ନବବିବାହିତ ବୋହୂ ହାତରୁ ମେହେନ୍ଦିର ରଙ୍ଗ ଛାଡି ନାହିଁ, ସାରା ଜୀବନ ଲାଗି ଦୁଃଖ ଦେଇ ଚାଲିଗଲା…..

Spread the love

ଅମରଗ୍ରାମରେ ହୃଦୟକୁ ହଲେଇ ଦେବା ଭଳିଆ ଘାଟଣା ସାମ୍ନାକୁ ଆସିଛି । ଯେଉଁଥିରେ କି ଜଣେ ବିବାହିତ ମହିଳା ହାତରୁ ମେହେନ୍ଦି ବି ଛାଡି ନ ଥିଲା । ତାର ସ୍ୱାମୀ ଏକ ସାଧାରଣ ବିବାଦ ଯୋଗୁଁ ଫାଶୀ ଲଗେଇ ଦେଲା । ରବିବାର ଦିନ ଯୁବକ ସନ୍ଧ୍ୟା ୫.୩୦ରେ ଘରେ ମଦ ପିଇବା ପାଇଁ ବସି ଥିଲେ, ଯାହାକୁ ନେଇ ସ୍ତ୍ରୀ ଅଭିଯୋଗ ଉଠାଇ ଥିଲେ । ଦୁଇ ଜଣଙ୍କ ମଧ୍ୟରେ ବିବାଦ ଏତେ ବଢିଗଲା ଯେ, ମାରପିଟ ଯାଏଁ ଆସିଗଲା । ତାପରେ ଯୁବକ ନିଜ ରୁମ୍ ର କବାଟ ବନ୍ଦ କରି ଫାଶୀ ଲଗେଇ ନେଲେ ।

7 ବର୍ଷ ପୂର୍ବେ କରି ନେଇଥିଲେ ନିର୍ବନ୍ଧ :

ଦୁଇ ଜଣଙ୍କର ବିବାହ ୧ ମାର୍ଚ୍ଚରେ ହୋଇଥିଲା । ଏବେ ମଧ୍ୟ ଯୁବତୀ ହାତରେ ମେହେନ୍ଦି ଲାଗିରହିଛି, କିନ୍ତୁ ସ୍ୱାମୀ ମଦ ପିଇବାକୁ ନେଇ ହୋଇଥିବା ବିବାଦରେ କେନ୍ଦ୍ରୀଭୂତ କରି ସାରା ଜୀବନ ପାଇଁ ଛାଡି ଚାଲିଗଲେ । ଉମରାଗାମ କେଶବ ନଗର ନିବାସୀ ୨୭ ବର୍ଷୀୟ ସାଗରଙ୍କର ବିବାହ ୧ ମାର୍ଚ୍ଚକୁ ହିମାଂଶୀ ସହିତ ହୋଇଥିଲା । ହିମାଂଶୀ କହିଛନ୍ତି ଯେ, ୭ ବର୍ଷ ପୂର୍ବେ ତାଙ୍କର ନିର୍ବନ୍ଧ ହୋଇଯାଇଥିଲା । ପିଲା ଛୁଆ ଶୀଘ୍ର ନ ହେଉ ବୋଲି ସେମାନେ ବିବାହ କରୁନଥିଲେ ।

ମୃତ୍ୟୁ ପୂର୍ବରୁ କହିଥିଲେ – “ମୋତେ କ୍ଷମା କରି ଦିଅ, ଆଉ ଏମିତି ହେବ ନାହିଁ” । ତାପରେ ରୁମକୁ ଯାଇ ଫାଶୀ ଲଗେଇ ନେଲେ :

ରବିବାର ଦିନ ସାଗର ବାହାରୁ ମଦ ପିଇ ଆସିଲା । ଘରକୁ ଆସି ପୁଣି ଥରେ ମଦ ପିଇବାକୁ ଲାଗିଲା । ମୁଁ ମନା କଲି ତୋ ସେ ଯୁକ୍ତି କରିବାକୁ ଲାଗିଲେ ଏବଂ ମାରପିଟ କଲେ । ତାପରେ ପୋଡ଼ାଶୀ ଘରକୁ ଚାଲି ଗଲେ । ତାପରେ ସେ ମୋ ପାଖକୁ ଆସିଲେ ଆଉ କହିଲେ – “ମୋତେ କ୍ଷମା କରି ଦିଅ, ଆଉ ଏମିତି ହେବ ନାହିଁ ।” ଏବେ ଆଉ କେବେ ବି ମାରିବି ନାହିଁ । ଆଉ ତାପରେ ସେ ମୋ ମୋବାଇଲ ନେଇ ଘରକୁ ଚାଲି ଗଲେ । କିଛି ସମୟ ପରେ ପୋଡ଼ାଶୀ ଘର ଗୋଟେ ପିଲାକୁ ତାଙ୍କୁ ଦେଖିବା ପାଇଁ ପଠେଇଲି, କିନ୍ତୁ ସେ କବାଟ ବନ୍ଦ କରି ଥିଲେ । ଏଥିପାଇଁ କିଛି ଦେଖାଗଲା ନାହିଁ । ତା’ପରେ ମୁଁ ଘରକୁ ଫେରି ଆସିଲି ଆଉ ଝରକାର ପରଦା ଖୋଲି ଦେଖିଲି ତୋ ସେ ଫାଶୀ ଦଉଡିରେ ଝୁଲୁ ଥିଲେ । ମୋତେ ଜଣା ନ ଥିଲା ଯେ, ସେ ଏହି ଟିକେ କଥା ପାଇଁ ଆତ୍ମହତ୍ୟା କରି ନେବେ ।