ଆପଣ ଜାଣନ୍ତି କି, ମୃତ୍ୟୁର ଅନ୍ତିମ ସମୟରେ ରାବଣ, ଲକ୍ଷ୍ମଣଙ୍କୁ କେଉଁ ତିନୋଟି କଥା କହିଥିଲେ ?

Spread the love

ମରଣର ଅନ୍ତିମ ସମୟରେ ରାବଣ, ଲକ୍ଷ୍ମଣଙ୍କୁ କେଉଁ ତିନୋଟି କଥା କହିଥିଲେ ? ଆସନ୍ତୁ ଜାଣିବା

ରାମାୟଣର ଅନ୍ତିମ ପର୍ଯ୍ୟାୟରେ ଅର୍ଥାତ ଯେଉଁ ସମୟରେ ରାବଣ ମରଣ ଅବସ୍ଥାରେ ଥିଲେ, ସେହି ସମୟରେ ଭଗବାନ ଶ୍ରୀରାମ ଲକ୍ଷ୍ମଣଙ୍କୁ କହିଲେ କି ଏହି ସଂସାରର ନୀତି, ରାଜନୀତି, ଶକ୍ତିର ମହାନ ପଣ୍ଡିତ ବିଦାୟ ନେବାକୁ ଯାଉଛନ୍ତି । ତୁମେ ସେହି ମହାନ ପଣ୍ଡିତଙ୍କ ପାଖକୁ ଯାଅ ଓ ତାଙ୍କ ଠାରୁ ଜୀବନର କିଛି ଏଭଳି ଶିକ୍ଷା ଗୁରୁତ୍ଵ ପୂର୍ଣ୍ଣ କଥା ନିଅ ଯାହା କି ଅନ୍ୟ କେହିବି ଦେଇପାରିବେ ନାହିଁ ।

ଶ୍ରୀରାମଙ୍କ କଥା ପାଳନ କରି କନିଷ୍ଠ ଭାତ୍ରା ଲକ୍ଷ୍ମଣ, ମରଣ ଅବସ୍ଥାରେ ଥିବା ରାବଣଙ୍କ ମୁଣ୍ଡ ପାଖକୁ ଯାଇ ଦଣ୍ଡାୟମାନ ହେଲେ । ରାବଣ କିଛି ବି ନ କହିବାରୁ, ଲକ୍ଷ୍ମଣ ରାମଙ୍କ ନିକଟକୁ ଫେରି ଆସିଲେ । ସେତେବେଳେ ଶ୍ରୀରାମ ଲକ୍ଷ୍ମଣଙ୍କୁ କହିଲେ ଯଦି କାହାଠାରୁ କିଛି ଜ୍ଞାନ ପ୍ରାପ୍ତ କରିବାର ଅଛି, ତେବେ ତାଙ୍କ ଗୋଡ଼ ପାଖରେ ଛିଡା ହେବା ଅନିର୍ବାଯ୍ୟ ଅଟେ । କିନ୍ତୁ ମୁଣ୍ଡ ପାଖରେ ଛିଡା ଉଚିତ ନୁହେଁ । ଏ କଥା ଶୁଣି ଲକ୍ଷ୍ମଣ ପୁଣିଥରେ ରାବଣଙ୍କ ପାଖକୁ ଯାଇ ଗୋଡ଼ ପାଖରେ ଛିଡା ହେଲେ । ସେହି ସମୟରେ ରାବଣ କେଉଁ ତିନୋଟି ମହତ୍ତ୍ୱପୂର୍ଣ କଥା କହିଥିଲେ ଆସନ୍ତୁ ଜାଣିବା :

ଏହି ତିନୋଟି ପନ୍ଥାକୁ ଆପଣାଇବା ଦ୍ଵାରା ମନୁଷ୍ୟ, ଜୀବନରେ କେବେ ହୋଇଥାନଥାଏ ପରାସ୍ତ :

ଶୁଭ କାର୍ଯ୍ୟ କଦାପି ବିଳମ୍ବ କରିବା ଉଚିତ ନୁହେଁ :

୧) ପ୍ରଥମ କଥା ଯାହା ରାବଣ ଲକ୍ଷ୍ମଣଙ୍କୁ ଏହା କହିଥିଲେ, ଶୁଭ କାର୍ଯ୍ୟକୁ ତୁରନ୍ତ କରିବା ଉଚିତ ଓ ଅଶୁଭ କାର୍ଯ୍ୟ ଠାରୁ ସବୁବେଳେ ଯେତେ ସମ୍ଭବ ସେତେ ଦୂରରେ ରହିବା ଉଚିତ । ମୁଁ ଶ୍ରୀ ରାମଙ୍କୁ ଚିହ୍ନି ପାରିଲି ନାହିଁ ଓ ତାଙ୍କ ଶରଣକୁ ଆସିବାରେ ବହୁତ ଡେରି କରିଦେଲି, ଏହି କାରଣ ଯୋଗୁଁ ମୋର ଏ ଅବସ୍ଥା ହେଲା ।

ଶତ୍ରୁଙ୍କୁ କେବେ ଛୋଟ ବୋଲି ଭାବିବା ଅନୁଚିତ :

୨) ଦ୍ୱିତୀୟ କଥା ଏହାଥିଲା କି ନିଜ ପ୍ରତିଦ୍ଵନ୍ଦୀ, ନିଜ ଶତ୍ରୁକୁ କେବେ ମଧ୍ୟ ଛୋଟ ଭାବିବା ଉଚିତ ନୁହେଁ, ମୁଁ ଏହି ଭୁଲ୍ କରିଦେଲି । ମୁଁ ଯାହାକୁ ସାଧାରଣ ବାନର ଓ ଭାଲୁ ଭାବିଲି, ସେମାନେ ମୋର ପୁରା ସେନାକୁ ନଷ୍ଟ କରିଦେଲେ । ମୁଁ ଯେତେବେଳେ ବ୍ରହ୍ମାଙ୍କ ଠାରୁ ବରଦାନ ମାଗିଥିଲି, ସେତେବେଳେ ମନୁଷ୍ୟ ଓ ବାନରଙ୍କ ଅତିରିକ୍ତ କେହିବି ମୋର ବଦ୍ଧ ନ କରିପାରୁ ଏଭଳି କହିଥିଲି ! କାରଣ ମୁଁ ମନୁଷ୍ୟ ଓ ବାନରଙ୍କୁ ତୁଚ୍ଛ ଭାବୁଥିଲି । ଏହା ମୋର ଭୁଲ୍ ଥିଲା ।

ନିଜ ଜୀବନର ଗୁପ୍ତା କଥା କାହାରୀକୁ ମଧ୍ୟ କହିବ ଅନୁଚିତ :

୩) ରାବଣ ଲକ୍ଷ୍ମଣଙ୍କୁ ତୃତୀୟ ଓ ଅନ୍ତିମ କଥା ଏହା କହିଥିଲେ କି, ନିଜ ଜୀବନର କିଛି ଗୁପ୍ତ କଥା ଥିଲେ ତାହା କାହାକୁ ବି କହିବା ଉଚିତ ନୁହେଁ । ଏଠାରେ ବି ମୁଁ ଭୁଲ କରିଦେଲି । କାରଣ ବୀଭିଷଣ ମୋର ମରଣର ଗୁପ୍ତ କଥା ଜାଣିଥିଲା । ଏହା ମୋର ଜୀବନର ସବୁଠାରୁ ବଡ଼ ଭୁଲ ଥିଲା ।

ଆଶା କରୁଛୁ ଅନୁଛେଦଟି ଆପଣଙ୍କୁ ପସନ୍ଦ ଆସିଥିବା । ଆନୁଛେଦଟି ପସନ୍ଦ ଆସିଲେ ନିଜ ମତାମତ Comment Boxରେ ପ୍ରଦାନ କରନ୍ତୁ ଏବଂ ନିଜ ବନ୍ଧୁ ଓ ପରିବାର ବର୍ଗଙ୍କ ମଧ୍ୟରେ share ମଧ୍ୟ କରନ୍ତୁ !