ପତ୍ନୀର ଜ୍ୱଳନ୍ତ ଚିତାରେ ଝାସ ଦେଲା ସ୍ୱାମୀ ! ୩ ମାସ ପୂର୍ବରୁ ହୋଇଥିଲା ବିବାହ

Spread the love

ତିନି ମାସ ଗର୍ଭବତୀ ସ୍ତ୍ରୀ କୂଅରେ ଡେଇଁ ପଡି ନିଜ ଜୀବନ ହାରିଦେଲେ । ଏହା ଜାଣିବା ପରେ ଶୋକରେ ଆତୁର ହୋଇ ସ୍ୱାମୀ ସ୍ତ୍ରୀର ଜ୍ୱଳନ୍ତ ଚିତାରେ ଡେଇଁ ପଡ଼ିଲେ । ଯେତେବେଳେ ତାଙ୍କୁ ଚିତାରୁ ବାହାରକୁ ବାହାରକୁ ଅଣାଗଲା ସେତେବେଳେ ସେ ମଧ୍ୟ ଏକ କୂଅରେ ଡେଇଁ ପଡ଼ି ନିଜ ଜୀବନ ଦେଇଦେଲେ । ଆଶ୍ଚର୍ଯ୍ୟ ଜନକ ଘଟଣାଟି ମହାରାଷ୍ଟ୍ରର ଚନ୍ଦ୍ରପୁରର ଜିଲ୍ଲାର ଅଟେ ।

google

ଚନ୍ଦ୍ରପୁରର ଗୋଣ୍ଡପିପରି ତହସିଲ ଅନ୍ତର୍ଗତ ଭଙ୍ଗାରାମ ତଚୋଧି ଗାଁରେ ଏହି ହୃଦୟ ବିଦାରକ ଘଟଣା ଘଟିଛି । ଏହି ଘଟଣା ଯୋଗୁଁ ସମସ୍ତେ ଚକିତ ଓ ଦୁଃଖିତ ଅଛନ୍ତି । ଏହି ଘଟଣାରୁ ସମସ୍ତେ ସ୍ତବ୍ଧ ହୋଇଯାଇଛନ୍ତି । ତିନି ମାସ ଗର୍ଭବତୀ ସ୍ତ୍ରୀ କୂଅରେ ଡେଇଁ ପଡ଼ି ଆତ୍ମହତ୍ୟା କରିଦେଲେ । ନିଜ ସ୍ତ୍ରୀ ଓ ଗର୍ଭରେ ଥିବା ଶିଶୁ ମୃତ୍ୟୁର ଦୁଃଖ ସହି ନପାରି ସ୍ୱାମୀ ସ୍ତ୍ରୀର ଜ୍ୱଳନ୍ତ ଚିତାରେ ହିଁ ଡେଇଁ ପଡ଼ିଲେ । କୁହାଯାଇଛି ଯେ, ସ୍ୱାମୀ କିଶୋର ସ୍ତ୍ରୀ ରୁଚିତାଙ୍କୁ ଖୁବ ଭଲପାଉଥିଲା ଏବଂ ସେ ନିଜ ସ୍ତ୍ରୀ ମୃତ୍ୟୁର ଶୋକ ସହ୍ୟ କରିପାରିଲା ନାହିଁ ।

google

ବାସ୍ତବରେ, ୨୦ ବର୍ଷୀୟା ରୁଚିତା ଚିଦ୍ଦାମ୍ବରଙ୍କ ବିବାହ ଲକଡାଉନର ଠିକ ପୂର୍ବରୁ ୧୯ ମାର୍ଚ୍ଚକୁ ଚନ୍ଦ୍ରପୁରର ୨୫ ବର୍ଷୀୟ କିଶୋର ଖଟିକଙ୍କ ସହିତ ହୋଇଥିଲା । କିଶୋର ଚନ୍ଦ୍ରପୁରର ଆର୍ଟିଓ ଅଫିସରେ ବାହାନ ଚାଳକ ପ୍ରଶିକ୍ଷଣ କେନ୍ଦ୍ରରେ ଅସ୍ଥାୟୀ ଭାବେ କାର୍ଯ୍ୟରତ ଥିଲେ । ବିବାହ ପରେ ରୁଚିତା ତିନି ମାସର ଗର୍ଭବତୀ ହୋଇଥିଲେ ଏବଂ ଚାରି ଦିନ ପୂର୍ବରୁ ସେ ନିଜ ମାଁ ଘର ‘ଭଙ୍ଗାରାମ ତଚୋଧି’କୁ ଆସିଥିଲେ ।

google

ତିନି ମାସ ଗର୍ଭବତୀ ଥିବା ରୁଚିତା ରବିବାର ଦିନ ଗାଁ ବାହାରକୁ ଶୌଚ କରିବା ପାଇଁ ଯାଇଥିଲେ କିନ୍ତୁ ଦୀର୍ଘ ସମୟ ଧରି ଘରକୁ ଫେରିନଥିଲେ । ବହୁତ ସମୟ ଧରି ଘରକୁ ଫେରି ନଥିବାରୁ ତାଙ୍କ ଘର ଲୋକେ ରୁଚିତାଙ୍କୁ ଖୋଜିବା ଆରମ୍ଭ କଲେ ତେବେ ଗାଁ ବାହାର ଏକ କୂଅ ପାଖରେ ତାଙ୍କ ଚପଲ ଓ କିଛି ଜିନିଷ ଦେଖାଗଲା । ପରିବାର ଲୋକଙ୍କୁ ସନ୍ଦେହ ପ୍ରକାଶ ହେଲା ଯେ ରୁଚିତା କୂଅରେ ଡେଇଁ ପଡ଼ି ନିଜ ଜୀବନ ହାରିଦେଇଛି । ଏଥିପାଇଁ ପୋଲିସଙ୍କୁ ଏହି ଘଟଣାର ସୂଚନା ଦିଆଗଲା ।

google

ପୋଲିସ ଘଟଣାସ୍ଥଳରେ ପହଞ୍ଚି ଯାଞ୍ଚ କରିବା ଆରମ୍ଭ କଲେ, ଏବଂ ରୁଚିତାଙ୍କ ଶବ କୂଅରେ ମିଳିଲା । ସେହି ଶବକୁ ପୋଲିସ ଗାଁ ଲୋକଙ୍କ ସାହାଯ୍ୟରେ ବାହାରକୁ ଆଣିଲେ ଏବଂ ଶବ ପୋଷ୍ଟମର୍ଟମ ପାଇଁ ଚନ୍ଦ୍ରପୁର ଜିଲ୍ଳା ଡ଼ାକ୍ତରଖାନାକୁ ପଠାଗଲା । ଏହା ପରେ ପୋଲିସ ତଦନ୍ତ କରିବାକୁ ଲାଗିଲେ ଯେ ରୁଚିତାଙ୍କ ଆତ୍ମହତ୍ୟା ପଛର କାରଣ କଣ ଥିଲା ?

google

ପୋଷ୍ଟମର୍ଟମ ପରେ ସୋମବାର ୨୨ ଜୁନରେ ଭଙ୍ଗାରାମ ତଚୋଧି ଗାଁର ଶ୍ମଶାନ ଭୂମିକୁ ରୁଚିତାଙ୍କ ଶବ ନିଆଗଲା ଓ ତାଙ୍କର ସମସ୍ତ ଅନ୍ତିମ ସଂସ୍କାର କରି ଯେତେବେଳେ ଲୋକେ ଫେରିବାକୁ ଲାଗିଲେ ସେତେବେଳେ ହଠାତ ରୁଚିତାଙ୍କ ସ୍ୱାମୀ କିଶୋର ଖଟିକ ଅକସ୍ମାତ ଦୌଡ଼ି ଆସି ଜ୍ୱଳନ୍ତ ନିଆଁରେ ଡେଇଁ ପଡିଲା । ଏହାପରେ ସମସ୍ତେ ତାକୁ ବହୁ କଷ୍ଟରେ ବାହାରକୁ ଆଣିଲେ କିନ୍ତୁ ଏହା ସତ୍ତ୍ୱେ ସେ ନିଜ ସ୍ତ୍ରୀ ଓ ଗର୍ଭରେ ଥିବା ଶିଶୁର ମୃତ୍ୟୁ ସହ୍ୟ କରିନପାରି ଏକ କୂଅରେ ଡେଇଁ ପଡ଼ି ଜୀବନ ଦେଇଦେଲେ ।

google