ପତି ଭିଡିଓ କଲ କରିବା ସମୟରେ ପତ୍ନୀ ଏପରି କିଛି କରିଥିଲେ ଜାଣନ୍ତୁ ଘଟଣା ।

Spread the love

ଉତ୍ତରପ୍ରଦେଶର ଜୋନପୁର ଜିଲ୍ଲାରେ ଜଣେ ପତି ନିଜ ପତ୍ନୀଙ୍କୁ ଜୀବନ ଦେବା ପାଇଁ ବାଧ୍ୟ କରିଥିଲେ । ପତି ଭିଡିଓ କଲ ମାଧ୍ୟମରେ କିଛି ଏପରି କହିଥିଲେ ଯାହା ଫଳରେ ପତ୍ନୀ ନିଜ ଜୀବନ ହରାଇଥିଲେ ।

ଜିଲ୍ଲାର କେରାକତ ଥାନା ଅଞ୍ଚଳର ପେସବା ଗ୍ରାମ ନିବାସୀ, ରାଧେଶ୍ୟାମ ମୌରୟାଙ୍କ ପରିବାର ଝାରଖଣ୍ଡର ଗୁମୂଳା ଜିଲ୍ଲାର ଚେନପୁର ସହରର ରହୁଛନ୍ତି । ରାଧେଶ୍ୟାମ ନିଜ ଝିଅ କିରଣ ମୌରୟାଙ୍କ ବିବାହ ୨୦୧୫ରେ ଝାଡ଼ଖଣ୍ଡର ଜାମସେଦପୁର ନିବାସୀ ରବୀନ୍ଦ୍ର ମୌରୟା ଓରଫ ରବି ସହ କରାଇଥିଲେ । ବିବାହ ପରେ କିରଣ ମୌରୟାଙ୍କ ନିଯୁକ୍ତି ନିଜ ପୈତୃକ ଗାଁ ପେସବାରେ ସହାୟକ ଶିକ୍ଷକ ହିସାବରେ ହୋଇଥିଲା ।

ପରେ କିରଣ କେରାକତ ଥାନା କ୍ଷେତ୍ରର ଦେବକଲି ଗାଁରେ ଗୋଟିଏ ଭଡା ଘର ନେଇ ରହୁଥିଲେ । ପରିଜନମାନେ କହିଛନ୍ତି, ବିବାହ ପରେ ହିଁ ରବୀନ୍ଦ୍ର କିରଣଙ୍କୁ ଶାରୀରିକ ଓ ମାନସିକ ନିର୍ଯ୍ୟାତନା ଦେଇ ଆସୁଥିଲା । ଏହି ବିଷୟରେ କିରଣଙ୍କର ପରିବାର, ଶଶୁର ଘର ଲୋକଙ୍କୁ ଜଣାଇ ଆସୁଛନ୍ତି । ଏହା ପରେ ପରେ ରବୀନ୍ଦ୍ର ଧୀରେ ଧୀରେ ଶାରୀରିକ, ମାନସିକ ସହ ଆର୍ଥିକ ନିର୍ଯ୍ୟାନତା ଦେବା ଆରମ୍ଭ କରିଦେଇଥିଲା । କିରଣଙ୍କର ଏଟିଏମ୍ କାର୍ଡ ନେଇଯାଇ ରବୀନ୍ଦ୍ର ଝାଡ଼ଖଣ୍ଡ ଚାଲି ଯାଇଥିଲା । ଯେତେବେଳେ କିରଣଙ୍କର ଦରମା ଟଙ୍କା ବ୍ୟାଙ୍କ ଖାତାରେ ଆସୁଥିଲା ରବୀନ୍ଦ୍ର ପୁରା ଧନରାଶି ବାହାର କରି ଦେଉଥିଲା ।

ପତିପତ୍ନୀଙ୍କ ମଧ୍ୟରେ ଏହି ମନୋମାଳିନ ସବୁବେଳେ ଲାଗି ରହିଥିଲା । ଏହି କ୍ରମରେ ଦିନେ ରବିବାର ଦିନ ମଧ୍ୟାହ୍ନ ସମୟରେ ପାଖାପାଖି ୨ଟା ବେଳେ ମବାଇଲକୁ କଲ୍ କରଥିଲଲେ ରବୀନ୍ଦ୍ର, କିଛି ସମୟ ପରେ ଦୁହିଁ ଜଣଙ୍କ ମଧ୍ୟରେ ଝଗଡା ହୋଇଥିଲା । ପରେ ରବୀନ୍ଦ୍ର କିରଣଙ୍କୁ କହିଥିଲା ତୁ ମରି ଯାଉନୁ କାହିଁକି ? ଏହା ପରେ କିରଣ ରାଗି ଯାଇ ବଜାରରୁ ସଲଫାସ ନାମକ ଜୀବନହାନୀ ମାରାତ୍ମକ ବିଷ ଆଣିଥିଲେ ।

ଏହି ଘଟଣାର କିଛି ସମୟ ପରେ ରବୀନ୍ଦ୍ର ଭିଡିଓ କଲ୍ କରି କିରଣଙ୍କୁ ପଚାରିଥିଲା ଏ ପର୍ଯ୍ୟନ୍ତ ତୁ ମରି ନାହୁଁ ? ରବୀନ୍ଦ୍ର ଏହା ମଧ୍ୟ କହିଥିଲା, ଯେତେବେଳେ ବିଷ କିଣି ଆଣିଲୁ ମୋ ସାମ୍ମନାରେ ଖାଇ ମରିଯା ! ରବିନ୍ଦ୍ରର ଏତିକି କଥାରେ କିରଣ ବିଷ ପିଇ ଦେଇଥିଲେ ।

ଯେତେବେଳେ କିରଣ ବିଷ ପିଇଥିଲେ ସେହି ସମୟରେ କିରଣଙ୍କ ପାଖରେ ନିଜ ଅଢେଇ ବର୍ଷର ଝିଅ ସୋନା ମୋରୟା ପାଖରେ ଥିଲେ । ମା’ଙ୍କର ଏହି ପରିସ୍ଥିତି ଦେଖି ସୋନା କାନ୍ଦିବାରେ ଲାଗିଥିଲେ । ଏହି ଘଟଣାର ଅଧ ଘଣ୍ଟା ପରେ ରବୀନ୍ଦ୍ର ନିଜ କକା ପୁଅ ଅମିତ ହର୍ଷ ମୌରୟାକୁ ଫୋନ କରି କହିଥିଲା ଯେ, କିରଣ ବିଷ ପିଇ ଦେଇଛି । ପରେ ଅମିତ କିରଣଙ୍କ ଘରେ ପହଞ୍ଚିଥିଲା ଓ କିରଣକୁ ସାମୁହିକ ସ୍ୱାସ୍ଥ୍ୟ କେନ୍ଦ୍ର ନେଇ ଯାଇଥିଲା । ସାମୁହିକ ସ୍ୱାସ୍ଥ୍ୟ କେନ୍ଦ୍ରରେ ଡାକ୍ତର କିରଣଙ୍କର ସ୍ୱାସ୍ଥ୍ୟ ସଙ୍କଟା ପୂର୍ଣ ଥିବା ଦେଖି ଜିଲ୍ହା ଡାକ୍ତରଖାନାକୁ ନେଇଯିବାକୁ କହିଥିଲେ । ଜିଲ୍ଲା ଡାକ୍ତରଖାନାରେ ସନ୍ଧ୍ୟା ୪ ଘଣ୍ଟା ସମୟରେ କିରଣ ନିଜ ମୃତ୍ୟୁବରଣ କରିଥିଲେ ।

ପରିଜନମାନେ ଥାନାରେ ଘଟଣା ବିଷୟରେ ଜଣାଇଥିଲେ :

ଏହି ଘଟଣା ବିଷୟରେ କେହି ଜଣେ ଝାରଖଣ୍ଡରେ ଥିବା କିରଣଙ୍କର ପରିଜନଙ୍କୁ ଜଣାଇଥିଲେ । ପରେ ପୁଲିସ ଘଟଣା ସ୍ତଳରେ ପହଞ୍ଚି ଶବକୁ ନିଜ ଅଧୀନରେ ନେଇ ପୋଷ୍ଟମର୍ଟମ କରାଇଥିଲେ । ସେହି ସମୟରେ କିରଣଙ୍କର ପରିଜନମାନେ ଆତ୍ମହତ୍ୟା ପାଇଁ ଉକସାଇବା ଉଦ୍ଦେଶ୍ୟରେ ରବୀନ୍ଦ୍ରଙ୍କ ବିରୁଦ୍ଧରେ ମାମଲା ରଜ୍ଜୁ କରିଛନ୍ତି । ପୁଲିସ ଅନୁସନ୍ଧାନ କରିବାରେ ଲାଗିଛି ।