

ଘଟଣାଟି ରାଜସ୍ଥାନର ଝୁନଝୁନ ଜିଲ୍ଲାର ଇଲମପୁର ଗାଁର ଅଟେ । ଯେଉଁଠି ନାଜାରା ନାମକ ମହିଳା ଥାନାରେ ରିପୋର୍ଟ କରିଛନ୍ତି ତାଙ୍କ ପତି ପ୍ରଥମେ ଚିଠି ମାଧ୍ୟମରେ ଛାଡପତ୍ର ଦେଇଥିଲେ କିନ୍ତୁ ଯେତେବେଳେ ସେ ଏହାକୁ ସ୍ଵୀକାର କରିନଥିଲେ, ତାହାପରେ ତାଙ୍କ ପତି ଖବର କାଗଜରେ ସମ୍ବାଦ ଦେଇ ଛାଡପତ୍ର ଦେଇ ଦେଇଛନ୍ତି । ଚୁରୁ ର ରାଜଗଡ ଅଞ୍ଚଳର ମହମ୍ମଦ ଆଲତାଫ ବିବାହ ୨୦୦୮ରେ ନାୟରା ବାନୋଙ୍କ ସହ ହୋଇଥିଲା ଓ ୨୦୧୮ରେ ନାୟରାର ବିଦାୟ କରଯାଇଥିଲା । ସେହି ସମୟରେ ନାୟରାର ବିବାହ ସମୟରେ, ନାୟରାର ପିତା ପୁଅ ଘରଲୋକଙ୍କୁ ୫୧୦୦୦ ନଗଦ ଓ ସୁନାରୂପାର ଗହଣା ଦେଇଥିଲେ ।

କିନ୍ତୁ ପୁଅ ଘର ଲୋକ ସେହି ସମୟରେ ଟଙ୍କା ଓ ଗାଡି ମାଗିଥିଲେ । ନାୟରାଙ୍କ ପିତା ଇମାନୁଦ୍ଦିନ ଏକ ଲକ୍ଷ ଟଙ୍କା ଦେଇଥିଲେ କିନ୍ତୁ ଗାଡି ଦେଇନଥିଲେ । ପରେ ପୁଅଘର ଲୋକେ ନାୟରାଙ୍କୁ ହଇରାଣ କରିବା ଆରମ୍ଭ କରି ଦେଇଥିଲେ । ନାୟରା ନିଜ ପତି, ଶାଶୁ ଶଶୁର, ନିଜ ଯାଆଙ୍କ ଉପରେ ଅତ୍ୟାଚାରର ଆରୋପ ଲଗାଇଛନ୍ତି ଓ କହିଛନ୍ତି; ଏମାନେ ମିଳିତ ଭାବରେ ମୋତେ ଘରୁ ତଡି ଦେଇଛନ୍ତି । କହିବା ପାଇଁ ଚାହୁଞ୍ଚୁ; ନାୟାରାଙ୍କ ବଡ ଭଉଣୀ ହାସିନା ମଧ୍ୟ ସେହି ଘରେ ହିଁ ବିବାହ କରିଛନ୍ତି । ଯେତେବେଳେ ହାସିନା, ନାୟାରାଙ୍କ ପକ୍ଷ ନେଇଥିଲେ; ସେହି ସମୟରେ ତାକୁ ମଧ୍ୟ ଶଶୁର ଘର ଲୋକେ ଘରୁ ତଡି ଦେଇଥିଲେ । ପରେ ଦୁହେଁ ନିଜ ପିତାଙ୍କ ଘରକୁ ଚାଲି ଆସିଥିଲେ ।

କିଛି ଦିନ ପର୍ଯ୍ୟନ୍ତ ଲାଗୁଥିଲା ବୁଝାମଣା ହୋଇଯିବ କିନ୍ତୁ ଗୋଟିଏ ଦିନ ନାୟାରଙ୍କ ପତି ଏକ ଚିଠି ପଠାଇ ଥିଲେ ଓ ସେହି ଚିଠିରେ, ସେ ଛାଡପତ୍ର ଦେଇଥିଲେ । କିନ୍ତୁ ନାୟାର ଏହି ଛାଡପତ୍ରକୁ ମାନି ନଥିଲେ । ପରେ ନାୟାରାଙ୍କ ପତି ଖବର କାଗଜରେ ସମ୍ବାଦ ଦେଇ ଛାଡପତ୍ର ଦେଇଥିଲେ । ଏହାପରେ ନାୟାର କାନୁନର ସାହାର ନେଇଛନ୍ତି ଓ ଆଲତାଫ ଓ ତାଙ୍କ ପରିବାର ବିରୁଦ୍ଧରେ ପୋଲିସରେ ରିପୋର୍ଟ କରି ଦେଇଛନ୍ତି ।