ପତିଙ୍କ ସନ୍ଧେହ ଥିଲା; ପତ୍ନୀଙ୍କ ସମ୍ପର୍କ ଡାକ୍ତରଙ୍କ ସହ ରହିଛି । ହଠାତ ଏକ ଫୋନ କଲ୍ ଆସିଯାଇଥିଲା ।

Spread the love

ସିତାପୁର : ଜନପଦ ଆଞ୍ଚଳର ଜଣେ ପତି ନିଜ ପତ୍ନୀଙ୍କୁ ଥାନା ସାମ୍ନାରେ ଅତି ନିର୍ମମ ଭାବରେ ଇଟାରେ ବାଡେଇ ବାଡେଇ ହତ୍ୟା କରିଛନ୍ତି । ଘଟଣା ଘଟେଇବା ପରେ ଆରୋପି ପତି ଥାନାକୁ ଯାଇ ଆତ୍ମସମର୍ପଣ କରି ଦେଇଥିଲା । ପୋଲିସ ଆରୋପିକୁ ଗିରଫ କରି ଘଟଣାର ଯାଞ୍ଚ କରୁଛି । ଏହି ଘଟଣା ପଛରେ ଅବୈଧ ପ୍ରେମ ସମ୍ପର୍କ ରହିଥିବା ସୂଚନା ମିଳିଛି । ପୋଲିସ ଘଟଣାରେ ମୃତ୍ୟୁ ପତ୍ନୀର ଶବକୁ ବ୍ୟବଛେଦ ପାଇଁ ପାଠଇ ଦେଇଛି ।

ଥାନା ସାମ୍ନାରେ ପତ୍ନୀର ହତ୍ୟା କରିଛି ପତି :

ଘଟଣା କମଳାଆୟର କ୍ଷେତ୍ରର ଥାନା ପରିସରର ଅଟେ । ଏହି ସ୍ଥାନରେ କସବେର ନିବାସୀ ଜଣେ ପତି ପତ୍ନୀଙ୍କ ମଧ୍ୟରେ ବିବାଦ ଚାଲିଥିଲା । ଯାହାପରେ ପତ୍ନୀ ସହରରେ ରହୁଥିବା ଜଣେ ଡାକ୍ତରଙ୍କ ସହ ଘର ଛାଡି ଚାଲି ଯାଇଥିଲେ । ଏହାପରେ ପତି ରାଗି ଯାଇ ଏହି ଘଟଣା ବିଷୟରେ ପୋଲିସ ଜଣାଇ ଥିଲେ ଏବଂ ଥାନାରେ କେସ୍ ଦାୟର କରିଥିଲା । କିଛି ଦିନ ପରେ ପତ୍ନୀ ଘରକୁ ଫେରି ଆସିଥିଲା । ପତ୍ନୀ ଘରକୁ ଆସିବା ପରେ ପୁଣି ଥରେ ଦୁହେଁଙ୍କ ମଧ୍ୟରେ ଝଗଡା ହୋଇଥିଲା ଏବଂ ବିବାଦଟି ଥାନା ପର୍ଯ୍ୟନ୍ତ ଯାଇଥିଲା । ପରେ ଦୁହେଁ ପତିପତ୍ନୀ ପରସ୍ଵର ବୁଝାମଣାରେ ବିବାଦକୁ ଆଗକୁ ନ ବଢାଇ ଘରକୁ ଫେରୁଥିଲେ । ପତିକୁ, ନିଜ ପତ୍ନୀ ଏବଂ ଜଣେ ଡାକ୍ତର ସହ ସମ୍ପର୍କ ଥିବା କଥା ସନ୍ଦେହ ହୋଇଥିଲା । ମିଳିଥିବା ସୂଚନ ଅନୁସାରେ ଏହି ସମୟରେ ପତ୍ନୀଙ୍କୁ ଏକ ଫୋନ କଲ୍ ଆସିଥିଲା, କଥା ହେବା ସକାଶେ ପତ୍ନୀ ବାହାରକୁ ଚାଲି ଆସି ଫୋନରେ କଥାବାର୍ତ୍ତା ହୋଇଥିଲେ । ସନ୍ଦେହର ଆଧାରରେ ପତି ଥାନାର ବାହାରକୁ ଆସି ପତ୍ନୀଙ୍କୁ ଫୋନରେ କଥା ହେଉଥିବାର ଦେଖି ରାଗି ଯାଇଥିଲା ଏବଂ ଥାନା ପରିସରରେ ହିଁ ଇଟା ସହାୟତାରେ ପତ୍ନୀଙ୍କ ନିର୍ମମ ଭାବରେ ହତ୍ୟା କରିଦେଇଥିଲା ।

ପତି ଆତ୍ମସମର୍ପଣ କରିଥିଲା :

ଘଟଣା ପରେ ପତି ଥାନା ଭିତରକୁ ଯାଇ ଆତ୍ମସମର୍ପଣ କରିଦେଇଥିଲା । ଘଟଣା ପରେ ପୋଲିସ ଆଶ୍ଚର୍ଯ୍ୟ ହୋଇପଡିଥିଲା ଏବଂ ଥାନା ବାହାରକୁ ଆସି ପତ୍ନୀଙ୍କ ଚିକିତ୍ସା ପାଇଁ ପତ୍ନୀଙ୍କୁ ଜିଲ୍ଲା ଡାକ୍ତରଖାନାକୁ ପଠାଇଥିଲା କିନ୍ତୁ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ପୋଲିସ ଶବକୁ ବ୍ୟବଛେଦ ପାଇଁ ପଠାଇ ଦେଇଛି । ବର୍ତ୍ତମାନ ପୋଲିସ ଘଟଣାର ଯାଞ୍ଚ ଚଳେଇଛି ।