ପତ୍ନୀର ଏହି ଅଭ୍ୟାସରେ ବିରକ୍ତ ଥିଲେ ପତି, ଛାଡପତ୍ର ପାଇଁ କଲେ ଆବେଦନ, ଜର୍ଜକୁ କହିଲେ ରାତିରେ ଶୋଇବାକୁ ଦେଉ ନାହିଁ ପତ୍ନୀ !

Spread the love

ପତ୍ନୀଙ୍କ ନିଦରେ କଥା ହେବାର ଅଭ୍ୟାସରେ ବିରକ୍ତ ହୋଇ ପତି ପହଞ୍ଚିଲେ କୋର୍ଟରେ, ଛାଡପତ୍ର ପାଇଁ କରିଲେ ଆବେଦନ

କିଛିଦିନ ପୂର୍ବରୁ ଏକ ଯୁବକ ନିଜ ପତ୍ନୀଠାରୁ ଛାଡପତ୍ର ନେବା ପାଇଁ କୋର୍ଟରେ କଲେ ଆବେଦନ ଏବଂ ସେ ଯୁବକ ଜଣକ ଛାଡପତ୍ର ନେବା ପାଇଁ ଯେଉଁ କାରଣ ଜଣାଇଥିଲେ, ତାହାକୁ ଶୁଣି ସମସ୍ତ ବ୍ୟକ୍ତି ଆଶ୍ଚର୍ଯ୍ୟ ହୋଇଗଲେ । ସେହି ଯୁବକ ଜଣକ ଛାଡପତ୍ରର ଆପତ୍ତିରେ କହିଥିଲେ କି ତାଙ୍କ ପତ୍ନୀ ତାଙ୍କୁ ରାତିରେ ଶୋଇବାକୁ ଦେଉନାହିଁ । ଯାହାଦ୍ୱାରା କି ସେ ପ୍ରତିଦିନ ନିଜର ଅଫିସ ଯିବା ପାଇଁ ବିଳମ୍ବ ହେଉଛି । ସେହି ଯୁବକ ଜଣକ କିଛିଦିନ ପୂର୍ବରୁ କୋର୍ଟରେ ଛାଡପତ୍ର ପାଇଁ ଆବେଦନ କରିଥିଲେ ଏବଂ କୋର୍ଟ ମଧ୍ୟ ଏହି ଆବେଦନକୁ ମଞ୍ଜୁର ପ୍ରଦାନ କରିଥିଲେ ।

ଜାଣନ୍ତୁ କ’ଣ ଥିଲା ପୁରା ମାମଲା –

ଗାଜିୟାବାଦରେ ବାସ କରୁଥିବା ଏହି ଯୁବକ ଜଣକ ମଙ୍ଗଳବାର ଦିନ କୋର୍ଟରେ ଛାଡପତ୍ର ପାଇଁ ଆବେଦନ କରି କହିଥିଲେ । ତାଙ୍କ ପତ୍ନୀ ରାତିରେ ଶୋଇଥିବା ଅବସ୍ଥାରେ କଥାବାର୍ତ୍ତା ହୁଅନ୍ତି । ସେ ନିଜ ପତ୍ନୀର ଏହି ଅଭ୍ୟାସରେ ବିରକ୍ତ ହୋଇଯାଇ ଥିଲେ । ସେଥିପାଇଁ ନିଜ ପତ୍ନୀ ଠାରୁ ଛାଡପତ୍ର ନେବାପାଇଁ ଚାହୁଁଛନ୍ତି । ନିଜର ଏହି ଆବେଦନରେ ସେହି ଯୁବକ ଜଣକ ଲେଖିଛନ୍ତି ଯେ, ସେ ନିଜ ପତ୍ନୀର ଅନେକ ସ୍ଥାନରେ ଚିକିତ୍ସା କରାଇଥିଲେ କିନ୍ତୁ ପତ୍ନୀର ନିଦରେ କଥାବାର୍ତ୍ତା ହେବାର ଅଭ୍ୟାସ କମ ହୋଇନଥିଲା । ଏହି ଯୁବକର କହିବା ଥିଲା କି, ପତ୍ନୀ ନିଦରେ କଥାବାର୍ତ୍ତା ହେବା ଯୋଗୁଁ ସେ ରାତିରେ ଶୋଇପାରନ୍ତି ନାହିଁ ଏବଂ ପ୍ରତିଦିନ ନିଜର ଅଫିସ ପହଞ୍ଚିବାରେ ବିଳମ୍ବ ହୋଇଥାଏ । ଏହି ଯୁବକ ତରଫରୁ ଛାଡପତ୍ର ନେବା ପାଇଁ ଆବେଦନକୁ କୋର୍ଟ ମଧ୍ୟ ମଞ୍ଜୁର ପ୍ରଦାନ କରିଥିଲେ ଏବଂ ଏହି କେସ୍ ର ଶୁଣାଣି ପାଇଁ ତାରିଖ ମଧ୍ୟ ଧାର୍ଯ୍ୟ କରି ଦେଇଥିଲେ ।

ଜଣାଇ ଦିଆଯାଉଛି ଯେ, ଏହି ଯୁବକ ଜଣକ ପେସାରେ ସଫ୍ଟୱେର ଇଞ୍ଜିନିୟର ଥିବା ସହ ଏକ ମଲ୍ଟି ନ୍ୟାସନାଲ କମ୍ପାନୀରେ ଚାକିରୀ ମଧ୍ୟ କରୁଛନ୍ତି । କିନ୍ତୁ ତାଙ୍କ ପତ୍ନୀ କେବଳ B.Comରେ ହିଁ ନିଜର ପଢା ଶେଷ କରିଥିଲେ । ଏହି ଯୁବକ ମୂଳ ରୂପରେ ବୁଲନ୍ଦସହରର ବାସିନ୍ଦା ଅଟେ ଏବଂ କିଛି ବର୍ଷ ତଳେ ହିଁ ତାଙ୍କର ବିବାହ ହୋଇଥିଲା । ବିବାହା ପରେ ଏହି ଯୁବକ ଗାଜିୟାବାଦର ବସୁନ୍ଧରାରେ ନିଜର ପତ୍ନୀ ସହିତ ରହୁଥିଲେ ଏବଂ ଏବି ଦୁଇଜଣଙ୍କର ବିବାହକୁ କେବଳ ତିନି ବର୍ଷ ହୋଇଛି ।

ନିଦରେ କଥାବାର୍ତ୍ତା ହେବା କୌଣସି ରୋଗର ଲକ୍ଷଣ ନୁହେଁ :

ଆପଣଙ୍କୁ ଜଣାଇ ଦିଆଯାଉଛି ଯେ, ଅଧିକାଂଶ ବ୍ୟକ୍ତିଙ୍କୁ ନିଦରେ କଥା ହେବାରେ ଅଭ୍ୟାସ ରହିଥାଏ କିନ୍ତୁ ନିଦରେ କଥା ହେବା କୌଣସି ରୋଗର ଲକ୍ଷଣ ନୁହେଁ । ଏହା ଏକ ପ୍ରକାରର ପୌରସୋମନିୟା ଅଟେ ଯାହାର ଅର୍ଥ ହେଉଛି ଶୋଇବା ସମୟରେ ବ୍ୟକ୍ତି ଅଜବ ପ୍ରକାରର ବ୍ୟବହାର କରିଥାଏ ଏବଂ ଶୋଇବା ସମୟରେ କେତେବେଳେ ନିଜ ସହିତ କଥା ହେବାରେ ଲାଗିଯାଏ । ଡାକ୍ତରଙ୍କ ଅନୁସାରେ, କେତେକ ଖରାପ ସ୍ୱପ୍ନ ଦେଖିବା ଯୋଗୁଁ ବ୍ୟକ୍ତି ନିଦରେ ଚିତ୍କାର କରିବା ସହ ହାତ ଗୋଡ଼ ମଧ୍ୟ ମାରନ୍ତି । ନିଦରେ କଥା ହେଉଥିବା ବ୍ୟକ୍ତି ନିଦରେ ତିରିସି ସେକେଣ୍ଡରୁ ଅଧିକ କିଛି କହି ନ ଥାନ୍ତି ।

ଏହି ସମସ୍ୟାର କୌଣସି ଚିକିତ୍ସା ନ ଥାଏ :

ଏହି ଅଭ୍ୟାସର କୌଣସି ଚିକିତ୍ସା ନଥାଏ ଏବଂ ଏହି ଅଭ୍ୟାସ ସେହି ଲୋକମାନଙ୍କ ପାଖରେ ଅଧିକ ଦେଖାଯାଏ, ଯେଉଁମାନେ ଚିନ୍ତାରେ ରହିଥାନ୍ତି । ଚିନ୍ତା ଯଦି ଦୂରେଇ ଯିବ; ତେବେ ଏହି ଅଭ୍ୟାସରୁ ମୁକ୍ତି ମିଳିପାରିବ ଏବଂ ନିଦରେ କଥା ହେବାର ସମସ୍ୟା ବହୁତ କମ୍ ହୋଇଯିବ । ଅଧିକାଂଶରେ ଏହି ସମସ୍ୟା ହେବା ଦ୍ଵାରା ଲୋକମାନେ ସାଇକେରିସ୍ଟର ସାହାର୍ଯ୍ୟ ନେଇଥାନ୍ତି କିନ୍ତୁ ଯଦି ପ୍ରତିଦିନ ଯୋଗ କରାଯାଏ ଏବଂ ଚିନ୍ତା ଠାରୁ ଦୂରେଇ ରହିବେ, ତେବେ ଏହିି ସମସ୍ୟାରୁ ମୁକ୍ତି ମିଳିପାରିବ ।